କୁନୋ ଜାତୀୟ ଉଦ୍ୟାନରେ ବଢ଼ିଲା ଚିତାଙ୍କ ସଂଖ୍ୟା; ୩ ଚିତା ଶାବକ ଜନ୍ମ

କୁନୋ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଖୁସି ଖବର । ଅଭୟାରଣ୍ୟରେ ଜନ୍ମ ନେଲେ ଆଉ ତିନି ଚିତା ଶାବକ । ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଦିନ ପରେ ଅର୍ଥାତ୍ ମଙ୍ଗଳବାର ମା’ ଚିତା ଜ୍ବାଲା ତିନି ପିଲାଙ୍କୁ ଜନ୍ମ ଦେଇଛି । ୩ ଚିତା ଛୁଅ ଏବେ ସୁସ୍ଥ ରହିଛନ୍ତି । ଏମାନଙ୍କୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ସଂଖ୍ୟା ୧୭ରେ ପହଞ୍ଚିଲା । ଏହା ପୂର୍ବରୁ ମା’ ଚିତା ଜ୍ବାଲା ୪ଟି ପିଲା ଜନ୍ମ ଦେଇଥିଲା । ଯେଉଁଥିରେ ତିନି ଛୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବଞ୍ଚିଛି ।    Kuno’s new cubs! Namibian Cheetah named Jwala has given birth to three cubs. This comes just weeks after Namibian Cheetah Aasha gave birth to her cubs. Congratulations to all wildlife frontline warriors and wildlife lovers across the country. May Bharat’s wildlife thrive… pic.twitter.com/aasusRiXtG — Bhupender Yadav (@byadavbjp) January 23, 2024 କୁନୋ ଜାତୀୟ ଉଦ୍ୟାନରେ ମଙ୍ଗଳବାର ମାତା ଚିତା ଜ୍ବାଲା ତିନୋଟି ପିଲା ଜନ୍ମ ଦେବା ପରେ ଅଭୟାରଣ୍ୟରେ ଚିତାଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି । ଅଭୟାରଣ୍ୟରେ ୧୦ ବୟସ୍କ ଓ ୭ଚିତା ଶବକ ରହିଛନ୍ତି । ଏକ ମାସ ପୂର୍ବରୁ ନାମ୍ବିଆରୁ ଆସିଥିବା ଚିତାଙ୍କ ମଧ୍ୟରୁ ଆଶା ତିନୋଟି ଶାବକଙ୍କ ଜନ୍ମ ଦେଇଥିଲା । କୁନ

କୁନୋ ଜାତୀୟ ଉଦ୍ୟାନରେ ବଢ଼ିଲା ଚିତାଙ୍କ ସଂଖ୍ୟା; ୩ ଚିତା ଶାବକ ଜନ୍ମ

କୁନୋ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଖୁସି ଖବର । ଅଭୟାରଣ୍ୟରେ ଜନ୍ମ ନେଲେ ଆଉ ତିନି ଚିତା ଶାବକ । ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଦିନ ପରେ ଅର୍ଥାତ୍ ମଙ୍ଗଳବାର ମା’ ଚିତା ଜ୍ବାଲା ତିନି ପିଲାଙ୍କୁ ଜନ୍ମ ଦେଇଛି । ୩ ଚିତା ଛୁଅ ଏବେ ସୁସ୍ଥ ରହିଛନ୍ତି । ଏମାନଙ୍କୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ସଂଖ୍ୟା ୧୭ରେ ପହଞ୍ଚିଲା । ଏହା ପୂର୍ବରୁ ମା’ ଚିତା ଜ୍ବାଲା ୪ଟି ପିଲା ଜନ୍ମ ଦେଇଥିଲା । ଯେଉଁଥିରେ ତିନି ଛୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବଞ୍ଚିଛି ।   

କୁନୋ ଜାତୀୟ ଉଦ୍ୟାନରେ ମଙ୍ଗଳବାର ମାତା ଚିତା ଜ୍ବାଲା ତିନୋଟି ପିଲା ଜନ୍ମ ଦେବା ପରେ ଅଭୟାରଣ୍ୟରେ ଚିତାଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି । ଅଭୟାରଣ୍ୟରେ ୧୦ ବୟସ୍କ ଓ ୭ଚିତା ଶବକ ରହିଛନ୍ତି । ଏକ ମାସ ପୂର୍ବରୁ ନାମ୍ବିଆରୁ ଆସିଥିବା ଚିତାଙ୍କ ମଧ୍ୟରୁ ଆଶା ତିନୋଟି ଶାବକଙ୍କ ଜନ୍ମ ଦେଇଥିଲା । କୁନୋ ନ୍ୟାସନାଲ୍ ପାର୍କରୁ ବହୁ ଦିନ ପରେ ଖୁସିଖବର ଆସିଛି । ଚିତା ଶାବକ ଜନ୍ମ ହେବା ପରେ ତାଙ୍କୁ ଏକ ବଡ଼ ବାଡ଼ ଘେରା ଖୁଆଡ଼ରେ ରଖାଯାଇଛି । ସ୍ବତନ୍ତ୍ର ଡାକ୍ତର ଦଳ ତାଙ୍କ ଉପରେ ନଜର ରଖିଛନ୍ତି  । କେନ୍ଦ୍ରୀୟ ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବାବଦରେ ସୂଚନା ନେଇଛନ୍ତି । ଏହାସହିତ ଚିତା ଶାବକଙ୍କ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।

https://www.prameyanews7.com/earthquake-of-magnitude-7-2-hits-chinas-xinjiang-tremors-felt-in-delhi-ncr/

The post କୁନୋ ଜାତୀୟ ଉଦ୍ୟାନରେ ବଢ଼ିଲା ଚିତାଙ୍କ ସଂଖ୍ୟା; ୩ ଚିତା ଶାବକ ଜନ୍ମ appeared first on Prameya News7.