ଷ୍ଟ୍ରଙ୍ଗ୍‌ରୁମ୍‌ରେ ପହଞ୍ଚିଲା ଇଭିଏମ୍‌

ଭୁବନେଶ୍ୱର,୧୦ା୪: ନିର୍ବାଚନ ପୂର୍ବରୁ କଡ଼ାସୁରକ୍ଷା ବଳୟ ମଧ୍ୟରେ ଖୋର୍ଦ୍ଧାସ୍ଥିତ ପଣ୍ୟାଗାରରୁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଆସି ପହଞ୍ଚିଛି ଇଭିଏମ୍‌। ଭୁବନେଶ୍ୱର ଲୋକ ସଭା କ୍ଷେତ୍ରର ୫ଟି ନିର୍ବାଚନ ମଣ୍ଡଳୀ ଜଟଣୀ, ଉତ୍ତର, ମଧ୍ୟ, ଏକାମ୍ର ଓ ଜୟଦେବ ନିର୍ବାଚନ ଲାଗି ଇଭିଏମ୍‌ ଆସି ପହଞ୍ଚିଥିବା ଜଣାପଡ଼ିଛି। ପାଞ୍ଚଟି ଫ୍ଲୋର୍‌ରେ ଗୋଟିଏ ବିଧାନସଭା ଓ ନିର୍ବାଚନ ମଣ୍ଡଳୀର ଉଭୟ ଲୋକ ସଭା ଓ ବିଧାନସଭା ଲାଗି ଇଭିଏମ୍‌ ରହିବା ବ୍ୟବସ୍ଥା ହୋଇଛି । ମୋଟ୍‌ ୨୩୩୨ଟି ଇଭିଏମ୍‌ ଆସିଛି। […] The post ଷ୍ଟ୍ରଙ୍ଗ୍‌ରୁମ୍‌ରେ ପହଞ୍ଚିଲା ଇଭିଏମ୍‌ appeared first on Dharitri Odia News.

ଷ୍ଟ୍ରଙ୍ଗ୍‌ରୁମ୍‌ରେ ପହଞ୍ଚିଲା ଇଭିଏମ୍‌

ଭୁବନେଶ୍ୱର,୧୦ା୪: ନିର୍ବାଚନ ପୂର୍ବରୁ କଡ଼ାସୁରକ୍ଷା ବଳୟ ମଧ୍ୟରେ ଖୋର୍ଦ୍ଧାସ୍ଥିତ ପଣ୍ୟାଗାରରୁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଆସି ପହଞ୍ଚିଛି ଇଭିଏମ୍‌। ଭୁବନେଶ୍ୱର ଲୋକ ସଭା କ୍ଷେତ୍ରର ୫ଟି ନିର୍ବାଚନ ମଣ୍ଡଳୀ ଜଟଣୀ, ଉତ୍ତର, ମଧ୍ୟ, ଏକାମ୍ର ଓ ଜୟଦେବ ନିର୍ବାଚନ ଲାଗି ଇଭିଏମ୍‌ ଆସି ପହଞ୍ଚିଥିବା ଜଣାପଡ଼ିଛି। ପାଞ୍ଚଟି ଫ୍ଲୋର୍‌ରେ ଗୋଟିଏ ବିଧାନସଭା ଓ ନିର୍ବାଚନ ମଣ୍ଡଳୀର ଉଭୟ ଲୋକ ସଭା ଓ ବିଧାନସଭା ଲାଗି ଇଭିଏମ୍‌ ରହିବା ବ୍ୟବସ୍ଥା ହୋଇଛି । ମୋଟ୍‌ ୨୩୩୨ଟି ଇଭିଏମ୍‌ ଆସିଛି। ଧଳା ରଙ୍ଗ ଗେଟ୍‌ ଚିହ୍ନ ଥିବା ରୁମ୍‌ଗୁଡ଼ିକରେ ଲୋକ ସଭା କ୍ଷେତ୍ର ଲାଗି ଇଭିଏମ୍‌ ରହିବ ଏବଂ ଗୋଲାପୀ ରଙ୍ଗ ଗେଟ୍‌ରୁମରେ ବିଧାନସଭା କ୍ଷେତ୍ର ଲାଗି ଇଭିଏମ୍‌ ରହିବ। ସିସିଟିଭି ବଳୟରେ ଷ୍ଟ୍ରଙ୍ଗ୍‌ରୁମ୍‌ ରହିଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

The post ଷ୍ଟ୍ରଙ୍ଗ୍‌ରୁମ୍‌ରେ ପହଞ୍ଚିଲା ଇଭିଏମ୍‌ appeared first on Dharitri Odia News.