ଦେଶର ସବୁଠାରୁ ଧନୀ ପରିବାର ତାଲିକାରେ ଶୀର୍ଷରେ ଅମ୍ବାନୀ ପରିବାର: ଆଦାନୀ ଫ୍ୟାମିଲିଙ୍କ ନାଁ ନାହିଁ

ନୂଆଦିଲ୍ଲୀ: ଅମ୍ବାନୀ ପରିବାର ୩୦୯ ବିଲିଅନ ଡଲାର(୨୫.୭୫ ଲକ୍ଷ କୋଟି) ସହ ଦେଶର ସବୁଠାରୁ ଧନୀ ପରିବାର ବ୍ୟବସାୟୀ ହୋଇଛନ୍ତି। ଅମ୍ବାନୀ ପରିବାରର ବ୍ୟବସାୟର ମୂଲ୍ୟ ଭାରତର ଜିଡିପିର ଏକ ଦଶମାଂଶ ସହିତ ସମାନ। ଅମ୍ବାନୀ ପରିବାର ପରେ ନୀରଜ ବାଜାଜଙ୍କ ନେତୃତ୍ୱରେ ଥିବା ବାଜାଜ ପରିବାର ଦେଶର ଧନୀ ବ୍ୟବସାୟିକ ପରିବାର ହୋଇଛି। ଏହି ପରିବାର ବ୍ୟବସାୟ ମୂଲ୍ୟ ୭.୧୩ ଲକ୍ଷ କୋଟି ଟଙ୍କା। ଏହା ପଛକୁ ୫.୩୯ ଲକ୍ଷ କୋଟି ମୂଲ୍ୟ ସହ ବିର୍ଲା ଫେମିଲି ତୃତୀୟ ସ୍ଥାନରେ ରହିଛି। ରୋଚକ କଥା ହେଲା ଫେମିଲି ବିଜ୍‌ନେଶର ଶୀର୍ଷ ୧୦ ପରିବାର ତାଲିକାରେ ଆଦାନୀ ପରିବାର ସ୍ଥାନ ପାଇ ନାହିଁ। ଭାରତର ଶୀର୍ଷ ୧୦ ପରିବାର ବ୍ୟବସାୟୀଙ୍କ ସମ୍ପତ୍ତି ମୋଟ ୬୦୦୯,୧୦୦(୬୦ ଲକ୍ଷ ୯ ହଜାର ୧୦୦) କୋଟି ଟଙ୍କା ହୋଇଛି। ତେବେ ଦେଶର ଫାଷ୍ଟ ଜେନେରେସନ ବିଜ୍‌ନେଶ ପରିବାରରେ ଆଦାନୀ ଆଗାମୀ ପିଢ଼ିର ସପୋର୍ଟ ସହିତ ଆଦାନୀ ପରିବାର ମଧ୍ୟରେ ୧୫,୪୪,୦୦୦(୧୫ ଲକ୍ଷ ୪୪ ହଜାର) କୋଟି ଟଙ୍କା ସମ୍ପତ୍ତି ସହିତ ପ୍ରଥମ ସ୍ଥାନରେ ରହିଛନ୍ତି। ହୁରୁନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍(Hurun Research Institute) ପ୍ରଥମ ଥର ପାଇଁ ୨୦୨୪ ବାରକଲେସ୍ ପ୍ରାଇଭେଟ କ୍ଲାଏଣ୍ଟ ହୁରୁନ୍ ଇଣ୍ଡିଆ ମୋଷ୍ଟ ଭାଲୁଏବଲ ଫ୍ୟାମିଲି ମିଲି ବିଜନେସ((2024 Barclays Private Clients Hurun India Most Valuable Family Businesses)) ତାଲିକା ପ୍ରକାଶ କରିଛି।  ଏହି ତାଲିକା ଅନୁଯାୟୀ ଅମ

