IPLରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଭାରତୀୟ ପ୍ଲେୟର, ବର୍ତ୍ତମାନ ଯାଏଁ ଭାଙ୍ଗିନି ରେକର୍ଡ…
ନୂଆଦିଲ୍ଲୀ ୧୧।୧୦: ଚଳିତ ବର୍ଷର ଶେଷରେ ହେବ ମେଗା ନିଲାମ । ଏହି ନିଲାମରେ ଭାଙ୍ଗିବ ପୂର୍ବର ଅନେକ ରେକର୍ଡ । ଏପରି ଭାରତୀୟ ପ୍ଲେୟର ଅଛନ୍ତି ଯେଉଁମାନେ ଆଇପିଏଲ ନିଲାମରେ ବିକ୍ରି ହୋଇଥିଲେ ସର୍ବାଧିକ ମୂଲ୍ୟରେ । ଲିଷ୍ଟର ପ୍ରଥମରେ ରହିଛନ୍ତି ଏପରି ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍, ଯିଏକି ଆଇସିସି ଟୁର୍ନାମେଣ୍ଟରେ ସବୁବେଳେ ଛାଡିଥାନ୍ତି ନିଜର ଛାପ । ଏହି ପ୍ଲେୟର ହେଉଛନ୍ତି ଯୁବରାଜ ସିଂ । ଟିମ୍ ଇଣ୍ଡିଆ ୨ଥର ବିଶ୍ୱକପ ଜିତିବାରେ ଯୁବରାଜ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସିକ୍ସରକିଙ୍ଗଙ୍କର ଆଇପିଏଲରେ ଅଧିକ ରେକର୍ଡ ନାହିଁ । କିନ୍ତୁ ୨୦୧୫ ନିଲାମରେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ଯୁବରାଜଙ୍କୁ ୧୬କୋଟିରେ କିଣିଥିଲା । ଯାହାକି ଭାରତୀୟ ପ୍ଲେୟରଙ୍କ ଉପରେ ରଖାଯାଇଥିବା ସବୁଠୁ ବଡ ବିଡ୍ । ଯୁବରାଜ ସିଂ ଆଇପିଏଲରେ ୧୩୨ଟି ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ ସେ ୧୨୬ ଇନିଂସରେ ୨୭୫୦ ରନ୍ ସ୍କୋର କରିଥିଲେ । ଏହାବ୍ୟତୀତ ତାଙ୍କ ନାଁରେ ୩୬ଟି ୱିକେଟ୍ ମଧ୍ୟ ରହିଛି ।ଭାରତର ଯୁବ ଏବଂ ଝାଡଖଣ୍ଡ ପ୍ଲେୟର ଇଶାନ କିଶନ । ଅନେକ ମ୍ୟାଚରେ ଟିମ୍ ଇଣ୍ଡିଆର ସାଜିଛନ୍ତି ସଙ୍କଟମୋଚନ । ଏହି ଯୁବ ବ୍ୟାଟ୍ସମ୍ୟାନ୍ ମୁମ୍ବାଇ ଟିମ୍ ପାଇଁ ଅନେକ ସିଜିନରେ ଖେଳିଛନ୍ତି । ୨୦୨୨ରେ ୧୫ କୋଟି ୨୫ ଲକ୍ଷରେ ଇଶାନକୁ କିଣିଥିଲା ମୁମ୍ବାଇ । ଇଶାନ ଏପର୍ଯ୍ୟନ୍ତ ଆଇପିଏଲରେ ମୋଟ ୧୦୫ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୯୯ଟି ଇନିଂସରେ କରିଛନ୍ତି ୨
ନୂଆଦିଲ୍ଲୀ ୧୧।୧୦: ଚଳିତ ବର୍ଷର ଶେଷରେ ହେବ ମେଗା ନିଲାମ । ଏହି ନିଲାମରେ ଭାଙ୍ଗିବ ପୂର୍ବର ଅନେକ ରେକର୍ଡ । ଏପରି ଭାରତୀୟ ପ୍ଲେୟର ଅଛନ୍ତି ଯେଉଁମାନେ ଆଇପିଏଲ ନିଲାମରେ ବିକ୍ରି ହୋଇଥିଲେ ସର୍ବାଧିକ ମୂଲ୍ୟରେ । ଲିଷ୍ଟର ପ୍ରଥମରେ ରହିଛନ୍ତି ଏପରି ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍, ଯିଏକି ଆଇସିସି ଟୁର୍ନାମେଣ୍ଟରେ ସବୁବେଳେ ଛାଡିଥାନ୍ତି ନିଜର ଛାପ । ଏହି ପ୍ଲେୟର ହେଉଛନ୍ତି ଯୁବରାଜ ସିଂ ।
ଟିମ୍ ଇଣ୍ଡିଆ ୨ଥର ବିଶ୍ୱକପ ଜିତିବାରେ ଯୁବରାଜ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସିକ୍ସରକିଙ୍ଗଙ୍କର ଆଇପିଏଲରେ ଅଧିକ ରେକର୍ଡ ନାହିଁ । କିନ୍ତୁ ୨୦୧୫ ନିଲାମରେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ଯୁବରାଜଙ୍କୁ ୧୬କୋଟିରେ କିଣିଥିଲା । ଯାହାକି ଭାରତୀୟ ପ୍ଲେୟରଙ୍କ ଉପରେ ରଖାଯାଇଥିବା ସବୁଠୁ ବଡ ବିଡ୍ । ଯୁବରାଜ ସିଂ ଆଇପିଏଲରେ ୧୩୨ଟି ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ ସେ ୧୨୬ ଇନିଂସରେ ୨୭୫୦ ରନ୍ ସ୍କୋର କରିଥିଲେ । ଏହାବ୍ୟତୀତ ତାଙ୍କ ନାଁରେ ୩୬ଟି ୱିକେଟ୍ ମଧ୍ୟ ରହିଛି ।
