‘ମିସେସ୍ ଇଣ୍ଡିଆ ୱାଲ୍ଡୱାଇଡ୍-୨୦୨୫’: ଭୁବନେଶ୍ଵରର ମହିଳା ସଙ୍ଗୀତା ନାୟକ ପିନ୍ଧିଲେ ବିଜୟ ମୁକୁଟ
ଭୁବନେଶ୍ୱର : ଦୁବାଇରେ ଆୟୋଜିତ ‘ମିସେସ୍ ଇଣ୍ଡିଆ ୱାଲ୍ଡୱାଇଡ୍-୨୦୨୫’ ପ୍ରତିଯୋଗିତାରେ ଭୁବନେଶ୍ଵରର ମହିଳା ସଙ୍ଗୀତା ନାୟକ ବାଜିମାତ କରିଛନ୍ତି । ସାରା ବିଶ୍ବରୁ ଭାଗନେଇଥିବା ୭୪ଜଣ ଭାରତୀୟ ବଂଶୋଦ୍ଭବ ମହିଳା ପ୍ରତିଯୋଗୀଙ୍କୁ ପଛରେ ପକାଇ ସଙ୍ଗୀତା ‘ମିସେସ୍ ଇଣ୍ଡିଆ’ ମୁକୁଟ ହାସଲ କରିଛନ୍ତି । ଏହି ସଫଳତା ପରେ ତାଙ୍କ ଶୁଭେଚ୍ଛୁ ଓ ପରିବାର ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି । କେବଳ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ଉଦ୍ଦେଶ୍ୟରେ ପ୍ରତି ବର୍ଷ ଦୁବାଇରେ ଏହି ଆନ୍ତର୍ଜାତିକସ୍ତରରେ ପ୍ରତିଯୋଗିତା […] The post ‘ମିସେସ୍ ଇଣ୍ଡିଆ ୱାଲ୍ଡୱାଇଡ୍-୨୦୨୫’: ଭୁବନେଶ୍ଵରର ମହିଳା ସଙ୍ଗୀତା ନାୟକ ପିନ୍ଧିଲେ ବିଜୟ ମୁକୁଟ appeared first on KNews Odisha.

ଭୁବନେଶ୍ୱର : ଦୁବାଇରେ ଆୟୋଜିତ ‘ମିସେସ୍ ଇଣ୍ଡିଆ ୱାଲ୍ଡୱାଇଡ୍-୨୦୨୫’ ପ୍ରତିଯୋଗିତାରେ ଭୁବନେଶ୍ଵରର ମହିଳା ସଙ୍ଗୀତା ନାୟକ ବାଜିମାତ କରିଛନ୍ତି । ସାରା ବିଶ୍ବରୁ ଭାଗନେଇଥିବା ୭୪ଜଣ ଭାରତୀୟ ବଂଶୋଦ୍ଭବ ମହିଳା ପ୍ରତିଯୋଗୀଙ୍କୁ ପଛରେ ପକାଇ ସଙ୍ଗୀତା ‘ମିସେସ୍ ଇଣ୍ଡିଆ’ ମୁକୁଟ ହାସଲ କରିଛନ୍ତି । ଏହି ସଫଳତା ପରେ ତାଙ୍କ ଶୁଭେଚ୍ଛୁ ଓ ପରିବାର ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି ।
କେବଳ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ଉଦ୍ଦେଶ୍ୟରେ ପ୍ରତି ବର୍ଷ ଦୁବାଇରେ ଏହି ଆନ୍ତର୍ଜାତିକସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଚଳିତ ବର୍ଷ ମଧ୍ୟ ଏହା ହୋଇଥିଲା । ପ୍ରତିଯୋଗିତା ପାଇଁ ବିଶ୍ଵର ବିଭିନ୍ନ ଦେଶରୁ ୩ଶହରୁ ଅଧିକ ଭାରତୀୟ ବଂଶୋଦ୍ଭବ ମହିଳା ପଞ୍ଜୀକରଣ କରିଥିଲେ ହେଁ ସେମାନଙ୍କ ମଧ୍ୟରୁ କେବଳ ୭୪ଜଣ ମନୋନୀତ ହୋଇଥିଲେ । ଏଥିରେ ରାମ୍ପ ଓ୍ବାକ୍ ସହ ଅନ୍ୟାନ୍ୟ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ଟପ-୨୫, ଟପ-୨୦, ଟପ୍-୧୫, ଟପ-୧୦ ଓ ଟପ -୫ରେ ସଙ୍ଗୀତା ନିଜର ସ୍ଥାନ ପକ୍କା କରିଥିଲେ । ଗତ ୨୦ ତାରିଖରେ ଆୟୋଜିତ ଫାଇନାଲରେ ସଙ୍ଗୀତାଙ୍କୁ ଆୟୋଜକ ବିଜୟିନୀ ଘୋଷଣା କରିଥିଲା । ଏହାପରେ ସଙ୍ଗୀତା ଖୁସିରେ କାନ୍ଦି ପକାଇଥିଲେ । ଏହି ସମୟରେ ତାଙ୍କ ସହ ସ୍ବାମୀ ମଧୁସୂଦନ ନାୟକ ଓ ପୁଅ ଅମିତ ଏବଂ ଅନିଶ୍ ମଧ୍ୟ ଉପସ୍ଥିତ ଥିଲେ ।
ଆହୁରି ପଢନ୍ତୁ : ବର୍ଷକୁ ଦୁଇ ଥର ହେବ CBSE ବୋର୍ଡ ପରୀକ୍ଷା, ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ଏବଂ ଦ୍ବିତୀୟ ପରୀକ୍ଷା ଇଚ୍ଛାଧୀନ
The post ‘ମିସେସ୍ ଇଣ୍ଡିଆ ୱାଲ୍ଡୱାଇଡ୍-୨୦୨୫’: ଭୁବନେଶ୍ଵରର ମହିଳା ସଙ୍ଗୀତା ନାୟକ ପିନ୍ଧିଲେ ବିଜୟ ମୁକୁଟ appeared first on KNews Odisha.