Gangnam: ପ୍ରସବ ବେଳେ ଆଖିବୁଜିଲା ମାଈହାତୀ
ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଭୀମନଗର ଗାଁ ନିକଟ ରତନେଇ ସଂରକ୍ଷିତ ଜଙ୍ଗଲରେ ପ୍ରସବ ବେଳେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ ଏବଂ ଗଜପତି ଜିଲା ପାରଳାଖେମୁଣ୍ଡି ବନଖଣ୍ଡ ସୀମାନ୍ତ ଦିଗପହଣ୍ଡି ଓ ପୋଡ଼ାମାରି ରେଞ୍ଜ ସଂଲଗ୍ନ ପାଟପୁର ଫରେଷ୍ଟ ବିଟ ଅଧୀନ ରତନେଇ ଜଙ୍ଗଲରେ ଏହି ଘଟଣା ଘଟିଛି। ଖବର […] The post Gangnam: ପ୍ରସବ ବେଳେ ଆଖିବୁଜିଲା ମାଈହାତୀ appeared first on Dharitri Odia News.
ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଭୀମନଗର ଗାଁ ନିକଟ ରତନେଇ ସଂରକ୍ଷିତ ଜଙ୍ଗଲରେ ପ୍ରସବ ବେଳେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ ଏବଂ ଗଜପତି ଜିଲା ପାରଳାଖେମୁଣ୍ଡି ବନଖଣ୍ଡ ସୀମାନ୍ତ ଦିଗପହଣ୍ଡି ଓ ପୋଡ଼ାମାରି ରେଞ୍ଜ ସଂଲଗ୍ନ ପାଟପୁର ଫରେଷ୍ଟ ବିଟ ଅଧୀନ ରତନେଇ ଜଙ୍ଗଲରେ ଏହି ଘଟଣା ଘଟିଛି।
ଖବର ପାଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖୋକ୍କର, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍. ଆନନ୍ଦ, ଏସିଏଫ ସସ୍ମିତା ବିଶାଳ, ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ, ପାଟପୁର ଫରେଷ୍ଟର ପ୍ରମୋଦ କୁମାର ନାୟକ, ଇ. ଗଣେଶ, ସନ୍ତୋଷ କୁମାର ବିଷୋୟୀରତ୍ନ, ପ୍ରାଣୀ ଚିକିତ୍ସକ ପ୍ରବୀଣ କୁମାର ସାହୁଙ୍କ ସମେତ ବନବିଭାଗର ସାଇଣ୍ଟଫିକ ଟିମ୍ ବିଦ୍ୟୁତ ବିଭାଗୀୟ ଅଧିକାରୀ ଇଂ.ଗୋପାଳ ଚନ୍ଦ୍ର ପଣ୍ଡା, ଇଂ.ଦୀପକ କୁମାର ବଳିୟାର ସିଂ ପହଞ୍ଚି ତଦନ୍ତ କରି ଫେରିଛନ୍ତି।
ମାଈ ହାତୀଟି ପ୍ରସବ ଜନିତ ବେଦନା ସହ୍ୟ କରି ନ ପାରି ନିକଟସ୍ଥ ପାହାଡ଼ ତଳକୁ ଖସି ପଡି ମୃତ୍ୟୁବରଣ କରିଥିବା ବନବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ୨ ଦିନ ହେଲା ହାତୀଟି ମରି ପଡିଥିବା ବେଳେ ମୃତଦେହ ପଚି ଦୁର୍ଗନ୍ଧ ବାହାରୁଛି।
ଦିଗପହଣ୍ଡି ବନ ବିଭାଗ ରେଞ୍ଜ ପାଟପୁର ଫରେଷ୍ଟ ବିଟ ଅଧୀନରେ ଥିବା ରତନେଇ ଜଙ୍ଗଲ ଓ ପାହାଡ଼ରେ ୬ ଟିକିଆ ହାତୀପଲ ବହୁ ଦିନରୁ ରହିଆସୁଥିବା ବେଳେ ଗତ ୨୨ରେ ଏକ ହାତୀର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୨ ତାରିଖରେ ଖାଦ୍ୟ ଅନ୍ବେଷଣରେ ଚାଲି ଆସି ଦିଗପହଣ୍ଡି ବନ ବିଭାଗ ରେଞ୍ଜ ପାଟପୁର ସେକ୍ସନ ଗଙ୍ଗାପୁର ପଞ୍ଚାୟତ ଢେପାଗୁଡ଼ା ଗାଁ ନିକଟ ଜଣେ ବ୍ୟକ୍ତିଙ୍କ ଆଖୁବାଡିରେ ଖଞ୍ଜା ହୋଇଥିବା ବିଦ୍ୟୁତ୍ ତାରରେ ଲାଗି ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା।
ଢେପାଗୁଡ଼ା ଗ୍ରାମର ଟୁନା ମଲ୍ଲିକ ତାଙ୍କ ଜମିରେ ଆଖୁ ଚାଷ କରିଛନ୍ତି। ବାର୍ହା ପଲ ଚାଷ ନଷ୍ଟ କରୁଥିବାରୁ ସେ ଜମି ଚାରିପଟେ ବିଦ୍ୟୁତ୍ ତାର ସଂଯୋଗ କରିଥିଲେ। ହାତୀଟି ଏହି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ବନବିଭାଗ ବିଦ୍ୟୁତ୍ ତାର୍ ଜବତ କରିଥିଲା। ପରେ ବନବିଭାଗ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଏବେ ପୁଣି ଆଉ ଏକ ମାଈ ହାତୀ ମୃତ୍ୟୁକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ହାତୀ ମୃତ୍ୟୁକୁ ନେଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବ। ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରାଯିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ। ହାତୀର ବୟସ ୨୨ବର୍ଷ ହେବ ବୋଲି ସେ ସୂଚନା ଦେଇଛନ୍ତି।
The post Gangnam: ପ୍ରସବ ବେଳେ ଆଖିବୁଜିଲା ମାଈହାତୀ appeared first on Dharitri Odia News.