ଭାରତର ଯୁବ ଏବଂ ଝାଡଖଣ୍ଡ ପ୍ଲେୟର ଇଶାନ କିଶନ । ଅନେକ ମ୍ୟାଚରେ ଟିମ୍ ଇଣ୍ଡିଆର ସାଜିଛନ୍ତି ସଙ୍କଟମୋଚନ । ଏହି ଯୁବ ବ୍ୟାଟ୍ସମ୍ୟାନ୍ ମୁମ୍ବାଇ ଟିମ୍ ପାଇଁ ଅନେକ ସିଜିନରେ ଖେଳିଛନ୍ତି । ୨୦୨୨ରେ ୧୫ କୋଟି ୨୫ ଲକ୍ଷରେ ଇଶାନକୁ କିଣିଥିଲା ମୁମ୍ବାଇ । ଇଶାନ ଏପର୍ଯ୍ୟନ୍ତ ଆଇପିଏଲରେ ମୋଟ ୧୦୫ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୯୯ଟି ଇନିଂସରେ କରିଛନ୍ତି ୨୬୪୪ ରନ୍ ସଂଗ୍ରହ ।
ଏହି ଲିଷ୍ଟରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ସାମିଲ ଅଛନ୍ତି , ଯିଏକି ଟିମ୍ ଇଣ୍ଡିଆରେ ବହୁତ କମ୍ କ୍ରିକେଟ ଖେଳିଛନ୍ତି । ସେ ହେଉଛନ୍ତି ହର୍ଷଲ ପଟେଲ । ଆଇପିଏଲରେ ଅନେକ ଥର ଘାତକ ବୋଲିଂ କରି ବ୍ୟାଟ୍ସମ୍ୟାନ୍ଙ୍କୁ ଅକଡରେ ପକାଇଛନ୍ତି ହର୍ଷଲ ପଟେଲ । ତାଙ୍କ ପାଖରେ ଅନେକ ଭ୍ୟାରିଏସନ୍ ରହିଛି । ଯେଉଁଥିପାଇଁ ତାଙ୍କ ବୋଲିଂ ବ୍ୟାଟସମ୍ୟାନଙ୍କ ପାଇଁ ହୋଇଯାଏ ଅଡୁଆ । ୨୦୨୪ରେ ହର୍ଷଲଙ୍କୁ ୧୧ କୋଟି ୭୫ ଲକ୍ଷରେ କିଣିଥିଲା ପଞ୍ଜାବ । ସେ ଏପର୍ଯ୍ୟନ୍ତ ଆଇପିଏଲର ୧୦୬ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ତାଙ୍କ ନାଁରେ ରହିଛି ୧୨୪ଟି ଓ୍ବିକେଟ୍ ନେଇଛନ୍ତି ।
ଟିମ୍ ଇଣ୍ଡିଆର ଲେଫ୍ଟହ୍ୟାଣ୍ଡ ଦ୍ରୁତ ବୋଲର ଜୟଦେବ ଉନାଦକଟ । ଆଇପିଏଲ୍ରେ ଖେଳିଛନ୍ତି ଦମ୍ଦାର୍ ଇନିଂସ । ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୧ କୋଟି ୫୦ ଲକ୍ଷ ଟଙ୍କାରେ ନିଜ ଟିମ୍ରେ କରିଛନ୍ତି ସାମିଲ । ୩୨ ବର୍ଷୀୟ ଜୟଦେବ ଉନାଦକଟ ୨୦୧୦ରେ ଅଣ୍ଡର-୧୯ ବିଶ୍ୱକପରେ ଭାରତ ପାଇଁ ଖେଳି ସାରିଛନ୍ତି । ଆଇପିଏଲରେ ପ୍ରଥମ ଥର ପାଇଁ ସେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିବାକୁ ସୁଯୋଗ ପାଇଥିଲେ । ସେ ଆଇପିଏଲରେ ମୋଟ ୧୦୫ ମ୍ୟାଚ୍ ଖେଳିଛନ୍ତି ଏବଂ ତାଙ୍କ ନାମରେ ରହିଛି ୯୯ଟି ୱିକେଟ୍ ।
ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର । ୨୦୧୧ ODI ବିଶ୍ବକପ୍ ଫାଇନାଲ୍ର ଥିଲେ ଗୁରୁତ୍ବପୂର୍ଣ୍ଣ ପ୍ଲେୟର । ୨୦୧୧ରେ କୋଲକାତା ନାଇଟ୍ ରାଇଡର୍ସଙ୍କ ଗମ୍ଭୀରଙ୍କୁ ୧୧ କୋଟିରେ କିଣି ନିଜ ଟିମ୍ରେ କରିଥିଲା ସାମିଲ । ସେ ସେହି ସିଜିନର ନିଲାମରେ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ଗମ୍ଭୀରଙ୍କ ଅଧିନାୟକତ୍ୱରେ ଟିମ୍ ଦୁଇଥର ଆଇପିଏଲ ଟାଇଟଲକୁ ହାତେଇଥିଲା । ଗମ୍ଭୀର ଆଇପିଏଲରେ ୧୫୮ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ତାଙ୍କ ନାଁରେ ୪୨୧୭ ରନ୍ କରିଛନ୍ତି । ତେବେ ଆଗାମୀ ଅକ୍ସନ୍ରେ ଭାଙ୍ଗିପାରେ ଏହି ପ୍ଲେୟରଙ୍କ ରେକର୍ଡ ।