ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ଦିଏ ଶିମିଳିପାଳ ଅଭୟାରଣ୍ୟ, ଏଠାରେ ଦେଖିବା ପାଇଁ ରହିଛି…

ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଭାରତରେ ସର୍ବବୃହତ୍‌ ଏବଂ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍‌ ସଂରକ୍ଷିତ ବନକ୍ଷେତ୍ର ଭାବେ ଏହା ପରିଗଣିତ। ମୟୂରଭଞ୍ଜ ଜିଲାର ୫,୫୬୯ବର୍ଗ କି.ମି. ଶିମିଳିପାଳ ଜୈବମଣ୍ଡଳ ପାଇଁ ସଂରକ୍ଷିତ। ସେଥିମଧ୍ୟରୁ ୨,୨୭୧.୭୮ ବର୍ଗ କି.ମି. ହେଉଛି ସଂରକ୍ଷିତ ଅଭୟାରଣ୍ୟ। ଅଭୟାରଣ୍ୟରେ ସ୍ବତନ୍ତ୍ର ଜନଜାତି ସମେତ ୧୦୭୬ ପ୍ରଜାତିର ବୃକ୍ଷଲତା, ୧୦୨ ପ୍ରକାର ଅର୍କିଡ, ୬୦୪ ପ୍ରକାର ଔଷଧୀୟ ବୃକ୍ଷ ସହିତ କଳାବାଘ, ମହାବଳ, ହାତୀ, ବଣମଇଁଷି, ଶମ୍ବର, […] The post ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ଦିଏ ଶିମିଳିପାଳ ଅଭୟାରଣ୍ୟ, ଏଠାରେ ଦେଖିବା ପାଇଁ ରହିଛି… appeared first on Dharitri Odia News.

ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ଦିଏ ଶିମିଳିପାଳ ଅଭୟାରଣ୍ୟ, ଏଠାରେ ଦେଖିବା ପାଇଁ ରହିଛି…

ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଭାରତରେ ସର୍ବବୃହତ୍‌ ଏବଂ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍‌ ସଂରକ୍ଷିତ ବନକ୍ଷେତ୍ର ଭାବେ ଏହା ପରିଗଣିତ। ମୟୂରଭଞ୍ଜ ଜିଲାର ୫,୫୬୯ବର୍ଗ କି.ମି. ଶିମିଳିପାଳ ଜୈବମଣ୍ଡଳ ପାଇଁ ସଂରକ୍ଷିତ। ସେଥିମଧ୍ୟରୁ ୨,୨୭୧.୭୮ ବର୍ଗ କି.ମି. ହେଉଛି ସଂରକ୍ଷିତ ଅଭୟାରଣ୍ୟ। ଅଭୟାରଣ୍ୟରେ ସ୍ବତନ୍ତ୍ର ଜନଜାତି ସମେତ ୧୦୭୬ ପ୍ରଜାତିର ବୃକ୍ଷଲତା, ୧୦୨ ପ୍ରକାର ଅର୍କିଡ, ୬୦୪ ପ୍ରକାର ଔଷଧୀୟ ବୃକ୍ଷ ସହିତ କଳାବାଘ, ମହାବଳ, ହାତୀ, ବଣମଇଁଷି, ଶମ୍ବର, ଭାଲୁ, ଉଡ଼ନ୍ତା
ଗୁଣ୍ଡୁଚିମୂଷା, ମୟୂର ଓ କୁମ୍ଭୀର ପରି ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରକାର ସରୀସୃପ ଏବଂ ୨୦ପ୍ରକାର ଉଭୟଚର ପ୍ରାଣୀ ସହିତ ଅସଂଖ୍ୟପ୍ରଜାତିର କୀଟପତଙ୍ଗ ଦେଖିବାକୁ ମିଳେ। ଏଠାରେ ଯୋରନ୍ଦା, ବରେହିପାଣି, ଉସକି, ସୀତାକୁଣ୍ଡ, ଦେବକୁଣ୍ଡ, ଭୀମକୁଣ୍ଡ, ମାଛକାନ୍ଦଣା, ଟୁଙ୍କି ଓ ଚାଉଳିଭଜା ଭଳି ଅନେକ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏତଦ୍‌ଭିନ୍ନ ଲୁଲୁଙ୍ଗ, ଚହଲା, ବୃନ୍ଦାବନ, ନଅଣା, ସମୀବୃକ୍ଷ, ବ୍ରାହ୍ମଣକୁଣ୍ଡ ଓ ମଞ୍ଚାବନ୍ଧା ଇକୋଟୁରିଜମ କ୍ଷେତ୍ର ରହିଛି। ପର୍ଯ୍ୟଟକମାନେ ପ୍ରକୃତିର ମଜା ନେବା ସହ ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥାନ୍ତି।

The post ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ଦିଏ ଶିମିଳିପାଳ ଅଭୟାରଣ୍ୟ, ଏଠାରେ ଦେଖିବା ପାଇଁ ରହିଛି… appeared first on Dharitri Odia News.