ଜଗା ହାତରେ ରାଖୀ ବାନ୍ଧିଲା ଭଉଣୀ
ଫୁଲବାଣୀ,୨୦।୮(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ାମୁଣ୍ଡ ଅଲଗା ଶିଶୁ ଜଗାର ଚିକିତ୍ସା ଚାଲିଛି। ସୋମବାର ମେଡିକାଲରେ ଜଗା ରକ୍ଷା ବନ୍ଧନ ଉତ୍ସବ ପାଳିଛି। ନିଜ ସାନ ଭଉଣୀ ସୁଭଦ୍ରାର କୁନି ହାତରୁ ରାଖୀ ବାନ୍ଧି ଜଗା ବହୁତ ଖୁସି ହୋଇଛି। ସେହିପରି ଜଗାର ଅନ୍ୟ ସମ୍ପର୍କୀୟ ଭଉଣୀ ମଧ୍ୟ ଜଗା ହାତରେ ରାଖୀ ବାନ୍ଧି ମିଠା ଖୁଆଇଥିଲେ। ଜଗା ଭଉଣୀମାନଙ୍କ ଗହଣରେ ରହି ଏହି ଉତ୍ସବକୁ ଖୁବ୍ ମନଭରି ଉପଭୋଗ କରିଥିଲା। […] The post ଜଗା ହାତରେ ରାଖୀ ବାନ୍ଧିଲା ଭଉଣୀ appeared first on Dharitri Odia News.
ଫୁଲବାଣୀ,୨୦।୮(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ାମୁଣ୍ଡ ଅଲଗା ଶିଶୁ ଜଗାର ଚିକିତ୍ସା ଚାଲିଛି। ସୋମବାର ମେଡିକାଲରେ ଜଗା ରକ୍ଷା ବନ୍ଧନ ଉତ୍ସବ ପାଳିଛି। ନିଜ ସାନ ଭଉଣୀ ସୁଭଦ୍ରାର କୁନି ହାତରୁ ରାଖୀ ବାନ୍ଧି ଜଗା ବହୁତ ଖୁସି ହୋଇଛି। ସେହିପରି ଜଗାର ଅନ୍ୟ ସମ୍ପର୍କୀୟ ଭଉଣୀ ମଧ୍ୟ ଜଗା ହାତରେ ରାଖୀ ବାନ୍ଧି ମିଠା ଖୁଆଇଥିଲେ। ଜଗା ଭଉଣୀମାନଙ୍କ ଗହଣରେ ରହି ଏହି ଉତ୍ସବକୁ ଖୁବ୍ ମନଭରି ଉପଭୋଗ କରିଥିଲା।
ସୂଚନାଯୋଗ୍ୟ, ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଅଲଗା ହେବା ପରେ ଉଭୟ ଜଗା ଏବଂ କାଳିଆ ସୁସ୍ଥ ଥିଲେ। ହେଲେ କିଛିଦିନ ମଧ୍ୟରେ କାଳିଆର ସ୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା। କଟକରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଗା ମନ ଦୁତ୍ଃଖରେ ଥିଲାବେଳେ ତାଙ୍କ ସାନ ଭଉଣୀ ସୁଭଦ୍ରା ଫୁଲବାଣୀ ମେଡିକାଲରେ ଜନ୍ମ ହୋଇଥିଲା। ସେବେଠାରୁ ଜଗା ଭଉଣୀ ସହ ମିଶି ଏଠାରେ ରହୁଛି।
The post ଜଗା ହାତରେ ରାଖୀ ବାନ୍ଧିଲା ଭଉଣୀ appeared first on Dharitri Odia News.