୨୦୨୪-୨୫ରେ ଡାଇରେକ୍ଟ ଟ୍ୟାକ୍ସ ଅଭିବୃଦ୍ଧି ହାର ୨୪%, ଆୟକର ସଂଗ୍ରହ ବି ବଢ଼ିଛି
ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୪-୨୫ରେ ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ ୨୩.୯୯ ପ୍ରତିଶତ ବୃଦ୍ଧି ସହ ୮,୧୩,୧୭୦ କୋଟି ଟଙ୍କାକୁ ପହଞ୍ଚିଛି। ଏଥିରୁ ରିଫଣ୍ଡ ଜାରି କରାଯିବା ପରେ ନେଟ୍ ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ ୨୨.୪୮ ପ୍ରତିଶତ ବୃଦ୍ଧି ସହ ୬,୯୨,୯୮୭ କୋଟି ଟଙ୍କା ବଳକା ହୋଇଛି। ତେବେ ଏହାର ପୂର୍ବ ବର୍ଷ ଅର୍ଥାତ ୨୦୨୩-୨୪ରେ ଏହି କର ସଂଗ୍ରହ ୫,୬୫,୮୧୫ କୋଟି ଟଙ୍କାରେ ସୀମିତ ଥିଲା। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆର୍ଥିକ ବର୍ଷ ୨୦୨୪-୨୫ରେ ୧୧ ଅଗଷ୍ଟ ୨୦୨୪ ସୁଦ୍ଧା ସଂଗୃହୀତ ଡାଇରେକ୍ଟ ଟ୍ୟାକ୍ସର ତଥ୍ୟ ଜାରି କରିଛନ୍ତି। ଏହି ତଥ୍ୟ ମୁତାବକ ଗ୍ରସ ଟ୍ୟାକ୍ସ କଲେକ୍ସନରେ ୨୩.୯୯ ପ୍ରତିଶତ ବୃଦ୍ଧି ହୋଇଛି। ଯେଉଁଥିରେ କର୍ପୋରେଟ ଟ୍ୟାକ୍ସ ସଂଗ୍ରହ ୩,୦୮,୦୬୧ କୋଟି ଟଙ୍କା ଥିବା ବେଳେ ପର୍ସନାଲ ଇନକମ ଟ୍ୟାକ୍ସ କଲେକ୍ସନ ୪,୮୧,୮୭୬କୋଟି ଟଙ୍କା, ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ୨୧,୫୯୯ କୋଟି ଓ ଅନ୍ୟ ଟ୍ୟାକ୍ସରୁ ୧୬୩୪କୋଟି ଟଙ୍କା ମିଳିଛି। Data on Direct Tax (DT) collections for FY 2024-25 as on 11.08.24 has been released.The data is available on the national website of Income Tax Department at the following link: https://t.co/ynmEUdVFyx@nsitharamanoffc@officeofPCM@FinMinIndia@PIB_India— Income Tax India (@IncomeTaxIndia) August 12, 2024ଯେଉଁଥିର
ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୪-୨୫ରେ ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ ୨୩.୯୯ ପ୍ରତିଶତ ବୃଦ୍ଧି ସହ ୮,୧୩,୧୭୦ କୋଟି ଟଙ୍କାକୁ ପହଞ୍ଚିଛି। ଏଥିରୁ ରିଫଣ୍ଡ ଜାରି କରାଯିବା ପରେ ନେଟ୍ ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ ୨୨.୪୮ ପ୍ରତିଶତ ବୃଦ୍ଧି ସହ ୬,୯୨,୯୮୭ କୋଟି ଟଙ୍କା ବଳକା ହୋଇଛି। ତେବେ ଏହାର ପୂର୍ବ ବର୍ଷ ଅର୍ଥାତ ୨୦୨୩-୨୪ରେ ଏହି କର ସଂଗ୍ରହ ୫,୬୫,୮୧୫ କୋଟି ଟଙ୍କାରେ ସୀମିତ ଥିଲା।
କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆର୍ଥିକ ବର୍ଷ ୨୦୨୪-୨୫ରେ ୧୧ ଅଗଷ୍ଟ ୨୦୨୪ ସୁଦ୍ଧା ସଂଗୃହୀତ ଡାଇରେକ୍ଟ ଟ୍ୟାକ୍ସର ତଥ୍ୟ ଜାରି କରିଛନ୍ତି। ଏହି ତଥ୍ୟ ମୁତାବକ ଗ୍ରସ ଟ୍ୟାକ୍ସ କଲେକ୍ସନରେ ୨୩.୯୯ ପ୍ରତିଶତ ବୃଦ୍ଧି ହୋଇଛି। ଯେଉଁଥିରେ କର୍ପୋରେଟ ଟ୍ୟାକ୍ସ ସଂଗ୍ରହ ୩,୦୮,୦୬୧ କୋଟି ଟଙ୍କା ଥିବା ବେଳେ ପର୍ସନାଲ ଇନକମ ଟ୍ୟାକ୍ସ କଲେକ୍ସନ ୪,୮୧,୮୭୬କୋଟି ଟଙ୍କା, ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ୨୧,୫୯୯ କୋଟି ଓ ଅନ୍ୟ ଟ୍ୟାକ୍ସରୁ ୧୬୩୪କୋଟି ଟଙ୍କା ମିଳିଛି।
Data on Direct Tax (DT) collections for FY 2024-25 as on 11.08.24 has been released.
