ଟ୍ରକ ଧକ୍କାରୁ ତୁମୁଳ କାଣ୍ଡ,ପୋଲିସ ଜନତା ହାତାହାତି

ଭଦ୍ରକ : ବାଲି ବୋଝେଇ ଟ୍ରକ ଧକ୍କାରୁ ସ୍କୁଲ ଛାତ୍ର ଆହତ I ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଅଟକାଇବାକୁ କେନ୍ଦ୍ର କରି ପୋଲିସ-ଜନତା ମୁହାଁମୁହିଁ I ପୋଲିସ ମାଡ଼ରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି ଇଭଦ୍ରାଙ୍କ ଜିଲ୍ଲା ବନ୍ତ ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି I ଘଟଣାନୁସାରେ ,ଆଜି ସକାଳେ ଆନନ୍ଦପୁର ଭଦ୍ରକ ରାସ୍ତାର ଶ୍ରୀବନ୍ତପୁର ତାରିଣୀ ମନ୍ଦିର ଛକରେ ଏକ ବାଲି ବୋଝେଇ ଟ୍ରକ ଜଣେ ସ୍କୁଲ ଛାତ୍ରଙ୍କୁ ଧକ୍କା ଦେଇ ଫେରାର […]

ଟ୍ରକ ଧକ୍କାରୁ ତୁମୁଳ କାଣ୍ଡ,ପୋଲିସ ଜନତା ହାତାହାତି
ଟ୍ରକ ଧକ୍କାରୁ ତୁମୁଳ କାଣ୍ଡ,ପୋଲିସ ଜନତା ହାତାହାତି

ଭଦ୍ରକ : ବାଲି ବୋଝେଇ ଟ୍ରକ ଧକ୍କାରୁ ସ୍କୁଲ ଛାତ୍ର ଆହତ I ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଅଟକାଇବାକୁ କେନ୍ଦ୍ର କରି ପୋଲିସ-ଜନତା ମୁହାଁମୁହିଁ I ପୋଲିସ ମାଡ଼ରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି ଇଭଦ୍ରାଙ୍କ ଜିଲ୍ଲା ବନ୍ତ ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି I

ଘଟଣାନୁସାରେ ,ଆଜି ସକାଳେ ଆନନ୍ଦପୁର ଭଦ୍ରକ ରାସ୍ତାର ଶ୍ରୀବନ୍ତପୁର ତାରିଣୀ ମନ୍ଦିର ଛକରେ ଏକ ବାଲି ବୋଝେଇ ଟ୍ରକ ଜଣେ ସ୍କୁଲ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଯାଉଥିଲା I ଏହି ସମୟରେ ଆହତଙ୍କ ସମ୍ପର୍କୀୟମାନେ ଗାଡ଼ିକୁ ପିଛାକରି ବନ୍ତ ବଜାରରେ ପହଞ୍ଚି ଥିଲେ I ଏତିକିବେଳେ ଘଟଣା ସ୍ଥଳରେ ଉତ୍ତେଜନା ଆରମ୍ଭ ହୋଇଥିଲା ।

ଖବର ପାଇ ବନ୍ତ ପୋଲିସ୍ ଉତ୍ତେଜନା ସ୍ଥଳ ଥାନା ଛକରେ ପହଞ୍ଚି ଥିବା ବେଳେ ପୋଲିସ୍ ଉପସ୍ଥିତ ଲୋକଙ୍କ ସହ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ତେବେ ସକାଳ ୬ ଟାରୁ ରାତ୍ରୀ ୧୦ ମଧ୍ୟରେ ନୋ ଏଣ୍ଟ୍ରି ସମୟରେ କାହିଁକି ଗାଡି ଚାଲୁଥିଲା ବୋଲି ଲୋକେ ପୋଲିସକୁ ପ୍ରଶ୍ନ କରିଥିଲେ I ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା I ଫଳରେ ପୋଲିସ୍ କର୍ମଚାରୀ ମାନେ ହଠାତ୍ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ ।

ତେବେ ବାଲି ଗାଡ଼ି ସକାଳ ୬ଟା ଠାରୁ ରାତ୍ରୀ ୧୦ଘଟିକା ପର୍ଯ୍ୟନ୍ତ ବନ୍ତ ବଜାର ଦେଇ ଚଳାଚଳ ନିଷେଧ ଥିବା ବେଳେ ସ୍ଥାନୀୟ ପୋଲିସ ବଟି ନେଇ ଗାଡି ଛାଡୁଥିବା ଜନତା ଅଭିଯୋଗ କରିଛନ୍ତି I ଏହାବାଦ କିପରି ଗାଡ଼ିଟି ଶ୍ରିବନ୍ତପୁର ନିକଟରେ ହେଉଥିବା ନୋ ଏଣ୍ଟ୍ରି ନିକଟରୁ ଖସି ଦୁର୍ଘଟଣା ଘଟାଇ ଖସି ପଳାଇ ଆସିଲା ତାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଚି