ସୃଷ୍ଟି ହେଲା ଲଘୁଚାପ, ଆଗାମୀ ୭ ଦିନ ଯାଏ ରାଜ୍ୟରେ ହେବ ହାଲୁକାରୁ ମଧ୍ୟମ ଧରଣର ବର୍ଷା

ସୃଷ୍ଟି ହେଲା ଲଘୁଚାପ ।  ଉତ୍ତର ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ ।  ଏହାର ପ୍ରଭାବ ଅଧିକ ରହିବ ନାହିଁ  ।  ଆଗାମୀ ୭ ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କାଁଭାଁ ସ୍ଥାନରେ ହେବ ।  ଆସନ୍ତା ୨୪ ଯାଏ ମୁଖ୍ୟତ ପାଗ ଶୁଖିଲା ସହ କାଁଭାଁ ସ୍ଥାନରେ ବର୍ଷା ହେବ ।  ଢେଙ୍କାନାଳ, କଟକ , ଜଗତସିଂହପୁର ,ଯାଜପୁର, କେନ୍ଦ୍ରାପଡା,ଭଦ୍ରକ, ବାଲେଶ୍ଵର ମୟୁରଭଂଜ ଓ କେନ୍ଦୁଝର […] The post ସୃଷ୍ଟି ହେଲା ଲଘୁଚାପ, ଆଗାମୀ ୭ ଦିନ ଯାଏ ରାଜ୍ୟରେ ହେବ ହାଲୁକାରୁ ମଧ୍ୟମ ଧରଣର ବର୍ଷା appeared first on KNews Odisha.

ସୃଷ୍ଟି ହେଲା ଲଘୁଚାପ, ଆଗାମୀ ୭ ଦିନ ଯାଏ ରାଜ୍ୟରେ ହେବ ହାଲୁକାରୁ ମଧ୍ୟମ ଧରଣର ବର୍ଷା
odisha rain 3

ସୃଷ୍ଟି ହେଲା ଲଘୁଚାପ ।  ଉତ୍ତର ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ ।  ଏହାର ପ୍ରଭାବ ଅଧିକ ରହିବ ନାହିଁ  ।  ଆଗାମୀ ୭ ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କାଁଭାଁ ସ୍ଥାନରେ ହେବ ।  ଆସନ୍ତା ୨୪ ଯାଏ ମୁଖ୍ୟତ ପାଗ ଶୁଖିଲା ସହ କାଁଭାଁ ସ୍ଥାନରେ ବର୍ଷା ହେବ ।  ଢେଙ୍କାନାଳ, କଟକ , ଜଗତସିଂହପୁର ,ଯାଜପୁର, କେନ୍ଦ୍ରାପଡା,ଭଦ୍ରକ, ବାଲେଶ୍ଵର ମୟୁରଭଂଜ ଓ କେନ୍ଦୁଝର ରେ ହାଲୁକରୁ ମଧ୍ୟମ ଧରଣର ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ସେହିପରି ଆସନ୍ତାକାଲି ମାଲକାନଗିରି ,କୋରାପୁଟ, ରାୟଗଡା, ଗଜପତି,ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ବଷା ହେବାର ସମ୍ଭାବନା ରହିଛି ।  ୭ ଦିନ ଯାଏ ବର୍ଷାର ବିଶେଷ ପ୍ରଭାବ ନଥିବା ବେଳେ ୧୦ ତାରିଖ ପରେ ବର୍ଷା ବଢିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ଏହାସହ ମୌସୁମୀ ଅପସାରଣ ବିଳମ୍ବ ହେଉଥିବାରୁ ଆଦ୍ରତାର ପରିମାଣ ବଢ଼ିବାରେ ଲାଗିଛି ।  ଫଳରେ ପ୍ରବଳ ଗରମ ସହ ଗୁଳୁଗୁଳି ହେଉଛି ।

The post ସୃଷ୍ଟି ହେଲା ଲଘୁଚାପ, ଆଗାମୀ ୭ ଦିନ ଯାଏ ରାଜ୍ୟରେ ହେବ ହାଲୁକାରୁ ମଧ୍ୟମ ଧରଣର ବର୍ଷା appeared first on KNews Odisha.