ମାନସିକ ଭିନ୍ନକ୍ଷମଙ୍କ ଆକ୍ରମଣରେ ୧ ମୃତ,୨ ଆହତ
ଲମତାପୁଟ : ମାନସିକ ଭିନ୍ନକ୍ଷମ ଯୁବକଙ୍କ ଉନ୍ମତ କାଣ୍ଡ । ଘରକୁ ଆସିଥିବା ୨ କୁଣିଆଙ୍କ ଗଳା କାଟିବା ପରେ ନିଜ ଗଳା ମଧ୍ୟ କାଟି ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ଟିକରପଡା ଗାଁରେ । ମାନସିକ ଭିନ୍ନକ୍ଷମ ହେଉଛନ୍ତି ସାଦୁ ବଡନାୟକ । ସୂଚନାନୁସାରେ, ସୋମବାର କାଡ୍ରି ଗାଁ ସ୍ଥିତ ନିଜ ସମ୍ପର୍କୀୟ ଘରକୁ ବୁଲିବାକୁ ଆସିଥିଲେ ରାମ କ୍ରିସାନୀ । ମଙ୍ଗଳବାର ସକାଳୁ ରାମ କ୍ରିସାନୀଙ୍କ […]

ଲମତାପୁଟ : ମାନସିକ ଭିନ୍ନକ୍ଷମ ଯୁବକଙ୍କ ଉନ୍ମତ କାଣ୍ଡ । ଘରକୁ ଆସିଥିବା ୨ କୁଣିଆଙ୍କ ଗଳା କାଟିବା ପରେ ନିଜ ଗଳା ମଧ୍ୟ କାଟି ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ଟିକରପଡା ଗାଁରେ । ମାନସିକ ଭିନ୍ନକ୍ଷମ ହେଉଛନ୍ତି ସାଦୁ ବଡନାୟକ ।
ସୂଚନାନୁସାରେ, ସୋମବାର କାଡ୍ରି ଗାଁ ସ୍ଥିତ ନିଜ ସମ୍ପର୍କୀୟ ଘରକୁ ବୁଲିବାକୁ ଆସିଥିଲେ ରାମ କ୍ରିସାନୀ । ମଙ୍ଗଳବାର ସକାଳୁ ରାମ କ୍ରିସାନୀଙ୍କ ସହ ନାବାଳକ ପୁତୁରା ସୁକୁ ବଡ଼ନାୟକଙ୍କୁ ଏକ ଛୁରୀରେ ଆକ୍ରମଣ କରି ଉଭୟଙ୍କ ଗଳା କାଟିଦେଇଥିଲେ ସାଦୁ ବଡନାୟକ । ଘଟଣାସ୍ଥଳରେ ରାମଙ୍କ ମୃତ୍ୟୁ ହୋଇଥିବା ବେଳେ ପୁତୁରା ସୁକୁଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ନିଜେ ସାଦୁ ମଧ୍ୟ ନିଜ ଗଳାକାଟି ଦେଇଛନ୍ତି । ଗ୍ରାମବାସୀ ସାଦୁଙ୍କୁ ବାନ୍ଧି ରଖିଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତ ସାଦୁକୁ ଅଟକ ରଖି ପଚରାଉଚରା କରୁଛି ।