ଛଅ ମାସ ନ ପୂରୁଣୁ ଭାଙ୍ଗିଲା ଚେକଡ୍ୟାମ

ବାଲିଗୁଡ଼ା,୨୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକ୍‌ ସୁବର୍ଣ୍ଣଗିରି ପଞ୍ଚାୟତର ପାଜୀକିରି ଓ ସିନ୍ଦିଗୁଡ଼ା ଗ୍ରାମରେ ଦୁର୍ନୀତିର ଗନ୍ଧ ବାରି ହୋଇଛି। ଜଳ ସଂଗୃହୀତ ଓ ମୃତ୍ତିକା ସଂରକ୍ଷଣ ବାବଦକୁ ଆସିଥିବା ଏକ କୋଟିରୁ ଅଧିକ ଟଙ୍କା ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ଅପବ୍ୟବହାର କରାଯିବା ସହ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ମୃତ୍ତିକା ସଂରକ୍ଷଣ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ଏପିଡିଙ୍କ ବିରୋଧରେ ଏଭଳି […] The post ଛଅ ମାସ ନ ପୂରୁଣୁ ଭାଙ୍ଗିଲା ଚେକଡ୍ୟାମ appeared first on Dharitri Odia News.

ଛଅ ମାସ ନ ପୂରୁଣୁ ଭାଙ୍ଗିଲା ଚେକଡ୍ୟାମ

ବାଲିଗୁଡ଼ା,୨୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକ୍‌ ସୁବର୍ଣ୍ଣଗିରି ପଞ୍ଚାୟତର ପାଜୀକିରି ଓ ସିନ୍ଦିଗୁଡ଼ା ଗ୍ରାମରେ ଦୁର୍ନୀତିର ଗନ୍ଧ ବାରି ହୋଇଛି। ଜଳ ସଂଗୃହୀତ ଓ ମୃତ୍ତିକା ସଂରକ୍ଷଣ ବାବଦକୁ ଆସିଥିବା ଏକ କୋଟିରୁ ଅଧିକ ଟଙ୍କା ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ଅପବ୍ୟବହାର କରାଯିବା ସହ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ମୃତ୍ତିକା ସଂରକ୍ଷଣ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ଏପିଡିଙ୍କ ବିରୋଧରେ ଏଭଳି ଅଭିଯୋଗ ଉଠିଛି। ପାଜୀକିରି ଗ୍ରାମରେ ଚାଷୀମାନଙ୍କ ପାଇଁ ଏକ ଚେକଡ୍ୟାମ ନିର୍ମାଣ ହୋଇଥିଲା। ହେଲେ ଛଅ ମାସ ନ ଯାଉଣୁ ଏହା ଧରାଶାୟୀ ହୋଇଯାଇଛି।

ସେହିପରି ସିନ୍ଧିଗୁଡ଼ା ଗ୍ରାମରେ ମଧ୍ୟ ସେହି ଏକା ପ୍ରକାର ଅବସ୍ଥା ଦେଖିବାକୁ ମିଳିଛି। ଯେଉଁ ୱାଲରେ ମେଟାଲ ଗୋଡ଼ି ଲାଗିବା କଥା ସେଠି ବିନା ଫାଉଣ୍ଡେଶନରେ ବଡ଼ପଥର ଦେଇ ନିର୍ମାଣ କରାଯାଇଛି। ନାଳ ମଧ୍ୟ ୧୭ଶହ ମିଟର କରିବା ପରିବର୍ତ୍ତେ ଏକ ହଜାର ମିଟର କରାଯାଇଛି। ଫଳରେ ବଳକା ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏଣୁ ଏହାର ତଦନ୍ତ ଜରୁରୀ ବୋଲି ଚାଷୀ ମହେନ୍ଦ୍ର ପାଟ୍ଟମାଝୀଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର ପରିଡ଼ାଙ୍କୁ ଯୋଗାଯୋଗ କରିବାରୁ ସେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ କଥାବାର୍ତ୍ତା କରି ସତ୍ୟାସତ୍ୟ ସମ୍ପର୍କରେ ଜାଣି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।

ଏଭଳି କୋଟଗଡ଼ର ୧୫ଟି ପଞ୍ଚାୟତରେ ବର୍ଷ ବର୍ଷ ଧରି ନିମ୍ନମାନର କାମ ଚାଲିଛି। କିନ୍ତୁ ପ୍ରଶାସନିକ ଉଚ୍ଚାଧିକାରୀଙ୍କ ଦୃଷ୍ଟି ପଡୁନି ବୋଲି ତଳିଆ କର୍ମଚାରୀମାନେ ଏହାର ଫାଇଦା ଉଠାଉଛନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ଆଦିବାସୀ ଇଲାକାର ପ୍ରକୃତ ଉନ୍ନତି ସାଧିତ କରାଯାଉ ବୋଲି ଦାବି ହୋଇଛି।

The post ଛଅ ମାସ ନ ପୂରୁଣୁ ଭାଙ୍ଗିଲା ଚେକଡ୍ୟାମ appeared first on Dharitri Odia News.