ଫୁଡ୍ ଫ୍ରିଡମ୍
ଆଜିକାଲିର ଫିଟନେସ୍ ଫ୍ରିକ୍ ଦୁନିଆରେ ଡାଏଟିଂର ଚାହିଦା ଢେର ଅଧିକା ରହିଛି । ତେବେ ଏହି ଡାଏଟିଂ କ୍ରେଜ୍ ଭିତରେ ବର୍ତ୍ତମାନ ଫୁଡ ଫ୍ରିଡମ ଟ୍ରେଣ୍ଡ୍ କରିବାରେ ଲାଗିଛି । ଆସନ୍ତୁ ଜାଣିବା କଣ ଏହି ଫୁଡ୍ ଫ୍ରିଡମ୍ । ଏହାର ଅର୍ଥ ନିଜକୁ ପସନ୍ଦ ଥିବା ଯେ କୌଣସି ଖାଦ୍ୟ ଖାଇବା । ଏହାର ଅର୍ଥ ଅନେକ ଦିନରୁ ଚାଲିଆସିଥିବା ଡାଏଟିଂ କଲଚରକୁ ଏକ ଭିନ୍ନ ଦିଗରେ ନେବା । ଏହି ପ୍ରୋସେସରେ ଖାଦ୍ୟ ସହ […]

ଆଜିକାଲିର ଫିଟନେସ୍ ଫ୍ରିକ୍ ଦୁନିଆରେ ଡାଏଟିଂର ଚାହିଦା ଢେର ଅଧିକା ରହିଛି । ତେବେ ଏହି ଡାଏଟିଂ କ୍ରେଜ୍ ଭିତରେ ବର୍ତ୍ତମାନ ଫୁଡ ଫ୍ରିଡମ ଟ୍ରେଣ୍ଡ୍ କରିବାରେ ଲାଗିଛି । ଆସନ୍ତୁ ଜାଣିବା କଣ ଏହି ଫୁଡ୍ ଫ୍ରିଡମ୍ । ଏହାର ଅର୍ଥ ନିଜକୁ ପସନ୍ଦ ଥିବା ଯେ କୌଣସି ଖାଦ୍ୟ ଖାଇବା । ଏହାର ଅର୍ଥ ଅନେକ ଦିନରୁ ଚାଲିଆସିଥିବା ଡାଏଟିଂ କଲଚରକୁ ଏକ ଭିନ୍ନ ଦିଗରେ ନେବା । ଏହି ପ୍ରୋସେସରେ ଖାଦ୍ୟ ସହ ଏକ ଜଜମେଣ୍ଟ୍ ଫ୍ରି ରିଲେସନସିପ୍ ତିଆରି କରିବା । ଏହି ପ୍ରକ୍ରିୟାରେ ଦୁଇଟି ଫିଲୋସପି କାମ କରିଥାଏ ଯଥା ଇନଟୁଏଟିଭ୍ ଇଣ୍ଟିଙ୍ଗ୍ ଓ ମାଇଣ୍ଡଫୁଲ୍ ଇଟିଙ୍ଗ୍ । ଏହି ଦୁଇଟି ପ୍ରକ୍ରିୟା ଦ୍ୱାରା ଆମେ ଯେ କୌଣସି ଖାଦ୍ୟକୁ ଯେ କୌଣସି ପରିମାଣରେ ଖାଇପାରିଥାଉ । ଏହାଦ୍ୱାରା ଆମମାନଙ୍କୁ ମାନସିକ, ଶାରୀରିକ ସ୍ତରରେ ଖୁସି ମିଳିଥାଏ । ତେବେ ଏହାର ଅର୍ଥ ନୁହେଁ ଅନହେଲଦି ଇଟିଙ୍ଗକୁ ପ୍ରୋତ୍ସାହିତ କରିବା । ଏହି ପ୍ରକ୍ରିୟାକୁ ଭଲଭାବେ ବୁଝି ଫଲୋ କରିବାଦ୍ୱାରା ଏହାର ଫାଇଦା ମିଳିଥାଏ । ପ୍ରଭାବ
ବର୍ତ୍ତମାନ ଡାଏଟ କଲର ଆମ ସୋସାଇଟିରେ ସବୁସ୍ଥାନରେ ଦେଖିବାକୁ ମିଳୁଛି । ଅନେକ ସମୟରେ ଲୋକମାନେ ଖାଇବା ପୂର୍ବରୁ ଓ ପରେ କ୍ୟାଲୋରୀ କାଉଣ୍ଟ କରୁଥିବାର ଦେଖିବାକୁ ମିଳିଥାଏ । ସେହିଭଳି ଓଜନ ହ ୍ରାସ କରିବା ଯେପରି ଆଜିକାଲି ଏକ ଟ୍ରେଣ୍ଡ୍ରେ ପରିଣତ ହୋଇଛି । ଡାଏଟିଂ କାରଣରୁ ଆଣ ଶରୀରରେ କେତେକ ପ୍ରୋଟିନର ଅଭାବ ମଧ୍ୟ ଦେଖିବାକୁ ମିଳିଥାଏ । ସେହିଭଳି ଜଣେ ସଠିକ ଡାଏଟରେ ଥିବା ଲୋକର ମେଟବଲିଜିମ୍ ବା ପାଚନତନ୍ତ୍ରରେ ମଧ୍ୟ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ ବୋଲି ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଉଛି । ଡାଏଟିଂ କାରଣରୁ ଜଣେ ବ୍ୟକ୍ତିଙ୍କର କ୍ରେଭିଂ ବଢିଥାଏ, ଯାହା କିଛି ର୍ନିଦ୍ଧିଷ୍ଟ ସମୟରେ ପରେ ସେମାନଙ୍କୁ ସମସ୍ୟାରେ ପକାଇଥାଏ । ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ନିଜ ଲାଇଫ୍ ଷ୍ଟାଇଲ ଅନୁଯାୟୀ ଡାଏଟିଂ କରିବାକୁ । ଯାହା କିଛି ଖାଉଛନ୍ତି, ସେଥିରେ କିଛି ହେଲଦି ସାମଗ୍ରୀ ଆଡ କରନ୍ତୁ । ଖାଦ୍ୟର ପରିମାଣ ଉପରେ ଧ୍ୟାନ ଦିଅନ୍ତୁ । କିଛି ଖାଦ୍ୟକୁ ନିଜ ତାଲିକାରୁ ଧୀରେ ଧୀରେ କାଟନ୍ତୁ । ଏପରି ଭାବରେ ନିଜ ଲାଇଫ ଷ୍ଟାଇଲ ଉପରେ ନିୟନ୍ତ୍ରଣ ଆଣି ଆପଣ ଫୁଡ୍ ଫ୍ରିଡମ୍କୁ ଉପଭୋଗ କରିପାରିବେ ।