ଲୋକ ସଭା ନିର୍ବାଚନ ଲଢ଼ିବେ ଅଭିନେତ୍ରୀ ରଚନା ବାନାର୍ଜୀ

କୋଲକତା,୧୦।୩: ଅନେକ ବଙ୍ଗଳା, ଓଡ଼ିଆ ଏବଂ ହିନ୍ଦୀ ଚଳଚିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଲଢ଼ିବେ ଲୋକ ସଭା ନିର୍ବାଚନ। ପଡୋଶୀ ପଶ୍ଚିମବଙ୍ଗର ହୁଗୁଳୀ ଆସନର ସେ ତୃଣମୂଳ କଂଗ୍ରେସ(ଟିଏମସି) ପକ୍ଷରୁ ପ୍ରତିଯୋଗିତା କରିବେ। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ରବିବାର ପଶ୍ଚିମବଙ୍ଗର ସମସ୍ତ ୪୨ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହିଭଳି ପୂର୍ବତନ କ୍ରିକେଟ୍ର ୟୁସୁଫ ପଠାନଙ୍କୁ ମଧ୍ୟ ଟିଏମସି ଟିକେଟ ଦେଇଛି। ଦଳ ବାହାମରପୁର ଆସନରୁ ତାଙ୍କୁ […] The post ଲୋକ ସଭା ନିର୍ବାଚନ ଲଢ଼ିବେ ଅଭିନେତ୍ରୀ ରଚନା ବାନାର୍ଜୀ appeared first on Dharitri Odia News.

ଲୋକ ସଭା ନିର୍ବାଚନ ଲଢ଼ିବେ ଅଭିନେତ୍ରୀ ରଚନା ବାନାର୍ଜୀ

କୋଲକତା,୧୦।୩: ଅନେକ ବଙ୍ଗଳା, ଓଡ଼ିଆ ଏବଂ ହିନ୍ଦୀ ଚଳଚିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଲଢ଼ିବେ ଲୋକ ସଭା ନିର୍ବାଚନ। ପଡୋଶୀ ପଶ୍ଚିମବଙ୍ଗର ହୁଗୁଳୀ ଆସନର ସେ ତୃଣମୂଳ କଂଗ୍ରେସ(ଟିଏମସି) ପକ୍ଷରୁ ପ୍ରତିଯୋଗିତା କରିବେ। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ରବିବାର ପଶ୍ଚିମବଙ୍ଗର ସମସ୍ତ ୪୨ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ସେହିଭଳି ପୂର୍ବତନ କ୍ରିକେଟ୍ର ୟୁସୁଫ ପଠାନଙ୍କୁ ମଧ୍ୟ ଟିଏମସି ଟିକେଟ ଦେଇଛି। ଦଳ ବାହାମରପୁର ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି, ଯେଉଁଠାରୁ ବର୍ତ୍ତମାନ କଂଗ୍ରେସ ହେଭିୱେଟ୍ ଆଧୀର ରଂଜନ ଚୌଧୁରୀ ପ୍ରତିନିଧିତ୍ୱ କରୁଛି। ତେବେ ଟିଏମସି ବସୀରହାଟରୁ ପୂର୍ବଥର ଏମପି ହୋଇଥିବା ନୁସରତ ଜାହାନଙ୍କୁ ତାଲିକାରୁ ହଟାଇ ଦେଇଛି। ତେବେ ଲାଞ୍ଚ କାରବାର ମାମଲାରେ ଲୋକସଭାରୁ ବହିଷ୍କୃତ ହୋଇଥିବା ମୋହୁଆ ମିତ୍ରଙ୍କୁ କୃଷ୍ଣନଗର ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦିଆଯାଇଛି।

ଅଭିନେତ୍ରୀ ସାୟୋନି ଘୋଷଙ୍କୁ ଯାଦବପୁରା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିଏମସି ଦ୍ୱାରା ମନୋନୀତ କରାଯାଇଛି, ଯେଉଁଠାରୁ ଗତ ନିର୍ବାଚନରେ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ନିର୍ବାଚିତ ହୋଇଥିଲେ।

The post ଲୋକ ସଭା ନିର୍ବାଚନ ଲଢ଼ିବେ ଅଭିନେତ୍ରୀ ରଚନା ବାନାର୍ଜୀ appeared first on Dharitri Odia News.