ମୋଦିଙ୍କୁ ଭେଟିବା ପରେ ଏମିତି କଥା କହିଦେଲେ ପୁଟିନ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃଷ୍ଣ ଭଜନ ଗାଇ ସ୍ବାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସହିତ ସାକ୍ଷାତ କରିଛନ୍ତି। ଏଭୟ ପରସ୍ପରକୁ ଦେଖିବା ମାତ୍ରେ କୋଳାଗ୍ରତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ତିନି ମାସ ମଧ୍ୟରେ ରୁଷିଆ ଗସ୍ତରେ ଆସିଥିବା […] The post ମୋଦିଙ୍କୁ ଭେଟିବା ପରେ ଏମିତି କଥା କହିଦେଲେ ପୁଟିନ appeared first on Dharitri Odia News.

ମୋଦିଙ୍କୁ ଭେଟିବା ପରେ ଏମିତି କଥା କହିଦେଲେ ପୁଟିନ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃଷ୍ଣ ଭଜନ ଗାଇ ସ୍ବାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସହିତ ସାକ୍ଷାତ କରିଛନ୍ତି। ଏଭୟ ପରସ୍ପରକୁ ଦେଖିବା ମାତ୍ରେ କୋଳାଗ୍ରତ କରିଥିଲେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ତିନି ମାସ ମଧ୍ୟରେ ରୁଷିଆ ଗସ୍ତରେ ଆସିଥିବା ମୋର ଦୁଇ ଗସ୍ତ ଆମର ଘନିଷ୍ଠ ସମନ୍ବୟ ଏବଂ ଗଭୀର ବନ୍ଧୁତାକୁ ପ୍ରତିଫଳିତ କରେ। ଜୁଲାଇ ମାସରେ ମସ୍କୋରେ ଆମର ବାର୍ଷିକ ସମ୍ମିଳନୀ ପ୍ରତ୍ୟେକ କ୍ଷେତ୍ରରେ ଆମର ସହଯୋଗକୁ ମଜଭୁତ କରିଛି। ବ୍ରିକ୍ସ ଗତ ୧୫ ବର୍ଷ ମଧ୍ୟରେ ନିଜର ଚିହ୍ନ ସୃଷ୍ଟି କରିଛି ଏବଂ ବର୍ତ୍ତମାନ ବିଶ୍ୱର ଅନେକ ଦେଶ ଏଥିରେ ଯୋଗଦେବାକୁ ଚାହୁଁଛନ୍ତି। ମୁଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ କ୍ରମାଗତ ଭାବରେ କହୁଛି ଆମର ସମସ୍ତ ପ୍ରୟାସରେ ଶାନ୍ତି ଏବଂ ସ୍ଥିରତାର ପ୍ରାରମ୍ଭିକ ପ୍ରତିଷ୍ଠାକୁ ଆମେ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛୁ।

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗରେ ମୁଁ ଆପଣଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି। ମୁଁ ପୂର୍ବରୁ କହିଛି ଯେ, ଆମେ ବିଶ୍ୱାସ କରୁ ଯେ ସମସ୍ୟାର ସମାଧାନ ହୋଇପାରିବ। ଆମେ ଶାନ୍ତି ଏବଂ ସ୍ଥିରତାର ପ୍ରାରମ୍ଭିକ ପ୍ରତିଷ୍ଠାକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରୁଛୁ। ଆମର ସମସ୍ତ ପ୍ରୟାସରେ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି,ମୋର ମନେ ଅଛି ଯେ ଜୁଲାଇରେ ଆମେ ସାକ୍ଷାତ କରିଥିଲୁ ଏବଂ ଅନେକ ପ୍ରସଙ୍ଗରେ ବହୁତ ଭଲ ଆଲୋଚନା କରିଥିଲୁ। ଆମେ ଅନେକ ଥର ଟେଲିଫୋନରେ ମଧ୍ୟ କଥା ହୋଇଥିଲୁ। ଆଜି ଆମେ ବ୍ରିକ୍ସ ଶିଖର ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗଦେବୁ ଏବଂ ତା’ପରେ ରାତ୍ରୀ ଭୋଜନ କରିବୁ।

The post ମୋଦିଙ୍କୁ ଭେଟିବା ପରେ ଏମିତି କଥା କହିଦେଲେ ପୁଟିନ appeared first on Dharitri Odia News.