ବାବା ସିଦ୍ଧକିଙ୍କ ପରେ ଏବେ ବିଶ୍ନୋଇ ଗ୍ୟାଙ୍ଗ ଟାର୍ଗେଟରେ ମୁନାଓ୍ବର ଫାରୁକି
ବମ୍ବେ: ପୁଣି ଚର୍ଚ୍ଚାରେ ରିଆଲିଟି ଶୋ’ ବିଗ୍ ବସ୍ ୧୭ ବିଜେତା ମୁନାଓ୍ବର ଫାରୁକି। ଏଥର କିନ୍ତୁ ବିଷୟ ବ୍ୟକ୍ତିଗତ କିମ୍ବା କର୍ମ ଜୀବନକୁ ନେଇ ନୁହେଁ ବରଂ ଗାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କୁ ନେଇ। ବାବା ସିଦ୍ଧକିଙ୍କ ପରେ ମୁନାଓ୍ବର ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଷ୍ଟାଣ୍ଡଅପ୍ କମେଡିଆନ ମୁନାଓ୍ବରଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଏମିତିରେ ପୋଲିସ ପକ୍ଷରୁ ତାଙ୍କ […] The post ବାବା ସିଦ୍ଧକିଙ୍କ ପରେ ଏବେ ବିଶ୍ନୋଇ ଗ୍ୟାଙ୍ଗ ଟାର୍ଗେଟରେ ମୁନାଓ୍ବର ଫାରୁକି appeared first on Dharitri Odia News.
ବମ୍ବେ: ପୁଣି ଚର୍ଚ୍ଚାରେ ରିଆଲିଟି ଶୋ’ ବିଗ୍ ବସ୍ ୧୭ ବିଜେତା ମୁନାଓ୍ବର ଫାରୁକି। ଏଥର କିନ୍ତୁ ବିଷୟ ବ୍ୟକ୍ତିଗତ କିମ୍ବା କର୍ମ ଜୀବନକୁ ନେଇ ନୁହେଁ ବରଂ ଗାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କୁ ନେଇ। ବାବା ସିଦ୍ଧକିଙ୍କ ପରେ ମୁନାଓ୍ବର ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ଷ୍ଟାଣ୍ଡଅପ୍ କମେଡିଆନ ମୁନାଓ୍ବରଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଏମିତିରେ ପୋଲିସ ପକ୍ଷରୁ ତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅନେକ ଥର ମୁନାଓ୍ବର ନିଜ ଶୋ’ ଜରିଆରେ ହିନ୍ଦୁତ୍ୱର ବିଚାରଧାରାକୁ ଆଘାତ ପହଞ୍ଚାଇଛନ୍ତି। ଏହାକୁ ନେଇ ଗ୍ୟାଙ୍ଗଷ୍ଟର ରାଗରେ ନିଆଁବାଣ ହୋଇଯାଇଥିବା କୁହାଯାଉଛି।
କହିରଖୁଛୁ ଯେ, କିଛିଦିନ ପୂର୍ବେ ରାଜନେତା ବାବା ସିଦ୍ଧକିଙ୍କ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ବିଶ୍ନୋଇ ଗ୍ୟାଙ୍ଗ ରହିଥିବା ସ୍ପଷ୍ଟ ହୋଇଛି। ଏବେ ବଲିଉଡ ଅଭିନେତା ସଲମାନ ଖାନ୍ଙ୍କ ଉପରେ ମଧ୍ୟ ବିପଦ ଦେଖାଦେଇଛି।
The post ବାବା ସିଦ୍ଧକିଙ୍କ ପରେ ଏବେ ବିଶ୍ନୋଇ ଗ୍ୟାଙ୍ଗ ଟାର୍ଗେଟରେ ମୁନାଓ୍ବର ଫାରୁକି appeared first on Dharitri Odia News.