ଫାଇନାଲ୍ ମ୍ୟାଚ୍‌ରେ କ'ଣ ବର୍ଷା ସାଜିବ ବାଧକ ? ଜାଣନ୍ତୁ କେମିତି ରହିଛି ବାର୍ବାଡୋସର ପାଣିପାଗ

ବାର୍ବାଡୋସ: ଆଉ କିଛି ସମୟ ପରେ ବାର୍ବାଡୋସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ବିଶ୍ଵକପ୍ ୨୦୨୪ର ଫାଇନାଲ୍ ମ୍ୟାଚ୍। ବାର୍ବାଡୋସର ବ୍ରିଜଟାଉନର କେନିଙ୍ଗଟନ ଓଭାଲରେ ଭାରତୀୟ ସମୟ ରାତି ୮ଟାରେ ଏହି ମୁକାବିଲା ଖେଳାଯିବ। ତେବେ ସଭିଙ୍କ ନଜର ବାର୍ବାଡୋସର ପାଣିପାଗ ଉପରେ ରହିଛି। କଣ ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିବ ? ମ୍ୟାଚ୍ ସମୟରେ କଣ ପାଗ ଭଲ ରହିବ ? ଏମିତି ପ୍ରଶ୍ନ କ୍ରିକେଟ୍ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। Also read: ଟିମ୍ ଇଣ୍ଡିଆ ସହ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ ଆଜି ଶେଷ ମ୍ୟାଚ୍, ସ୍ମରଣୀୟ ବିଦାୟ ଦେଇପାରିବେ କି ରୋହିତ ଆଣ୍ଡ କୋ ?ସଦ୍ୟତମ ଖବର ଅନୁଯାୟୀ, ବାର୍ବାଡୋସରେ ବର୍ତ୍ତମାନ ପାଗ ସଫା ରହିଛି। ଯଦି ପାଗ ଏମିତି ରହେ ତେବେ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଆରମ୍ଭ ହୋଇପାରେ ଏବଂ ଖେଳ ପୁରା ହୋଇପାରେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ତାପାମାତ୍ରା ୨୮ ଡିଗ୍ରୀ ସେଲସିୟସ ରହିଛି। ମୋଟାମୋଟି ଭାବେ କିଛି ପ୍ରତିଶତ ବର୍ଷା ଆଶଙ୍କା ରହିଛି। ମ୍ୟାଚ୍‌ର ଶେଷ ଆଡ଼କୁ କିଛି ସମୟ ବର୍ଷା  ହେବାର ସମ୍ଭାବନା ରହିଛି। The Morning live pictures from Barbados. (Vimal Kumar YT).- The Weather is great, Clear and perfect for the Final of this T20 World Cup...!!!! pic.twitter.com/kch37hNbrx— Tanuj Singh (@ImTanujSingh) June 29, 20

ଫାଇନାଲ୍ ମ୍ୟାଚ୍‌ରେ କ'ଣ ବର୍ଷା ସାଜିବ ବାଧକ ? ଜାଣନ୍ତୁ କେମିତି ରହିଛି ବାର୍ବାଡୋସର ପାଣିପାଗ

ବାର୍ବାଡୋସ: ଆଉ କିଛି ସମୟ ପରେ ବାର୍ବାଡୋସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ବିଶ୍ଵକପ୍ ୨୦୨୪ର ଫାଇନାଲ୍ ମ୍ୟାଚ୍। ବାର୍ବାଡୋସର ବ୍ରିଜଟାଉନର କେନିଙ୍ଗଟନ ଓଭାଲରେ ଭାରତୀୟ ସମୟ ରାତି ୮ଟାରେ ଏହି ମୁକାବିଲା ଖେଳାଯିବ। ତେବେ ସଭିଙ୍କ ନଜର ବାର୍ବାଡୋସର ପାଣିପାଗ ଉପରେ ରହିଛି। କଣ ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିବ ? ମ୍ୟାଚ୍ ସମୟରେ କଣ ପାଗ ଭଲ ରହିବ ? ଏମିତି ପ୍ରଶ୍ନ କ୍ରିକେଟ୍ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। 

Also read: ଟିମ୍ ଇଣ୍ଡିଆ ସହ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ ଆଜି ଶେଷ ମ୍ୟାଚ୍, ସ୍ମରଣୀୟ ବିଦାୟ ଦେଇପାରିବେ କି ରୋହିତ ଆଣ୍ଡ କୋ ?

ସଦ୍ୟତମ ଖବର ଅନୁଯାୟୀ, ବାର୍ବାଡୋସରେ ବର୍ତ୍ତମାନ ପାଗ ସଫା ରହିଛି। ଯଦି ପାଗ ଏମିତି ରହେ ତେବେ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଆରମ୍ଭ ହୋଇପାରେ ଏବଂ ଖେଳ ପୁରା ହୋଇପାରେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ତାପାମାତ୍ରା ୨୮ ଡିଗ୍ରୀ ସେଲସିୟସ ରହିଛି। ମୋଟାମୋଟି ଭାବେ କିଛି ପ୍ରତିଶତ ବର୍ଷା ଆଶଙ୍କା ରହିଛି। ମ୍ୟାଚ୍‌ର ଶେଷ ଆଡ଼କୁ କିଛି ସମୟ ବର୍ଷା  ହେବାର ସମ୍ଭାବନା ରହିଛି। 




ବାର୍ବାଡୋସରେ ମ୍ୟାଚ୍ ଠିକ୍ ପୂର୍ବ ରାତିରେ ପ୍ରବଳ ବର୍ଷା ହୋଇଥିଲା। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଫଟୋ ସେୟାର  ହୋଇଥିଲା। ତଥାପି ବାର୍ବାଡୋସର ପାଗକୁ ନେଇ ପ୍ରଶଂସକଙ୍କ ହୃଦକମ୍ପନ ବଢି ଯାଇଛି। ସ୍ଥାନୀୟ ସମୟାନୁସାରେ ପୂର୍ବାହ୍ନ ୧୦ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ। 

ଯଦି ବର୍ଷା ହୁଏ ତେବେ ପ୍ରଥମ ଦିନରେ ଅତି କମରେ ୧୭-୧୭ ଓଭରର ମ୍ୟାଚ୍ ହୋଇପାରେ। ଯଦି ପ୍ରଥମ ଇନିଂସରେ ବର୍ଷା ହୁଏ ତେବେ ନିର୍ଦ୍ଧାରିତ ନିୟମ ଅନୁସାରେ ୨୦ ଓଭର ପୁରା ଖେଳ ହେବ। ବର୍ଷା ନ ଛାଡ଼ିଲେ ପରବର୍ତ୍ତୀ ଦିନ ରିଜର୍ଭ ଡେରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବ।