ଅବସରନେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ କିରାଣି

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଗୌଡ ସୋମବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ତେଣୁ ତାଙ୍କର ସହକର୍ମୀ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀ ମାନେ ସୋମବାର ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସୂଚନାଯୋଗ୍ୟ, ସନ୍ତୋଷଙ୍କ ପ୍ରଚେଷ୍ଟା ରେ ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ, ବେଲେଶ୍ୱର ପୀଠ, ବିଡେକା ଭଳି ଅନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି। ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ସନ୍ତୋଷ ଏଠି […] The post ଅବସରନେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ କିରାଣି appeared first on Dharitri Odia News.

ଅବସରନେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ କିରାଣି

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଗୌଡ ସୋମବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ତେଣୁ ତାଙ୍କର ସହକର୍ମୀ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀ ମାନେ ସୋମବାର ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।

ସୂଚନାଯୋଗ୍ୟ, ସନ୍ତୋଷଙ୍କ ପ୍ରଚେଷ୍ଟା ରେ ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ, ବେଲେଶ୍ୱର ପୀଠ, ବିଡେକା ଭଳି ଅନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି। ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ସନ୍ତୋଷ ଏଠି ଦୀର୍ଘ ବର୍ଷ ଧରି ଜଳସମ୍ପଦ ବିଭାଗର ବିଭିନ୍ନ ଦାୟିତ୍ୱରେ ଥିବା ସମୟରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନର ବିକାଶ କରିଥିବା ସହଯୋଗୀ ମାନେ କହିଛନ୍ତି।

ସେହିଭଳି ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ଦ୍ୱାରା ବିଡେକା ଭଳି ସ୍ବେଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି। ବିଡେକା ଦ୍ୱାରା ରାଜ୍ୟର ଜଣାଶୁଣା ଧର୍ମାନୁଷ୍ଠାନ ବେଲେଶ୍ୱର ପୀଠ ପରିଚାଳିତ ହେଉଛି। ସନ୍ତୋଷ ବର୍ତ୍ତମାନ ବିଡେକାର ସମ୍ପାଦକ ମଧ୍ୟ ଅଛନ୍ତି। ଏଥିସହ ମାଧବରିଡା ସହକାରୀ ଯନ୍ତ୍ରୀ ଦିନବନ୍ଧୁ ବେହେରା ମଧ୍ୟ ସୋମବାର ଅବସର ନେଇଛନ୍ତି। ତାଙ୍କୁ ମଧ୍ୟ କାର୍ଯ୍ୟାଳୟର ଯନ୍ତ୍ରୀ, କର୍ମଚାରୀ ମାନେ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି।

ସେହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ମୁଖ୍ୟ କିରାଣି  ଦାମୋଦର ରଥ ମଧ୍ୟ ଚାକିରିରୁ ଅବସର ନେଇଛନ୍ତି। ତେଣୁ ସନ୍ଧ୍ୟାରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ମୁଖ୍ୟ କିରାଣି ରଥଙ୍କୁ ବିଦାୟ ସମ୍ବର୍ଦ୍ଧନା ସହ ଅବସରକାଳୀନ ଆବଶ୍ୟକ କାଗଜ ପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଡ ରବିନ୍ଦ୍ର ମିଶ୍ର, ଲେଫ୍ଟାନାଣ୍ଡ ରଜନୀ କାନ୍ତ ତ୍ରିପାଠୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଭୂତି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

The post ଅବସରନେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ କିରାଣି appeared first on Dharitri Odia News.