Grammy Awards: ଗ୍ରାମୀ ପୁରସ୍କାର ଜିତି ଭାରତକୁ ଗର୍ବିତ କଲେ ଏହି ମହାନ କଳାକାର

ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ୨୦୨୪ ଗ୍ରାମୀ ପୁରସ୍କାର ଜିତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ୍ ଏବଂ ଗାୟକ ଶଙ୍କର ମହାଦେବନଙ୍କ ସମେତ ସମଗ୍ର ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହି ସଫଳତା ପାଇଁ ଭାରତ ଗର୍ବିତ।

Grammy Awards: ଗ୍ରାମୀ ପୁରସ୍କାର ଜିତି ଭାରତକୁ ଗର୍ବିତ କଲେ ଏହି ମହାନ କଳାକାର

ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ୨୦୨୪ ଗ୍ରାମୀ ପୁରସ୍କାର ଜିତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ୍ ଏବଂ ଗାୟକ ଶଙ୍କର ମହାଦେବନଙ୍କ ସମେତ ସମଗ୍ର ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି ଯେ ଏହି ସଫଳତା ପାଇଁ ଭାରତ ଗର୍ବିତ। ହୁସେନ୍ ଏବଂ ଗାୟକ ଶଙ୍କର ମହାଦେବନଙ୍କ ଏକ ଫ୍ୟୁଜନ୍ ମ୍ୟୁଜିକ୍ ଗ୍ରୁପ୍ ‘ଶକ୍ତି’ 'ଦିସ୍ ମୁମେଣ୍ଟ୍' ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ୨୦୨୪ ଗ୍ରାମୀ ପୁରସ୍କାର ଲାଭ କରିଛି।

ଏହି ଆଲବମରେ ସଂଗୀତ ସମୂହର ପ୍ରତିଷ୍ଠାତା ସଦସ୍ୟ ଗିଟାର ଆଦକ ଜନ୍ ମ୍ୟାକ୍‌ଲାଉଲି୍‌ଙ୍କ ସହିତ ହୁସେନ୍, ମହାଦେବନ୍, ଭାୟୋଲିନ୍ ବାଦକ ଗଣେଶ ରାଜଗୋପାଲନ୍ ଏବଂ ତାଲବାଦଲ ସେଲ୍‌ଭାଗଣେଶ ବିନାୟକରାମ ରହିଛନ୍ତି।

୪୫ ବର୍ଷରୁ ଅଧିକ ସମୟ ମଧ୍ୟରେ ‘ଶକ୍ତି’ର ପ୍ରଥମ ଷ୍ଟୁଡିଓ ଆଲବମ୍ 'ଦିସ୍ ମୁମେଣ୍ଟ୍' ଜୁନ୍ ୨୦୨୩ରେ ମୁକ୍ତିଲାଭ କରିଥିଲା। ସଂଗୀତ କ୍ଷେତ୍ରରେ ସବୁଠାରୁ ବଡ ପୁରସ୍କାର ‘ଗ୍ରାମୀ ପୁରସ୍କାର’ ଆୟୋଜନ କରୁଥିବା ରେକର୍ଡିଂ ଏକାଡେମୀ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ 'ଏକ୍ସ'ରେ ଏହି ଘୋଷଣା କରିଛି।

 
 
 
 
 
 
 
 
 
 
 
 
 
 
 

A post shared by ARR (@arrahman)

ଏହି ଚମତ୍କାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ହୁସେନ୍, ମହାଦେବନ୍, ରାକେଶ ଚୌରାସିଆ, ସେଲ୍‌ଭାଗଣେଶ ଏବଂ ଗଣେଶ ରାଜଗୋପାଲନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ସଂଗୀତ ପ୍ରତି ଆପଣମାନଙ୍କ ଅସାଧାରଣ ପ୍ରତିଭା ଓ ସମର୍ପଣ ସମଗ୍ର ବିଶ୍ୱର ହୃଦୟ ଜିତିଛି। ଭାରତ ଗର୍ବିତ।

ଏହି ସଫଳତା ଆପଣମାନଙ୍କ ଦ୍ୱାରା କରାଯାଇଥିବା କଠିନ ପରିଶ୍ରମର ପ୍ରମାଣ। ଏହା ନୂତନ ପିଢିର କଳାକାରମାନଙ୍କୁ ବଡ଼ ସ୍ୱପ୍ନ ଦେଖେଇବା ଏବଂ ସଂଗୀତରେ ଉତ୍କୃଷ୍ଠତା ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ।”