ମନ୍ଦିରରେ କ୍ଷମା ମାଗ ନଚେତ୍ ୫ କୋଟି ଟଙ୍କା ଦେବାକୁ ସଲମାନ ଖାନ୍ଙ୍କୁ ଧମକ ଦେଲେ ବିଷ୍ଣୋଇ ଗ୍ୟାଙ୍ଗ୍
ମୁମ୍ବାଇ: ଜଣାଶୁଣା ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ ପୁଣି ଏକ ଧମକ ମିଳିଛି। ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ନାମରେ ଏହି ଧମକ ଦିଆଯାଇଛି। କୃଷ୍ଣସାର ହତ୍ୟା ନିମନ୍ତେ ମନ୍ଦିରରେ କ୍ଷମା ଯାଚନା କର ନଚେତ୍ ୫ କୋଟି ଟଙ୍କା ଦେବାକୁ କୁହାଯାଇଛି। ସୋମବାର, ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ୍ ୟୁନିଟ୍କୁ ଏକ ମେସେଜ୍ ଆସିଥିଲା। ମେସେଜ୍ ପ୍ରେରକ ନିଜକୁ ଲରେନ୍ସ ବିଷ୍ଣୋଇର ଭାଇ ବୋଲି ପରିଚୟ ଦେଇଛି। ମେସେଜ୍ରେ ଉଲ୍ଲେଖ ରହିଛି, ଯଦି ସଲମନ ଖାନ୍ ଜୀବିତ […]

ମୁମ୍ବାଇ: ଜଣାଶୁଣା ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ ପୁଣି ଏକ ଧମକ ମିଳିଛି। ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ନାମରେ ଏହି ଧମକ ଦିଆଯାଇଛି। କୃଷ୍ଣସାର ହତ୍ୟା ନିମନ୍ତେ ମନ୍ଦିରରେ କ୍ଷମା ଯାଚନା କର ନଚେତ୍ ୫ କୋଟି ଟଙ୍କା ଦେବାକୁ କୁହାଯାଇଛି। ସୋମବାର, ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ୍ ୟୁନିଟ୍କୁ ଏକ ମେସେଜ୍ ଆସିଥିଲା। ମେସେଜ୍ ପ୍ରେରକ ନିଜକୁ ଲରେନ୍ସ ବିଷ୍ଣୋଇର ଭାଇ ବୋଲି ପରିଚୟ ଦେଇଛି। ମେସେଜ୍ରେ ଉଲ୍ଲେଖ ରହିଛି, ଯଦି ସଲମନ ଖାନ୍ ଜୀବିତ ରହିବାକୁ ଚାହାନ୍ତି ତେବେ ସେ ସେମାନଙ୍କ ମନ୍ଦିର ଯାଇ କ୍ଷମା ମାଗନ୍ତୁ, ନଚେତ୍ ୫ କୋଟି ଟଙ୍କା ଦିଅନ୍ତୁ। ଯଦି ଏହା ନକରନ୍ତି, ସେମାନେ ତାଙ୍କୁ ହତ୍ୟା କରିବେ। ସେମାନଙ୍କ ଗ୍ୟାଙ୍ଗ୍ ବର୍ତ୍ତମାନ ମଧ୍ୟ ସକ୍ରିୟ ଅଛନ୍ତି। ଧମକ ସମ୍ପର୍କରେ ମୁମ୍ବାଇ ପୁଲିସ ପ୍ରତିକ୍ରିୟା ଦେଇ କହିଛି, ଏନେଇ ମାମଲା ରୁଜୁ ହୋଇଛି। ମେସେଜ୍ ପଠାଇଥିବା ବ୍ୟକ୍ତିକୁ ଟ୍ରାକ୍ କରି ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଅକ୍ଟୋବର ୩୦ ତାରିଖରେ ସଲମନଙ୍କୁ ଅନୁରୂପ ଭାବେ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଏଥିରେ ୨ କୋଟି ଟଙ୍କା ଦେବାକୁ କୁହାଯାଇଥିଲା। ଏହାପୂର୍ବରୁ ବାବା ସିଦ୍ଦିକିଙ୍କ ପୁଅ ତଥା ପୂର୍ବ ବିଧାୟକ ଜେସାନ୍ ସିଦ୍ଦିକି ଓ ସଲମନଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ମାମଲାରେ ପୁଲିସ ଅକ୍ଟୋବର ୨୮ରେ ନୋଇଡାର ସେକ୍ଟର ୩୯ରୁ ମହମ୍ମଦ ତାୟାବ ଓରଫ ଗୁରଫାନ୍ ଖାନ୍କୁ ଗିରଫ କରିଥିଲା।