ପୁରୀ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି
ଭୁବନେଶ୍ୱର:ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୩ଜଣ ଆଖି ବୁଜିଛନ୍ତି। ଆଜିର ମୃତକଙ୍କୁ ମିଶାଇ ୧୩ କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା I ମୃତକମାନେ ହେଲେ କଟକ ଜିଲ୍ଲା ଟାଙ୍ଗି ଥାନା କୋଠ ସାହିର ସୁକାନ୍ତ ସାହୁ (୩୫) ପୁରୀ କୁମ୍ଭାରପଡ଼ା ଥାନା ଅଧୀନ ତଳନୂଆସାହି ଗୋଲାପକା ବସ୍ତିର ସୋମନାଥ ବେହେରା ଓରଫ ରାହୁଲ (୧୫) ଏବଂ ସଦର ଥାନା ଖଣ୍ଡିଆ ବନ୍ଧର କେ.ରାଜୁଙ୍କ ପୁଅ କେ.ଅଜୁ (୧୨) I ଦୁଇଦିନ ମଧ୍ୟରେ […]

ଭୁବନେଶ୍ୱର:ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୩ଜଣ ଆଖି ବୁଜିଛନ୍ତି। ଆଜିର ମୃତକଙ୍କୁ ମିଶାଇ ୧୩ କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା I ମୃତକମାନେ ହେଲେ କଟକ ଜିଲ୍ଲା ଟାଙ୍ଗି ଥାନା କୋଠ ସାହିର ସୁକାନ୍ତ ସାହୁ (୩୫) ପୁରୀ କୁମ୍ଭାରପଡ଼ା ଥାନା ଅଧୀନ ତଳନୂଆସାହି ଗୋଲାପକା ବସ୍ତିର ସୋମନାଥ ବେହେରା ଓରଫ ରାହୁଲ (୧୫) ଏବଂ ସଦର ଥାନା ଖଣ୍ଡିଆ ବନ୍ଧର କେ.ରାଜୁଙ୍କ ପୁଅ କେ.ଅଜୁ (୧୨) I ଦୁଇଦିନ ମଧ୍ୟରେ ଖଣ୍ଡିଆବନ୍ଧ ତେଲିସାହିର ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଥିବା ବେଳେ ଆଜି ଆଉ ଏକ ପରିବାରର ଦ୍ବିତୀୟ ସଦସ୍ୟ ଆଖି ବୁଜିଛନ୍ତି।
ସେପଟେ ଏହି ଘଟଣାରେ ଆଉ ୨ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୭ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହା ପୂର୍ବରୁ ୬ଜଣ ହସପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି । ଆଜି ବଳରାମ ଦାସ, ଓ ମନମୋହନ ବେହେରା ହସପିଟାଲରୁ ଫେରିଛନ୍ତି । ତେବେ ଏହି ଦୁର୍ଘଟଣାରେ ଆଖି ବୁଜିଥିବା ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।
ସେହିପରି ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ଚାରିଜଣ ବାଣ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ। କୁମ୍ଭାରପଡ଼ା ଥାନା ପୋଲିସ ଗୋପ ଏବଂ ଚାରିଛକ ଅଞ୍ଚଳର ଚାରିଜଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ମେ ୨୯ ତାରିଖ ରାତିରେ ମହାପ୍ରଭୁଙ୍କ ଭଉଁରୀ ଚାପଖେଳ ସମୟରେ ଦେବୀଘାଟରେ ହୋଇଥିଲା ଭୟଙ୍କର ବାଣ ବିସ୍ଫୋରଣ । ଏଥିରେ ଘଟଣାସ୍ଥଳରେ ୫୦ରୁ ଉର୍ଧ୍ଵ ପୋଡିହୋଇ ଯାଇଥିଲେ I ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁଥିଲେ I ଆହତ ମାନଙ୍କୁ ହସ୍ପିଟାଲ ନେବା ବାଟରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା I ବର୍ତ୍ତମାନ ସୁଦ୍ଧା ୩୦ ଜଣ କଟକ ଏବଂ ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି I