ରାତି ହେଲେ ଭୟ ଲାଗୁଛି: ଏମିତି କାହିଁକି କହିଲେ…
ଭୁବନେଶ୍ୱର,୩।୨: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା ୧୦ ଦିନ ବିତିଯାଇଥିଲେ ବି ପୋଲିସ ଲୁଟେରାଙ୍କୁ ଧରିବାରେ ଅସଫଳ ହୋଇଛି। ଏହାକୁ ନେଇ ଏବେ ନିରଞ୍ଜନ ମୁହଁ ଖୋଲିଛନ୍ତି। ନିରଞ୍ଜନ କହିଛନ୍ତି, ଜିନିଷ ଫେରି ପାଇବି କି ନାହିଁ ଆଶା ନାହିଁ। ରାତି ହେଲେ ଭୟ ଲାଗୁଛି। ପୋଲିସ ଘରକୁ ବାରମ୍ବାର ଆସୁଛି ହେଲେ ଚୋର ଧରୁନି। ଲୋକଙ୍କୁ ସୁରକ୍ଷା ଦେବାକୁ ନିରଞ୍ଜନ ନିବେଦନ କରିଛନ୍ତି। ଗତ ୨୬ରେ ବରିଷ୍ଠ କଂଗ୍ରେସ ନେତା […] The post ରାତି ହେଲେ ଭୟ ଲାଗୁଛି: ଏମିତି କାହିଁକି କହିଲେ… appeared first on Dharitri Odia News.
ଭୁବନେଶ୍ୱର,୩।୨: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା ୧୦ ଦିନ ବିତିଯାଇଥିଲେ ବି ପୋଲିସ ଲୁଟେରାଙ୍କୁ ଧରିବାରେ ଅସଫଳ ହୋଇଛି। ଏହାକୁ ନେଇ ଏବେ ନିରଞ୍ଜନ ମୁହଁ ଖୋଲିଛନ୍ତି। ନିରଞ୍ଜନ କହିଛନ୍ତି, ଜିନିଷ ଫେରି ପାଇବି କି ନାହିଁ ଆଶା ନାହିଁ। ରାତି ହେଲେ ଭୟ ଲାଗୁଛି। ପୋଲିସ ଘରକୁ ବାରମ୍ବାର ଆସୁଛି ହେଲେ ଚୋର ଧରୁନି। ଲୋକଙ୍କୁ ସୁରକ୍ଷା ଦେବାକୁ ନିରଞ୍ଜନ ନିବେଦନ କରିଛନ୍ତି।
ଗତ ୨୬ରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା। ଏହା ପରେ ପୁଣି ୨୮ ତାରିଖରେ ତାଙ୍କ ନୟାପଲ୍ଲୀ IRC ଭିଲେଜସ୍ଥିତ ଏନ/୨୫ ଘରୁ ଚୋରି ଉଦ୍ୟମ ହୋଇଥିଲା। ଝରକା ଭାଙ୍ଗି ପଶିବା ବେଳେ କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ଏହି ସମୟରେ ନିରଞ୍ଜନ କହିଥିଲେ, ଏତେ ସୁରକ୍ଷା ଭିତରେ ବି ଚୋର କେମିତି ମୋ ଘରେ ପଶିଲା, ଏହା ଚୋରର ବାହାଦୁରୀ। ଆହୁରି ଦାମୀ ଜିନିଷ ଥିଲା, ଚୋର ଛାଡ଼ି ଦେଇଛି। ଖାଲି ସୁନା ଆଉ ଟଙ୍କା ନେଇଛି। ଯେଉଁ ଲୋକଟି କାଲି ଧରାପଡିଛି। ସିଏ ଡ୍ରଗ୍ସ ଆଡିକ୍ଟେଟ ବୋଲି ଜଣାପଡୁଥିଲା। ଭୁବନେଶ୍ୱରରେ ଅପରାଧ ବଢୁଛି ତାହାକୁ ପ୍ରଶାସନ ଦୃଷ୍ଟି ଦେବା ଉଚିତ୍ ଏବଂ ଲୋକଙ୍କୁ ସୁରକ୍ଷା ଦେବା ଉଚିତ୍ ବୋଲି ନିରଞ୍ଜନୁ କହିଥିଲେ।
The post ରାତି ହେଲେ ଭୟ ଲାଗୁଛି: ଏମିତି କାହିଁକି କହିଲେ… appeared first on Dharitri Odia News.