ବିଜେଡି ବିଧାୟକଙ୍କ ଘରେ ଇଡି, ୧୦ ସ୍ଥାନରେ ଚଢାଉ

ଭଦ୍ରକ,୧୫।୨(ସନାତନ ରାଉତ): ବିଜେଡି ବିଧାୟକଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ସକାଳେ ଇଡି ପକ୍ଷରୁ ଚଢାଉ କରାଯାଇଛି। ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ନଇବନ୍ଧ ଘରେ ଇଡିର ୬ଜଣିଆ ଟିମ୍‌ ଚଢାଉ କରିଛନ୍ତିି। ଏଥିସହ ଇଡିି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରିଛି। ଭଦ୍ରକ ସହରର ୪ଟି ସ୍ଥାନରେ ଓ ଭୁବନେଶ୍ୱରର ୭ଟି ସ୍ଥାନରେ ଇଡି ଛାପା ମାରିଥିବା ସୂଚନା […] The post ବିଜେଡି ବିଧାୟକଙ୍କ ଘରେ ଇଡି, ୧୦ ସ୍ଥାନରେ ଚଢାଉ appeared first on Dharitri Odia News.

ବିଜେଡି ବିଧାୟକଙ୍କ ଘରେ ଇଡି, ୧୦ ସ୍ଥାନରେ ଚଢାଉ

ଭଦ୍ରକ,୧୫।୨(ସନାତନ ରାଉତ): ବିଜେଡି ବିଧାୟକଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ସକାଳେ ଇଡି ପକ୍ଷରୁ ଚଢାଉ କରାଯାଇଛି। ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ନଇବନ୍ଧ ଘରେ ଇଡିର ୬ଜଣିଆ ଟିମ୍‌ ଚଢାଉ କରିଛନ୍ତିି। ଏଥିସହ ଇଡିି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରିଛି। ଭଦ୍ରକ ସହରର ୪ଟି ସ୍ଥାନରେ ଓ ଭୁବନେଶ୍ୱରର ୭ଟି ସ୍ଥାନରେ ଇଡି ଛାପା ମାରିଥିବା ସୂଚନା ମିଳିଛି।

ଏଥିସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରୟାସ କାନ୍ତିଙ୍କ ଘରେ ମଧ୍ୟ ଇଡି ରେଡ କରିଛି। କଲେଜର କର୍ମଚାରୀଙ୍କୁ ଦୀର୍ଘ ଦିନ ବକେୟା ହେଲା ଦରମା ମିଳୁନାହିଁ। ଏନେଇ କର୍ମଚାରୀମାନେ ଦୀର୍ଘଦିନ ଧରି ଆନ୍ଦୋଳନ କରିଥିଲେ। ଏଥସହ ଟଙ୍କା ହେରଫେର ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ବରପଦା କଲେଜ ଦାୟିତ୍ୱରେ ବିଜେଡି ବିଧାୟକଙ୍କ ପୁଅ ପ୍ରୟାସଙ୍କ ଦାୟିତ୍ୱରେ ଥିଲେ। ତାଙ୍କ ସମ୍ପକ୍ତି ଥିବାନେଇ ଇଡି ଚଢାଉ କରିଥିବା ଜଣାପଡିଛିି।

The post ବିଜେଡି ବିଧାୟକଙ୍କ ଘରେ ଇଡି, ୧୦ ସ୍ଥାନରେ ଚଢାଉ appeared first on Dharitri Odia News.