ବଲୁଚିସ୍ତାନରେ ସେନା ଦ୍ବାରା ଯୁବକଙ୍କ ଅପହରଣ ବିରୋଧରେ ବିକ୍ଷୋଭ

ଇସଲାମାବାଦ: ବଲୁଚିସ୍ତାନ କେଚ୍ ଜିଲ୍ଲାର ବୁଲେଡା ଅଞ୍ଚଳରେ ଶେର ଜାନ୍ ଓ ଇର୍ଶାଦ ବଲୋଚ ନାମକ ଦୁଇଜଣ ଯୁବକଙ୍କୁ ପାକିସ୍ତାନୀ ସେନା ବଳପୂର୍ବକ ଅପହରଣ କରି ନେଇଥିଲା। ଏହା ବିରୋଧରେ ତୁର୍ବତର ଫିଦା ଅହମଦ ଛକରେ ପରିବାର ଲୋକମାନେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଅନେକ ସ୍ଥାନୀୟ ଲୋକ ମଧ୍ୟ ଯୋଗ ଦେଇ ପାକିସ୍ତାନ ସାମରିକ ବାହିନୀର ଅତ୍ୟାଚାର ବିରୋଧରେ ଏକତା ପ୍ରଦର୍ଶନ କରିଥିଲେ। ବଲୁଚିସ୍ତାନରେ ଦୁଇ ଜଣ ବଲୋଚ ଯୁବକଙ୍କ ଅପହରଣ ଏବଂ […]

ବଲୁଚିସ୍ତାନରେ ସେନା ଦ୍ବାରା ଯୁବକଙ୍କ ଅପହରଣ ବିରୋଧରେ ବିକ୍ଷୋଭ

ଇସଲାମାବାଦ: ବଲୁଚିସ୍ତାନ କେଚ୍ ଜିଲ୍ଲାର ବୁଲେଡା ଅଞ୍ଚଳରେ ଶେର ଜାନ୍ ଓ ଇର୍ଶାଦ ବଲୋଚ ନାମକ ଦୁଇଜଣ ଯୁବକଙ୍କୁ ପାକିସ୍ତାନୀ ସେନା ବଳପୂର୍ବକ ଅପହରଣ କରି ନେଇଥିଲା। ଏହା ବିରୋଧରେ ତୁର୍ବତର ଫିଦା ଅହମଦ ଛକରେ ପରିବାର ଲୋକମାନେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଅନେକ ସ୍ଥାନୀୟ ଲୋକ ମଧ୍ୟ ଯୋଗ ଦେଇ ପାକିସ୍ତାନ ସାମରିକ ବାହିନୀର ଅତ୍ୟାଚାର ବିରୋଧରେ ଏକତା ପ୍ରଦର୍ଶନ କରିଥିଲେ। ବଲୁଚିସ୍ତାନରେ ଦୁଇ ଜଣ ବଲୋଚ ଯୁବକଙ୍କ ଅପହରଣ ଏବଂ ନ୍ୟାୟବିହୀନ ହତ୍ୟାକାଣ୍ଡକୁ ମଧ୍ୟ ବଲୋଚ ୟାକଜେହତି କମିଟି ନିନ୍ଦା କରିଛି। ଏକ୍ସରେ ଏକ ପୋଷ୍ଟରେ କମିଟି କହିଛି, ନଭେମ୍ବର ୫ ଓ ୬ ତାରିଖରେ ଅପହୃତ ହୋଇଥିବା ଶେର୍ଜନ ଦରବେଶ ବଲୋଚ ଓ ହାଜି ଅବଦୁଲ ଗଫୁରଙ୍କ ପୁଅ ଇର୍ଶାଦଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେମାନେ ଦାବି କରୁଛନ୍ତି। ପାକିସ୍ତାନରେ ସେନା କର୍ମଚାରୀଙ୍କ ଦ୍ବାରା ଅପହରଣ ଓ ନ୍ୟାୟବିହୀନ ହତ୍ୟା ଚରମ ସୀମାରେ ରହିଛି। ଯୁବକମାନଙ୍କୁ ଅଜ୍ଞାତ ସ୍ଥାନକୁ ନେବା ପରିବର୍ତ୍ତେ ସଶସ୍ତ୍ର ବାହିନୀ ସେମାନଙ୍କୁ ଆଇନଗତ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର କରିବା ଉଚିତ ବୋଲି ପରିବାର ଲୋକେ ଦାବି କରିଛନ୍ତି।