ମ୍ୟାଚ ବିଜୟ ପରେ ବି ଶୁବମନଙ୍କ ଖୁସି ଫିକା, ଏହି ଭୁଲ୍ ପାଇଁ ଗଣିଲେ ୨୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ ୧୧।୦୫: ଶୁକ୍ରବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଗୁଜୁରାଟର ମ୍ୟାଚ ଥିଲା । ଯେଉଁଥିରେ ଧୀମା ଓଭର ଗତି ବଜାୟ ରଖିଥିବାରୁ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଚଳିତ ସିଜନରେ ଦ୍ୱିତୀୟ ଥର ପାଇଁ ଗୁଜୁରାଟ ଟାଇଟାନ୍ସ ମନ୍ଥର ଓଭର ଗତି ବଜାୟ ରଖିଛି। ଯେଉଁଥିପାଇଁ ଅଧିନାୟକ ତଥା ଅନ୍ୟାନ୍ୟ ଖେଳାଳିଙ୍କ ଉପରେ ୬ ଲକ୍ଷ ଟଙ୍କା କିମ୍ବା ୨୫ ପ୍ରତିଶତ ମ୍ୟାଚ୍ ଫି ଉପରେ ଲାଗୁ କରାଯାଇଛି। ଆଇପିଏଲ ୨୦୨୪ ର ୫୯ ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଇନିଂସର ୨୦ ଓଭର ପୂରଣ କରିନଥିଲା। ଏହି କାରଣରୁ ଗୁଜରାଟର ଅଧିନାୟକ ଏବଂ ଖେଳାଳିଙ୍କୁ ଜରିମାନା ଦେବାକୁ ପଡ଼ିଲା । ଜରିମାନା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପାଞ୍ଚ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସକୁ ୩୫ ରନ୍‌ରେ ପରାସ୍ତ କରିଥିବା ଗୁଜୁରାଟ ଟାଇଟାନ୍ସର ବିଜୟକୁ ମାତ୍‌ ଦେଇଥିଲା । ଏହି ବିଜୟ ସହିତ ଗୁଜୁରାଟ ଟାଇଟାନ୍ସ ପ୍ଲେ ଅଫରେ ପହଞ୍ଚିବା ଆଶାକୁ ଜୀବନ୍ତ ରଖିଥିଲା ।କହିବାକୁ ଗଲେ ଗୁଜୁରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ତିନୋଟି ୱିକେଟ୍ ହରାଇ ୨୩୧ ରନ୍ ସ୍କୋର କରିଥିଲା। ହେଲେ CSK ଦଳ ୨୦ ଓଭରରେ ୮ ୱିକେଟ୍ ହରାଇବା ପରେ ୧୯୬ ରନ୍ କରି ହାରିଯାଇଥିଲା। ୧୨ଟି ମ୍ୟାଚରେ ଏହା ଗୁଜୁରାଟ ଟାଇଟାନ୍ସର ପଞ୍ଚମ ବିଜୟ ଥିଲା ଏବଂ ସେମାନେ ଆଇପିଏଲ୍ ୨୦୨୪ର ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ଅଛନ୍ତି । ଚ

ମ୍ୟାଚ ବିଜୟ ପରେ ବି ଶୁବମନଙ୍କ ଖୁସି ଫିକା, ଏହି ଭୁଲ୍ ପାଇଁ ଗଣିଲେ ୨୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ ୧୧।୦୫: ଶୁକ୍ରବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଗୁଜୁରାଟର ମ୍ୟାଚ ଥିଲା । ଯେଉଁଥିରେ ଧୀମା ଓଭର ଗତି ବଜାୟ ରଖିଥିବାରୁ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଚଳିତ ସିଜନରେ ଦ୍ୱିତୀୟ ଥର ପାଇଁ ଗୁଜୁରାଟ ଟାଇଟାନ୍ସ ମନ୍ଥର ଓଭର ଗତି ବଜାୟ ରଖିଛି। ଯେଉଁଥିପାଇଁ ଅଧିନାୟକ ତଥା ଅନ୍ୟାନ୍ୟ ଖେଳାଳିଙ୍କ ଉପରେ ୬ ଲକ୍ଷ ଟଙ୍କା କିମ୍ବା ୨୫ ପ୍ରତିଶତ ମ୍ୟାଚ୍ ଫି ଉପରେ ଲାଗୁ କରାଯାଇଛି। 

ଆଇପିଏଲ ୨୦୨୪ ର ୫୯ ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଇନିଂସର ୨୦ ଓଭର ପୂରଣ କରିନଥିଲା। ଏହି କାରଣରୁ ଗୁଜରାଟର ଅଧିନାୟକ ଏବଂ ଖେଳାଳିଙ୍କୁ ଜରିମାନା ଦେବାକୁ ପଡ଼ିଲା । ଜରିମାନା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପାଞ୍ଚ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସକୁ ୩୫ ରନ୍‌ରେ ପରାସ୍ତ କରିଥିବା ଗୁଜୁରାଟ ଟାଇଟାନ୍ସର ବିଜୟକୁ ମାତ୍‌ ଦେଇଥିଲା । ଏହି ବିଜୟ ସହିତ ଗୁଜୁରାଟ ଟାଇଟାନ୍ସ ପ୍ଲେ ଅଫରେ ପହଞ୍ଚିବା ଆଶାକୁ ଜୀବନ୍ତ ରଖିଥିଲା ।

କହିବାକୁ ଗଲେ ଗୁଜୁରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ତିନୋଟି ୱିକେଟ୍ ହରାଇ ୨୩୧ ରନ୍ ସ୍କୋର କରିଥିଲା। ହେଲେ CSK ଦଳ ୨୦ ଓଭରରେ ୮ ୱିକେଟ୍ ହରାଇବା ପରେ ୧୯୬ ରନ୍ କରି ହାରିଯାଇଥିଲା। ୧୨ଟି ମ୍ୟାଚରେ ଏହା ଗୁଜୁରାଟ ଟାଇଟାନ୍ସର ପଞ୍ଚମ ବିଜୟ ଥିଲା ଏବଂ ସେମାନେ ଆଇପିଏଲ୍ ୨୦୨୪ର ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ଅଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସର ୧୨ଟି ମ୍ୟାଚରେ ଏହା ଷଷ୍ଠ ପରାଜୟ । ପଏଣ୍ଟ ଟେବୁଲରେ CSK ଦଳ ଚତୁର୍ଥ ସ୍ଥାନରେ ଅଛି।