‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଆମ ଆଦମୀ ପାର୍ଟୀ ନେତା ଇଡିର ଦାବିକୁ ନେଇ କଟାକ୍ଷ କରୁଛନ୍ତି। ପ୍ରଥମେ ଦିଲ୍ଲୀର ମନ୍ତ୍ରୀ ଆତିଶୀ କେଜ୍‌ରିଓ୍ବାଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା କହିଥିଲେ। ଏବେ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ଜେଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ବି ହୋଇପାରେ ବୋଲି କହିଛନ୍ତି। ସଞ୍ଜୟ […] The post ‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’ appeared first on Dharitri Odia News.

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଆମ ଆଦମୀ ପାର୍ଟୀ ନେତା ଇଡିର ଦାବିକୁ ନେଇ କଟାକ୍ଷ କରୁଛନ୍ତି। ପ୍ରଥମେ ଦିଲ୍ଲୀର ମନ୍ତ୍ରୀ ଆତିଶୀ କେଜ୍‌ରିଓ୍ବାଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା କହିଥିଲେ। ଏବେ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ଜେଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ବି ହୋଇପାରେ ବୋଲି କହିଛନ୍ତି।

ସଞ୍ଜୟ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବିରୋଧରେ ଗଭୀର ଷଡ଼ଯନ୍ତ୍ର କରାଯାଉଛି। ଜେଲ୍‌ରେ ତାଙ୍କ ସହ କିଛି ବି ହୋଇପାରେ। ଭାଜପା ତନ୍ତ୍ର କାହାକୁ ହତ୍ୟା କରିବା ସ୍ତର ପର୍ଯ୍ୟନ୍ତ ଯାଇପାରେ।

ଏହାଛଡ଼ା ସେ କେଜ୍‌ରିଓ୍ବାଲଙ୍କ ରୋଗର ମଜା ଉଡ଼ାଇବା ନେଇ ସେ ଭାଜପା ନେତାଙ୍କୁ ସମାଲୋଚନା କରିଛନ୍ତି। ଏପରିକି କେଜ୍‌ରିଓ୍ବାଲଙ୍କ ବିରୋଧରେ ମିଥ୍ୟା ଖବର ଗଣମାଧ୍ୟମ ମାଧ୍ୟମରେ କୁହାଯାଉଛି। ଯଦି ନିୟମ ଅନୁଯାୟୀ କୌଣସି କଏଦୀର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଶେୟାର କରିବାର ଅନୁମତି ନ ଥାଏ ତେବେ ଇଡି ଗୁରୁବାର ଗଣମାଧ୍ୟମରେ କେଜ୍‌ରିଓ୍ବାଲଙ୍କ ଜାଲ୍‌ ଖାଦ୍ୟ ଚାଟ୍‌ କାହିଁକି ଶେୟାର କରିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ସଞ୍ଜୟଙ୍କ ଏଭଳି ବୟାନକୁ ନେଇ ଇଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ହେଲେ କେଜ୍‌ରିଓ୍ବାଲ ନା ନଇଁବେ ନାହିଁ ନା ଭାଙ୍ଗିବେ ନାହିଁ ବୋଲି ସେ କହିଛନ୍ତି।

The post ‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’ appeared first on Dharitri Odia News.