ମୟୂରଭଞ୍ଜ ବିଜେଡି କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ନବୀନ
ଭୁବନେଶ୍ବର: ମୟୂରଭଞ୍ଜ ବିଜେଡି କର୍ମକର୍ତ୍ତାଙ୍କ ସହ ସାଂଗଠନିକ କାର୍ଯ୍ୟ ନେଇ ଆଲୋଚନା କଲେ ବିଜେଡି ସଭାପତି ତଥା ବିରୋଧୀ ଦଳ... The post ମୟୂରଭଞ୍ଜ ବିଜେଡି କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ନବୀନ appeared first on .
ଭୁବନେଶ୍ବର: ମୟୂରଭଞ୍ଜ ବିଜେଡି କର୍ମକର୍ତ୍ତାଙ୍କ ସହ ସାଂଗଠନିକ କାର୍ଯ୍ୟ ନେଇ ଆଲୋଚନା କଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଲୋକଙ୍କ ପାଇଁ କାମ ଜାରି ରଖିବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ତଥା ଜନସାଧାରଣ ବିଶେଷ କରି ଜନଜାତି ସମ୍ପ୍ରଦାୟର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିକାଶ କ୍ଷେତ୍ରରେ ବିଜୁ ଜନତା ଦଳ ସରକାର ସମୟରେ ନିଆଯାଇଥିବା ପଦକ୍ଷେପ ପାଇଁ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ଜିଲ୍ଲାର ବିଜେଡି ନେତା । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନା ଜିଲ୍ଲାର ବିକାଶରେ ମାଇଲ୍ଖୁଣ୍ଟ ହୋଇ ରହିବ ବୋଲି ସେମାନେ ମତ ଦେଇଛନ୍ତି ।
ସାନ୍ତାଳି ଭାଷାକୁ ସାମ୍ବିଧାନିକ ଭାଷାର ମର୍ଯ୍ୟାଦା ଦେବା ତଥା ସାନ୍ତାଳି ଭାଷାର ସୁରକ୍ଷା ଓ ପ୍ରସାର ଦିଗରେ ପୂର୍ବ ସରକାରର ଐତିହାସିକ ପଦକ୍ଷେପକୁ ଜିଲ୍ଲାବାସୀ ସବୁ ଦିନ ମନେରଖିବେ ବୋଲି ସେମାନେ କହିଥିଲେ । ମୟୂରଭଞ୍ଜର ବିକାଶ କ୍ଷେତ୍ରରେ ବିଜୁ ଜନତା ଦଳ ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଜିଲ୍ଲାବାସୀ ସହଯୋଗ କରିଆସିଥିବାରୁ ନବୀନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଲୋକଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରି ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜିଲ୍ଲାରେ ବ୍ୟାପକ କରିବା ସଙ୍ଗେ ସଙ୍ଗେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ବାସନ୍ତୀ ମୁର୍ମୁ, ପୂର୍ବତନ ବିଧାୟକ ରାଜକିଶୋର ଦାସ ଓ ଗଣେଶ୍ଵର ପାତ୍ର, ଜିଲ୍ଲାପରିଷଦ ସଭାପତି ଭାରତୀ ହାଁସଦା, ବିଧାୟକ ପ୍ରାର୍ଥୀ ସୋମନାଥ ସୋରେନ୍, ଦେବାଶିଷ ମାର୍ଣ୍ଡି, ରାଇସେନ ମୁର୍ମୁ, ପ୍ରୀତିନନ୍ଦା କାନୁନଗୋ, ଅନସୂୟା ପାତ୍ର, ବାରିପଦା ମ୍ଯୁନିସିପାଲିଟିର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଦେବାଶିଷ ମହାନ୍ତି ଓ ଜିଲ୍ଲାର ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ନବୀନ ପଟ୍ଟନାୟକଙ୍କୁ ଭେଟି ସାଂପ୍ରତିକ ରାଜନୈତିକ ସ୍ଥିତି ନେଇ ଆଲୋଚନା କରିଥିଲେ ।
The post ମୟୂରଭଞ୍ଜ ବିଜେଡି କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ନବୀନ appeared first on .