ଦେଶର ସବୁଠାରୁ ଧନୀ ପରିବାର ତାଲିକାରେ ଶୀର୍ଷରେ ଅମ୍ବାନୀ ପରିବାର: ଆଦାନୀ ଫ୍ୟାମିଲିଙ୍କ ନାଁ ନାହିଁ

ନୂଆଦିଲ୍ଲୀ: ଅମ୍ବାନୀ ପରିବାର ୩୦୯ ବିଲିଅନ ଡଲାର(୨୫.୭୫ ଲକ୍ଷ କୋଟି) ସହ ଦେଶର ସବୁଠାରୁ ଧନୀ ପରିବାର ବ୍ୟବସାୟୀ ହୋଇଛନ୍ତି। ଅମ୍ବାନୀ ପରିବାରର ବ୍ୟବସାୟର ମୂଲ୍ୟ ଭାରତର ଜିଡିପିର ଏକ ଦଶମାଂଶ ସହିତ ସମାନ। ଅମ୍ବାନୀ ପରିବାର ପରେ ନୀରଜ ବାଜାଜଙ୍କ ନେତୃତ୍ୱରେ ଥିବା ବାଜାଜ ପରିବାର ଦେଶର ଧନୀ ବ୍ୟବସାୟିକ ପରିବାର ହୋଇଛି। ଏହି ପରିବାର ବ୍ୟବସାୟ ମୂଲ୍ୟ ୭.୧୩ ଲକ୍ଷ କୋଟି ଟଙ୍କା। ଏହା ପଛକୁ ୫.୩୯ ଲକ୍ଷ କୋଟି ମୂଲ୍ୟ ସହ ବିର୍ଲା ଫେମିଲି ତୃତୀୟ ସ୍ଥାନରେ ରହିଛି। 

ରୋଚକ କଥା ହେଲା ଫେମିଲି ବିଜ୍‌ନେଶର ଶୀର୍ଷ ୧୦ ପରିବାର ତାଲିକାରେ ଆଦାନୀ ପରିବାର ସ୍ଥାନ ପାଇ ନାହିଁ। ଭାରତର ଶୀର୍ଷ ୧୦ ପରିବାର ବ୍ୟବସାୟୀଙ୍କ ସମ୍ପତ୍ତି ମୋଟ ୬୦୦୯,୧୦୦(୬୦ ଲକ୍ଷ ୯ ହଜାର ୧୦୦) କୋଟି ଟଙ୍କା ହୋଇଛି। ତେବେ ଦେଶର ଫାଷ୍ଟ ଜେନେରେସନ ବିଜ୍‌ନେଶ ପରିବାରରେ ଆଦାନୀ ଆଗାମୀ ପିଢ଼ିର ସପୋର୍ଟ ସହିତ ଆଦାନୀ ପରିବାର ମଧ୍ୟରେ ୧୫,୪୪,୦୦୦(୧୫ ଲକ୍ଷ ୪୪ ହଜାର) କୋଟି ଟଙ୍କା ସମ୍ପତ୍ତି ସହିତ ପ୍ରଥମ ସ୍ଥାନରେ ରହିଛନ୍ତି। 

ହୁରୁନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍(Hurun Research Institute) ପ୍ରଥମ ଥର ପାଇଁ ୨୦୨୪ ବାରକଲେସ୍ ପ୍ରାଇଭେଟ କ୍ଲାଏଣ୍ଟ ହୁରୁନ୍ ଇଣ୍ଡିଆ ମୋଷ୍ଟ ଭାଲୁଏବଲ ଫ୍ୟାମିଲି ମିଲି ବିଜନେସ((2024 Barclays Private Clients Hurun India Most Valuable Family Businesses)) ତାଲିକା ପ୍ରକାଶ କରିଛି।  ଏହି ତାଲିକା ଅନୁଯାୟୀ ଅମ୍ବାନୀ ପରିବାର ମୋଷ୍ଟ ଭାଲୁଏବଲ ପରିବାର ତାଲିକାରେ ନମ୍ବର ୱାନରେ ରହିଛି। 

ଫାଷ୍ଟ ଜେନେରେସନ ବିଜ୍‌ନେଶ ପରିବାରରେ ଆଦାନୀ ପରିବାର ଏକ ନମ୍ବରରେ ରହିଥିବା ବେଳେ ଦ୍ୱିତୀୟରେ ସେରମ ଇନଷ୍ଟିଚ୍ୟୁଟର ଅଫ୍ ଇଣ୍ଡିଆକୁ ମ୍ୟାନେଜ କରୁଥିବା ପୁନାୱାଲା ଫେମିଲି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ପରିବାରର ବିଜ୍‌ନେଶ ଭାଲ୍ୟୁ ୨,୩୭,୧୦୦ କୋଟି ଟଙ୍କା। 

ଏହି ରିପୋର୍ଟ ଅନୁଯାୟୀ, ଭାରତର ମୋଷ୍ଟ ଭାଲ୍ୟୁଏବଲ ବିଜନେଶ ଫ୍ୟାମିଲିର ଭାଲ୍ୟୁ ୧.୩ ଟ୍ରିଲିଅନ ଡଲାର। ଯାହା ସ୍ୱିଜରଲ୍ୟାଣ୍ଡ ଓ ୟୁଏଇର ଜିଡିପିର ମିଶାଇବା ପରେ ଏହା ଠାରୁ ଅଧିକ ହେବ। ଦେଶର ଶ୍ରେଷ୍ଠ ୩ ପରିବାର ବିଜନେଶ ଭାଲ୍ୟୁ ୪୬୦ ବିଲିୟନ ଡଲାର, ଯାହା ସିଙ୍ଗାପୁରର ଜିଡିପି ସହିତ ସମାନ।ହୁରୁନ୍ ଇଣ୍ଡିଆ ମୋଷ୍ଟ ଭାଲୁଏବଲ ଫ୍ୟାମିଲି ବିଜନେଶ ରିପୋର୍ଟ ଅନୁଯାୟୀ, ଦେଶରେ ୧୨୪ ବିଜନେଶ ଫ୍ୟାମିଲି ଅଛନ୍ତି ଯାହାଙ୍କ ସମ୍ପତ୍ତି ୧ ବିଲିୟନ ଡଲାରରୁ ଅଧିକ।

ତିନୋଟି ବିଜନେଶ ଫେମିଲି ଅଛନ୍ତି ଯାହାଙ୍କର କମ୍ପାନୀର ସେୟାରଗୁଡ଼ିକ ଇନହେରିଟେନ୍ସ ପରେ ନିବେଶକମାନଙ୍କୁ ସର୍ବାଧିକ ରିଟର୍ଣ୍ଣ ଦେଇଛି। ଏହି ତାଲିକାରେ ପ୍ରଥମେ ରହିଛି ବେନୁ ବଙ୍ଗୁର ଫ୍ୟାମିଲି। ଯାହାଙ୍କ ଶେୟାର ମୂଲ୍ୟ ୫୭୧ ଗୁଣ ବୃଦ୍ଧି ପାଇଛି। ତାପାରିଆ ପରିବାରର ସେୟାର ୩୮୭ ଗୁଣ ବୃଦ୍ଧି ପାଇଛି, ଧରମପାଲ ଅଗ୍ରୱାଲ ପରିବାର ଶେୟାର ୩୧୬ ଗୁଣ ବୃଦ୍ଧି ସହିତ ତୃତୀୟ ସ୍ଥାନରେ ଅଛନ୍ତି। ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀଗୁଡିକ ମଧ୍ୟରେ ହଲଦିରାମ ସ୍ନାକ୍ସ ୬୩,୦୦୦ କୋଟି ମୂଲ୍ୟ ସହ ମୋଷ୍ଟ ଭାଲୁଏବଲ ଅନଲିଷ୍ଟେଡ କମ୍ପାନୀ ହୋଇଛି।