UP ଦେବରିଆରେ ମନ୍ଦିର ଉପରେ ବଜ୍ରପାତ, ପୂଜାରୀ ସମେତ ୨ ମୃତ, ୭ ଆହତ

ଦେବରିଆ ୩୦।୬: ଉତ୍ତରପ୍ରଦେଶ ଦେବରିଆରେ ରବିବାର ଭୀଷଣ ବର୍ଷା କାଳରେ ଏକ ମନ୍ଦିର ଉପରେ ବଜ୍ରପାତ ହୋଇଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମନ୍ଦିରର ପୂଜାରୀ ମଧ୍ୟ ଅଛନ୍ତି। ବର୍ଷା ଆରମ୍ଭ ହୋଇଯିବାରୁ ପଥଚାରୀମାନେ ଗୋପାଳ ପୁର ଗାଁ ମନ୍ଦିରରେ ଶରଣ ନେଇଥିଲେ। ତେବେ ଅଚାନକ ବଜ୍ରପାତ ହେବାରୁ ମନ୍ଦିରରେ ଥିବା ସମସ୍ତ ଲୋକ ପ୍ରଭାବିତ ହୋଇଛନ୍ତି। ଥାନା ପ୍ରଭାରୀ ବେଦ ପ୍ରକାଶ ଶର୍ମା ଏହି ସୂଚନା ଦେଇଛନ୍ତି। ବଜ୍ରପାତ ଯୋଗୁ ମନ୍ଦିରର ପୂଜାରୀ ରାଧେଶ୍ୟାମ ଗିରି (୫୦) ଓ ରାଜନାଥ କୁଶୱାହ (୪୦) ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସେଠାରେ ଥିବା ଅନ୍ୟ ୭ ଜଣ ଗୁରୁତର ରୂପେ ପୋଡି ଯାଇଛନ୍ତି। ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଜିଲ୍ଲା ଅଧିକାରୀ ଅଖଣ୍ଡ ପ୍ରତାପ ସିଂହ ମୃତାହତ ସମସ୍ତଙ୍କ ପରିବାରଙ୍କୁ ନିୟମାନୁସାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଗତ ଶୁକ୍ରବାର ୟୁପି ସୁଲତାନ ପୁରରେ ବଜ୍ରପାତ ଖବର ମିଳିଥିଲା। ସୁଲତାନପୁର ବଜ୍ରପାତରେ ଏକ ନାବଳିକା ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା କୁଡବାର ଥାନା ସୋହଗୌଲୀରେ ହୋଇଥିଲା। ବର୍ଷା ହେବା ଯୋଗୁ ନାବାଳିକା ଓ ମହିଳା ଗଛତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା। ମୃତ ମହିଳାଙ୍କୁ କୁସୁମ କୌରୀ (୪୬) ଓ ନାବାଳିକାଙ୍କୁ ନାନସୀ ରୂପେ ଚିହ୍ନଟ କରାଯାଇଛ

UP ଦେବରିଆରେ ମନ୍ଦିର ଉପରେ ବଜ୍ରପାତ, ପୂଜାରୀ ସମେତ ୨ ମୃତ, ୭ ଆହତ

ଦେବରିଆ ୩୦।୬: ଉତ୍ତରପ୍ରଦେଶ ଦେବରିଆରେ ରବିବାର ଭୀଷଣ ବର୍ଷା କାଳରେ ଏକ ମନ୍ଦିର ଉପରେ ବଜ୍ରପାତ ହୋଇଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମନ୍ଦିରର ପୂଜାରୀ ମଧ୍ୟ ଅଛନ୍ତି। ବର୍ଷା ଆରମ୍ଭ ହୋଇଯିବାରୁ ପଥଚାରୀମାନେ ଗୋପାଳ ପୁର ଗାଁ ମନ୍ଦିରରେ ଶରଣ ନେଇଥିଲେ। ତେବେ ଅଚାନକ ବଜ୍ରପାତ ହେବାରୁ ମନ୍ଦିରରେ ଥିବା ସମସ୍ତ ଲୋକ ପ୍ରଭାବିତ ହୋଇଛନ୍ତି। ଥାନା ପ୍ରଭାରୀ ବେଦ ପ୍ରକାଶ ଶର୍ମା ଏହି ସୂଚନା ଦେଇଛନ୍ତି। 

ବଜ୍ରପାତ ଯୋଗୁ ମନ୍ଦିରର ପୂଜାରୀ ରାଧେଶ୍ୟାମ ଗିରି (୫୦) ଓ ରାଜନାଥ କୁଶୱାହ (୪୦) ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସେଠାରେ ଥିବା ଅନ୍ୟ ୭ ଜଣ ଗୁରୁତର ରୂପେ ପୋଡି ଯାଇଛନ୍ତି। ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଜିଲ୍ଲା ଅଧିକାରୀ ଅଖଣ୍ଡ ପ୍ରତାପ ସିଂହ ମୃତାହତ ସମସ୍ତଙ୍କ ପରିବାରଙ୍କୁ ନିୟମାନୁସାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଗତ ଶୁକ୍ରବାର ୟୁପି ସୁଲତାନ ପୁରରେ ବଜ୍ରପାତ ଖବର ମିଳିଥିଲା। 

ସୁଲତାନପୁର ବଜ୍ରପାତରେ ଏକ ନାବଳିକା ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା କୁଡବାର ଥାନା ସୋହଗୌଲୀରେ ହୋଇଥିଲା। ବର୍ଷା ହେବା ଯୋଗୁ ନାବାଳିକା ଓ ମହିଳା ଗଛତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା। ମୃତ ମହିଳାଙ୍କୁ କୁସୁମ କୌରୀ (୪୬) ଓ ନାବାଳିକାଙ୍କୁ ନାନସୀ ରୂପେ ଚିହ୍ନଟ କରାଯାଇଛି। ୟୁପିରେ ଏବେ ତୁହାକୁ ତୁହା ବର୍ଷା ହେଉଛି। ବିଭାଗ ଅନୁସାରେ ୫୭ ଜିଲ୍ଲାଙ୍କୁ ବର୍ଷା ପାଇଁ ସତର୍କତା ଜାରି ହୋଇଛି।