ଯୁବକଙ୍କୁ କାଠ ଫାଳିଆରେ ପିଟି ହତ୍ୟା
ମୋହନା : କାଠ ଫାଳିଆ ମାଡ଼ରେ ଯୁବକଙ୍କ ମୃତ୍ୟୁ I ଏଭଳି ଅଭାବନୀୟ ଘଟଣା ଘଟିଛି I ମୋହନା ମୁଖ୍ୟ ବଜାରରେ I ମୃତ ଯୁବକ ହେଲେ ମୋହନା ଥାନା ଅନ୍ତର୍ଗତ ପିନ୍ଦିକି ଗାଁ ର ଭକ୍ତ ବନ୍ଧୁ ନାୟକ I ସୂଚନାନୁସାରେ,ଶୁକ୍ରବାର ସକାଳେ ଭକ୍ତବନ୍ଧୁ ନିଜ ଦୋକାନ ବାହାରେ ଥିବା ସିଡି ରାସ୍ତାରେ ବସିଥିବା ବେଳେ, ଅଚାନକ ନିଲାଞ୍ଚଳ ନାମକ ଯୁବକ ଏକ କାଠ ଫାଳିଆ ରେ ଭକ୍ତବନ୍ଧୁଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା I […]

ମୋହନା : କାଠ ଫାଳିଆ ମାଡ଼ରେ ଯୁବକଙ୍କ ମୃତ୍ୟୁ I ଏଭଳି ଅଭାବନୀୟ ଘଟଣା ଘଟିଛି I ମୋହନା ମୁଖ୍ୟ ବଜାରରେ I ମୃତ ଯୁବକ ହେଲେ ମୋହନା ଥାନା ଅନ୍ତର୍ଗତ ପିନ୍ଦିକି ଗାଁ ର ଭକ୍ତ ବନ୍ଧୁ ନାୟକ I
ସୂଚନାନୁସାରେ,ଶୁକ୍ରବାର ସକାଳେ ଭକ୍ତବନ୍ଧୁ ନିଜ ଦୋକାନ ବାହାରେ ଥିବା ସିଡି ରାସ୍ତାରେ ବସିଥିବା ବେଳେ, ଅଚାନକ ନିଲାଞ୍ଚଳ ନାମକ ଯୁବକ ଏକ କାଠ ଫାଳିଆ ରେ ଭକ୍ତବନ୍ଧୁଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା I ଭକ୍ତବନ୍ଧୁ କାଠଫାଳିଆ ମାଡ଼ରେ ଗୁରୁତର ହୋଇ ସେଠାରେ ସେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ମୋହନା ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରିଥିଲେ I ସେଠାରେ ପ୍ରାଥମିକ ଚିକିତ୍ସା ପରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇ ଥିଲା । ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ଅବସ୍ଥାରେ ଭକ୍ତବନ୍ଧୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ମୋହନା ପୋଲିସ୍ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଜେରା କରୁଛି ।