ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ନିମନ୍ତ୍ରଣକୁ ନେଇ ଏମିତି କହିଦେଲେ ନବୀନ
ଭୁବନେଶ୍ୱର,୧୧।୬: ରାଜ୍ୟର ନୂଆ ଭାଜପା ମୁଖ୍ୟମନ୍ତ୍ରୀ ବୁଧବାର ଶପଥ ଗ୍ରହଣ କରିବେ। ଏହି ଶପଥ ସମାରୋହକୁ ଭାଜପା, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ନବୀନ ନିବାସ ଯାଇ ନିମନ୍ତ୍ରଣ ଭାଜପାର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନିମନ୍ତ୍ରଣ ଦେଇଛନ୍ତି। ଏନେଇ ମନମୋହନ କହିଛନ୍ତି ନବୀନ ବାବୁ ଶପଥ ଗ୍ରହଣ ଉତ୍ସବରେ ନିଶ୍ଚିତ ପହଞ୍ଚିବେ। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ନବୀନ ପଟ୍ଟନାୟକ। […] The post ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ନିମନ୍ତ୍ରଣକୁ ନେଇ ଏମିତି କହିଦେଲେ ନବୀନ appeared first on Dharitri Odia News.
ଭୁବନେଶ୍ୱର,୧୧।୬: ରାଜ୍ୟର ନୂଆ ଭାଜପା ମୁଖ୍ୟମନ୍ତ୍ରୀ ବୁଧବାର ଶପଥ ଗ୍ରହଣ କରିବେ। ଏହି ଶପଥ ସମାରୋହକୁ ଭାଜପା, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ନବୀନ ନିବାସ ଯାଇ ନିମନ୍ତ୍ରଣ ଭାଜପାର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନିମନ୍ତ୍ରଣ ଦେଇଛନ୍ତି। ଏନେଇ ମନମୋହନ କହିଛନ୍ତି ନବୀନ ବାବୁ ଶପଥ ଗ୍ରହଣ ଉତ୍ସବରେ ନିଶ୍ଚିତ ପହଞ୍ଚିବେ।
ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି, ଆମେ ଆପଣଙ୍କ ସହିତ ଅଛୁ। ଜନତା ମଇଦାନରେ ଶପଥ ଗ୍ରହଣ ହେବା ଭଲ କଥା।
ଅନ୍ୟପଟେ ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍ପେନ୍ସ ଲାଗିରହିଛି। ତେବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ଆଜି ସ୍ପଷ୍ଟ ହୋଇଯିବ। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅପରାହ୍ନ ୪.୪୫ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି।
The post ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ନିମନ୍ତ୍ରଣକୁ ନେଇ ଏମିତି କହିଦେଲେ ନବୀନ appeared first on Dharitri Odia News.