ବ୍ରିଜ୍ ଉପରୁ ତଳକୁ ଖସିଲା ବସ୍: ଚାଲିଗଲା ୪୫ ଜୀବନ
କେପଟାଉନ୍,୨୯।୩: ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍ ଉପରୁ ତଳକୁ ଖସିପଡିଛି। ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଛି। ଦକ୍ଷିଣ ଆଫ୍ରିକାର ପରିବହନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଉଛି। ବସ୍ରେ ମୋଟ ୪୬ ଜଣ ଯାତ୍ରୀ ଥିଲେ। ଏହି ବସ ବୋତ୍ସବାନା ଠାରୁ ଉତ୍ତର ଲିମ୍ପୋପୋ ପ୍ରଦେଶର ମୋରିଆ ଅଭିମୁଖେ ଯାତ୍ରା କରୁଥିଲା। ଲୋକପ୍ରିୟ ଇଷ୍ଟର ପର୍ବ ଏଠାରେ ପାଳନ କରାଯାଏ, […] The post ବ୍ରିଜ୍ ଉପରୁ ତଳକୁ ଖସିଲା ବସ୍: ଚାଲିଗଲା ୪୫ ଜୀବନ appeared first on Dharitri Odia News.
କେପଟାଉନ୍,୨୯।୩: ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍ ଉପରୁ ତଳକୁ ଖସିପଡିଛି। ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଛି। ଦକ୍ଷିଣ ଆଫ୍ରିକାର ପରିବହନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଉଛି। ବସ୍ରେ ମୋଟ ୪୬ ଜଣ ଯାତ୍ରୀ ଥିଲେ।
ଏହି ବସ ବୋତ୍ସବାନା ଠାରୁ ଉତ୍ତର ଲିମ୍ପୋପୋ ପ୍ରଦେଶର ମୋରିଆ ଅଭିମୁଖେ ଯାତ୍ରା କରୁଥିଲା। ଲୋକପ୍ରିୟ ଇଷ୍ଟର ପର୍ବ ଏଠାରେ ପାଳନ କରାଯାଏ, ଏହି ବର୍ଷ ଇଷ୍ଟର ରବିବାର ୩୧ ମାର୍ଚ୍ଚରେ ପଡୁଛି। ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା। ଜୋହାନ୍ସବର୍ଗର ୩୦୦ କିଲୋମିଟର ଉତ୍ତରରେ ଥିବା ମମତାଲାକାଲା ନିକଟ ଏକ ପାର୍ବତ୍ୟ ଅଞ୍ଚଳରେ ନିର୍ମିତ ଏକ ବ୍ରିଜ ଉପରେ ଏହି ବସ ବାଡ ଭାଙ୍ଗି ୧୬୪ ଫୁଟ ତଳେ ଥିବା କାଲରେ ଖସିପଡିଥିଲା। ତଳେ ପଡ଼ିଯିବା ପରେ ବସରେ ନିଆଁ ଲଗାିଯାଇଥିଲା। ଦୁର୍ଘଟଣାର ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
The post ବ୍ରିଜ୍ ଉପରୁ ତଳକୁ ଖସିଲା ବସ୍: ଚାଲିଗଲା ୪୫ ଜୀବନ appeared first on Dharitri Odia News.