ମମତା ମହାନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ, ସେପ୍ଟେମ୍ବର ୩ରେ ନିର୍ବାଚନ
ଭୁବନେଶ୍ୱର : ମମତା ମହାନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂ । ମୟୂରଭଞ୍ଜର କୁଡ଼ୁମୀ ସମ୍ପ୍ରଦାୟର ମମତା ମହାନ୍ତ । ୨୦୨୦ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇଥିଲା । ହେଲେ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ […] The post ମମତା ମହାନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ, ସେପ୍ଟେମ୍ବର ୩ରେ ନିର୍ବାଚନ appeared first on KNews Odisha.

ଭୁବନେଶ୍ୱର : ମମତା ମହାନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂ । ମୟୂରଭଞ୍ଜର କୁଡ଼ୁମୀ ସମ୍ପ୍ରଦାୟର ମମତା ମହାନ୍ତ ।
୨୦୨୦ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇଥିଲା । ହେଲେ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ଅଗଷ୍ଟ ୧ରେ ସେ ବିଜେପିରେ ମିଶିଥିଲେ । ତାଙ୍କର ୨୦ ମାସ କାର୍ଯ୍ୟକାଳ ଥିଲା । ବିଜେପିରେ ମିଶିବା ପରଠୁ ମମତାଙ୍କୁ ରାଜ୍ୟସଭା ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି ।
୨୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ରହିଛି । ୨୭ରେ ପ୍ରାର୍ଥୀପତ୍ର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ୨୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୩ରେ ଦିନ ୯ଟାରୁ ଅପରାହ୍ ଣ ୪ଟା ମଧ୍ୟରେ ନିର୍ବାଚନ ହେବ । ସେହିଦିନ ଭୋଟ ଗଣିତ ହୋଇ ଫଳାଫଳ ପ୍ରକାଶ ପାଇବ । ସମୁଦାୟ ୯ଟି ରାଜ୍ୟର ୧୨ ଟି ଆସନ ପାଇଁ ନିର୍ବାଚନ ହେଉଛି ।
The post ମମତା ମହାନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ, ସେପ୍ଟେମ୍ବର ୩ରେ ନିର୍ବାଚନ appeared first on KNews Odisha.