ବାସନାରୁ ମାଆର ଚେହେରା ଚିହ୍ନେ ଶିଶୁ, ଗବେଷଣାରୁ ଆସିଲା ରୋଚକ ତଥ୍ୟ

ନୂଆଦିଲ୍ଲୀ: ନବଜାତ ଶିଶୁମାନେ ସେମାନଙ୍କର ଆଖପାଖର ଘଟଣାକୁ ବୁଝିବାକୁ ବା ଜାଣିବାକୁ ସମୟ ନେଇଥାନ୍ତି। ଆମେ ଅନୁଭବ କରୁ ଯେ ପିଲା ଆମକୁ ଦେଖୁଛି, ଆମକୁ ଚିହ୍ନିବାକୁ ଚେଷ୍ଟା କରୁଛି। କିମ୍ବା ଆମ କଥା ଶୁଣିବା ଦ୍ୱାରା ବୁଝିବାକୁ ଚେଷ୍ଟା କରୁଛି। କିନ୍ତୁ ଏହା ଆରମ୍ଭରୁ ହୁଏ ନାହିଁ।ବୈଜ୍ଞାନିକମାନଙ୍କ ଏକ ଟିମ୍‌ ଏହା ଉପରେ ଗବେଷଣା କରି ରୋଚକ ତଥ୍ୟ ଦେଇଛନ୍ତି। ଏକ ନୂଆ ଷ୍ଟଡିରୁ ଜଣାପଡ଼ିଛି ଯେ  ଶିଶୁମାନେ ସେମାନଙ୍କ ମା’ର ବାସନା ବାରି ଚେହେରା ଦେଖିପାରିଥାଏ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ବିଭିନ୍ନ ଇନିଷ୍ଟିଚ୍ୟୁଟ୍‌ର ଗବେଷକମାନେ ଏକ ଷ୍ଟଡି କରିଥିଲେ ଯେ ଶିଶୁମାନେ କିପରି ନିଜ ମା’ଙ୍କ ଗନ୍ଧକୁ ବାରିପାରି ଚେହେରା ବୁଝିବା ପାଇଁ ଚେଷ୍ଟା କରନ୍ତି। ଷ୍ଟଡି ରେଜଲ୍ଟ ଥିଲା ଆକର୍ଷଣୀୟ ଏବଂ ଏହା ପୂର୍ବରୁ କେବେ ଜଣାନଥିଲା। ଏଥିରୁ ଜଣାପଡିଛି ଯେ ଶିଶୁର ଏହି ଦକ୍ଷତା ୪ରୁ ୧୨ ମାସ ମଧ୍ୟରେ ମସ୍ତିଷ୍କ ବହୁତ ବିକାଶ କରିଥାଏ। ଅଧିକ ବୟସର ଶିଶୁମାନେ ମୁଖ୍ୟତଃ ଦେଖିକରି କିମ୍ବା ସ୍ୱର ଜାଣି ଚେହେରା ବୁଝିବା ପାଇଁ ସକ୍ଷମ ଅଟନ୍ତି। ୟୁନିଭର୍ସିଟି ଡି ବର୍ଗୋଗେନ୍‌ର ସେଣ୍ଟର ଫର୍‌ ଟେଷ୍ଟ, ସ୍ମେଲ ଆଣ୍ଡ ଫିଡିଂ ସାଇନ୍ସର ମନୋବିଜ୍ଞାନ ଏବଂ ସ୍ନାୟୁ ବିଜ୍ଞାନର ଆସୋସିଏଟ୍ ପ୍ରଫେସର ଡକ୍ଟର ଆର୍ନୋଡ୍ କହିଛନ୍ତି ଯେ ମାନବ ମସ୍ତିଷ୍କରେ ସମ୍ବେଦନଶୀଳ ଧାରଣା କିପରି କାର୍ଯ୍ୟ କରେ, ଏହା ଉପରେ ମୋର ଦୀର୍ଘ ଦିନ ଧରି ଆଗ୍ରହ ରହିଛି।

ବାସନାରୁ ମାଆର ଚେହେରା ଚିହ୍ନେ ଶିଶୁ, ଗବେଷଣାରୁ ଆସିଲା ରୋଚକ ତଥ୍ୟ

ନୂଆଦିଲ୍ଲୀ: ନବଜାତ ଶିଶୁମାନେ ସେମାନଙ୍କର ଆଖପାଖର ଘଟଣାକୁ ବୁଝିବାକୁ ବା ଜାଣିବାକୁ ସମୟ ନେଇଥାନ୍ତି। ଆମେ ଅନୁଭବ କରୁ ଯେ ପିଲା ଆମକୁ ଦେଖୁଛି, ଆମକୁ ଚିହ୍ନିବାକୁ ଚେଷ୍ଟା କରୁଛି। କିମ୍ବା ଆମ କଥା ଶୁଣିବା ଦ୍ୱାରା ବୁଝିବାକୁ ଚେଷ୍ଟା କରୁଛି। କିନ୍ତୁ ଏହା ଆରମ୍ଭରୁ ହୁଏ ନାହିଁ।

ବୈଜ୍ଞାନିକମାନଙ୍କ ଏକ ଟିମ୍‌ ଏହା ଉପରେ ଗବେଷଣା କରି ରୋଚକ ତଥ୍ୟ ଦେଇଛନ୍ତି। ଏକ ନୂଆ ଷ୍ଟଡିରୁ ଜଣାପଡ଼ିଛି ଯେ  ଶିଶୁମାନେ ସେମାନଙ୍କ ମା’ର ବାସନା ବାରି ଚେହେରା ଦେଖିପାରିଥାଏ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। 

ବିଭିନ୍ନ ଇନିଷ୍ଟିଚ୍ୟୁଟ୍‌ର ଗବେଷକମାନେ ଏକ ଷ୍ଟଡି କରିଥିଲେ ଯେ ଶିଶୁମାନେ କିପରି ନିଜ ମା’ଙ୍କ ଗନ୍ଧକୁ ବାରିପାରି ଚେହେରା ବୁଝିବା ପାଇଁ ଚେଷ୍ଟା କରନ୍ତି। ଷ୍ଟଡି ରେଜଲ୍ଟ ଥିଲା ଆକର୍ଷଣୀୟ ଏବଂ ଏହା ପୂର୍ବରୁ କେବେ ଜଣାନଥିଲା। ଏଥିରୁ ଜଣାପଡିଛି ଯେ ଶିଶୁର ଏହି ଦକ୍ଷତା ୪ରୁ ୧୨ ମାସ ମଧ୍ୟରେ ମସ୍ତିଷ୍କ ବହୁତ ବିକାଶ କରିଥାଏ। ଅଧିକ ବୟସର ଶିଶୁମାନେ ମୁଖ୍ୟତଃ ଦେଖିକରି କିମ୍ବା ସ୍ୱର ଜାଣି ଚେହେରା ବୁଝିବା ପାଇଁ ସକ୍ଷମ ଅଟନ୍ତି। 

ୟୁନିଭର୍ସିଟି ଡି ବର୍ଗୋଗେନ୍‌ର ସେଣ୍ଟର ଫର୍‌ ଟେଷ୍ଟ, ସ୍ମେଲ ଆଣ୍ଡ ଫିଡିଂ ସାଇନ୍ସର ମନୋବିଜ୍ଞାନ ଏବଂ ସ୍ନାୟୁ ବିଜ୍ଞାନର ଆସୋସିଏଟ୍ ପ୍ରଫେସର ଡକ୍ଟର ଆର୍ନୋଡ୍ କହିଛନ୍ତି ଯେ ମାନବ ମସ୍ତିଷ୍କରେ ସମ୍ବେଦନଶୀଳ ଧାରଣା କିପରି କାର୍ଯ୍ୟ କରେ, ଏହା ଉପରେ ମୋର ଦୀର୍ଘ ଦିନ ଧରି ଆଗ୍ରହ ରହିଛି।

“ଦେଖିକି ଜାଣିପାଣିବା” ହେଉଛି ଏକ ଜଟିଳ ସ୍ନାୟୁଗତ ଦକ୍ଷତା ଯାହାକି ପୂର୍ବ ଅନୁଭୂତିରୁ ଉତ୍ପନ୍ନ ହୋଇଥାଏ। ଯେଉଁଥିରେ ବିଭିନ୍ନ ଉତ୍ସାହ ଏକ ସମୟରେ ସମସ୍ତ ଇନ୍ଦ୍ରିୟରୁ ଆସିଥାଏ। ଶିଶୁର ମସ୍ତିଷ୍କ କିପରି ବାସନା ବା ସ୍ମେଲିଂ କାପାସିଟି ଜରିଆରେ ତାର ଭିଜୁଆଲ୍ ବିକାଶକୁ କରେ? ଏହାର ଗବେଷଣାରୁ ଜଣାପଡିଛି ଯେ ମା’ର ବାସନା ଦ୍ୱାରା ଶିଶୁ ଚେହେରା ବୁଝିବାର କ୍ଷମତା ବଢ଼ିଛି। ଯେହେତୁ ଶିଶୁମାନେ ବଢ଼ିବା ଆରମ୍ଭ କରନ୍ତି ସେତେବେଳେ ମସ୍ତିଷ୍କର ଭିଜୁଆଲ୍ ସିଗନାଲ ବ୍ୟବହାର କରି ଚେହେରାକୁ ବୁଝିବା ବା ଜାଣିବା ଆରମ୍ଭ କରନ୍ତି। ଏହାପରେ ଏହି ବାସନା ଜାଣିବାର କ୍ଷମତା ବା ସ୍ମେଲିଂ କାପାସିଟି କମିଯାଏ।