ନକଲି ମଦକୁ ନେଇ ରାଜଧାନୀରେ ହଇଚଇ

ଅବକାରୀ ବିଭାଗ ଜବତ୍ କରିଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ମଦରେ ବୁଲଡୋଜର ଚଢ଼ାଇ ଥିଲା ବେଳେ, ଖୋଦ୍ କ୍ୟାପିଟାଲ ସିଟିରେ ନକଲି ମଦ, ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।

ନକଲି ମଦକୁ ନେଇ ରାଜଧାନୀରେ ହଇଚଇ

ବ୍ରାଣ୍ଡ ଅସଲି, ମଦ ନକଲି। ଚିକିଟି ଅପମିଶ୍ରିତ ମଦମୃତ୍ୟୁ ଘଟଣାକୁ ଦିନ କେଇଟା ଯାଇନି, ନକଲି ମଦକୁ ନେଇ ରାଜଧାନୀରେ ହଇଚଇ। ସବୁଠୁ ବଡ଼ କଥା ହେଉଛି, ବରମୁଣ୍ଡା ସ୍ଥିତ ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ୍ ହୋଇଛି ବିପୁଳ ପରିମାଣର ନକଲି ମଦ । ଅବକାରୀ ବିଭାଗ ଜବତ୍ କରିଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ମଦରେ ବୁଲଡୋଜର ଚଢ଼ାଇ ଥିଲା ବେଳେ, ଖୋଦ୍ କ୍ୟାପିଟାଲ ସିଟିରେ ନକଲି ମଦ, ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।