ମହିଳାଙ୍କୁ ଗଣବଳାତ୍କାର, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଚାନ୍ଦବାଲି,୩୦ା୬(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଭୂଇଁବୃତ୍ତି ପଞ୍ଚାୟତ ନୂଆଗାଁ ନିକଟରେ ଜଣେ ଅନୁସୂଚିତ ଜନଜାତି ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗରେ ତିନି ଅଭିଯୁକ୍ତକୁ ଚାନ୍ଦବାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିଲା। ସୂଚନାନୁଯାୟୀ, ଗତ ୨୫ ତାରିଖରେ ଉକ୍ତ ଆଦିବାସୀ ମହିଳା ଭଦ୍ରକରୁ ଚାଷକାର୍ଯ୍ୟ କରିବା ପାଇଁ ଚାନ୍ଦବାଲି ଆସିଥିଲେ। ସେହି ନୂଆଗାଁର ପୂର୍ବ ବର୍ଷ ମଧ୍ୟ ଚାଷ କାମ କରୁଥିଲେ। […] The post ମହିଳାଙ୍କୁ ଗଣବଳାତ୍କାର, ୩ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.

ମହିଳାଙ୍କୁ ଗଣବଳାତ୍କାର, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଚାନ୍ଦବାଲି,୩୦ା୬(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଭୂଇଁବୃତ୍ତି ପଞ୍ଚାୟତ ନୂଆଗାଁ ନିକଟରେ ଜଣେ ଅନୁସୂଚିତ ଜନଜାତି ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗରେ ତିନି ଅଭିଯୁକ୍ତକୁ ଚାନ୍ଦବାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିଲା।

ସୂଚନାନୁଯାୟୀ, ଗତ ୨୫ ତାରିଖରେ ଉକ୍ତ ଆଦିବାସୀ ମହିଳା ଭଦ୍ରକରୁ ଚାଷକାର୍ଯ୍ୟ କରିବା ପାଇଁ ଚାନ୍ଦବାଲି ଆସିଥିଲେ। ସେହି ନୂଆଗାଁର ପୂର୍ବ ବର୍ଷ ମଧ୍ୟ ଚାଷ କାମ କରୁଥିଲେ। କୋଣସି କାର୍ଯ୍ୟରେ ଚାନ୍ଦବାଲି ଯାଉଥିବା ବେଳେ ନୂଆଗାଁ ରାସ୍ତାରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ୩ ଜଣ ଅଭିଯୁକ୍ତ ମହିଳାଙ୍କୁ ଏକୁଟିଆ ପାଇ ମିଳିତ ଭାବେ ବଳାତ୍କାର କରିଥିଲେ। ଏହା ପରେ ପୋଲିସ ନିକଟରୁ ଅଭିଯୁକ୍ତମାନେ ଖସିଯିବା ପାଇଁ ପ୍ରଥମେ ବଳାତ୍କାର ହୋଇଥିବା ଖବର ଥାନାକୁ ଜଣାଇଥିଲେ ଏବଂ ମହିଳାଙ୍କ ପ୍ରତି କେହି ଜଣେ ଅନ୍ୟାୟ କରିଛନ୍ତି ବୋଲି ପୋଲିସକୁ ଖବର ଦେଇଥିଲେ। ପୋଲିସ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ଖବର ଦେଇଥିବା ଲୋକ ହିଁ ପ୍ରକୃତ ଅଭିଯୁକ୍ତ ବୋଲି ପୋଲିସର ସନ୍ଦେହ ଘେରକୁ ଆସିଥିଲା। ଯାହା ଜଣାପଡ଼ିଛି ସେମାନେ ବଳାତ୍କାର କରି ଅନ୍ୟ କାହାରି ମୁଣ୍ଡରେ ଅଠା ବୋଳିବାକୁ ଚକ୍ରାନ୍ତ ଚଳାଇଥିଲେ। କିନ୍ତୁ ନିଜେ କରିଥିବା ଚକ୍ରାନ୍ତରେ ନିଜେ ଫଶି ଯାଇଥିବା ସୂଚନା ମିଳିଛି। ରବିବାର ତିନି ଅଭିଯୁକ୍ତ ଜଗନ୍ନାଥ ଦାସ(୩୬), ପ୍ରଦୀପ ଦାସ(୨୮) ଓ ପଦ୍ମଲୋଚନ ଦାସ(୨୨)ଙ୍କୁ ଚାନ୍ଦବାଲି ପୋଲିସ କେସ୍‌ ନଂ ୨୮୬/୨୪ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

The post ମହିଳାଙ୍କୁ ଗଣବଳାତ୍କାର, ୩ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.