The data is available on the national website of Income Tax Department at the following link: https://t.co/ynmEUdVFyx@nsitharamanoffc@officeofPCM@FinMinIndia@PIB_India— Income Tax India (@IncomeTaxIndia) August 12, 2024
ଯେଉଁଥିରେ ଫ୍ରିଞ୍ଜ ବେନିଫିଟ ଟ୍ୟାକ୍ସ, ୱେଲଥ ଟ୍ୟାକ୍ସ, ବ୍ୟାଙ୍କିଙ୍ଗ କ୍ୟାସ୍ ଟ୍ରାଞ୍ଜାକ୍ସନ ଟ୍ୟାକ୍ସ, ହୋଟେଲ ରିସିପ୍ଟ ଟ୍ୟାକ୍ସ, ଇଣ୍ଟରେଷ୍ଟ ଟ୍ୟାକ୍ସ, ଏକ୍ସପେଣ୍ଡିଚର ଟ୍ୟାକ୍ସ, ଇଷ୍ଟେଟ୍ ଡ୍ୟୁଟି ଓ ଗିଫ୍ଟ ଟ୍ୟାକ୍ସ ଆଦି ରହିଛି। ଏହି ଅବଧିରେ ୧,୨୦,୧୮୩ କୋଟି ଟଙ୍କା ରିଫଣ୍ଡ ଜାରି କରାଯାଇଛି। ଯାହା ପରେ ନେଟ୍ ଟ୍ୟାକ୍ସ ସଂଗ୍ରହ ୬,୯୨,୯୮୭ କୋଟି ଟଙ୍କା ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ପର୍ସନାଲ ଇନକମ ଟ୍ୟାକ୍ସ ସଂଗ୍ରହରେ ୨୦୨୩-୨୪ର ଏହି ଅବଧି ସୁଦ୍ଧା ହୋଇଥିବା ଟ୍ୟାକ୍ସ ସଂଗ୍ରହ ର ୨୩.୦୪ ପ୍ରତିଶତ ବୃଦ୍ଧି ଦେଖାଯାଇଛି।
ସେହିପରି କର୍ପୋରେଟ ଟ୍ୟାକ୍ସ ସଂଗ୍ରହରେ ୨୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଦେଖାଯାଇଛି। ସେୟାର ବଜାରରେ ଟ୍ରେଡିଂରେ ଲାଗୁଥିବା ସିକ୍ୟୁରିଟିଜ ଟ୍ରାଞ୍ଜାକ୍ସନ ଟ୍ୟାକ୍ସ ସରକାରଙ୍କର ହେଉଥିବା ଆୟ ଦୁଇଗୁଣା ହୋଇଛି। ଏହା ଛଡା ଏସଟିଟି ସଂଗ୍ରହରେ ୧୧୧ ପ୍ରତିଶତ ବୃଦ୍ଧି ଦେଖାଯାଇଥିବା ବେଳେ ଏଥିରୁ ସେୟାର ବଜାରରେ ଟ୍ରେଡିଂ କିପରି ବଢିଛି ତାହା ଅନୁମାନ କରାଯାଇ ପାରୁଛି। ଖାସ ଏହି କାରଣରୁ ଗତ ଦିନରେ ବଜାରରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଥିଲା।