‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ପାଇଁ ଅୱେସିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ସାଂସଦ ଭାବେ ଶପଥ ନେବା ସମୟରେ ‘ଜୟ ପାଲେଷ୍ଟାଇନ୍’ ସ୍ଲୋଗାନ ଦେଇ ବଡ଼ ଧରଣ ବିବାଦ ସୃଷ୍ଟି କରିଥିବା ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୨ ଜଣ ଓକିଲ ଅୱେସିଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଓକିଲ ହରି ଶଙ୍କର ଜୈନ ଅୱେସିଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ କରିଥିବା ବେଳେ ଓକିଲ ବିନୀତ ଜିନ୍ଦଲ ଅୱେସିଙ୍କ ବିରୋଧରେ ଦ୍ବିତୀୟ ମାମଲା ରୁଜୁ […]

‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ପାଇଁ ଅୱେସିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ସାଂସଦ ଭାବେ ଶପଥ ନେବା ସମୟରେ ‘ଜୟ ପାଲେଷ୍ଟାଇନ୍’ ସ୍ଲୋଗାନ ଦେଇ ବଡ଼ ଧରଣ ବିବାଦ ସୃଷ୍ଟି କରିଥିବା ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୨ ଜଣ ଓକିଲ ଅୱେସିଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଓକିଲ ହରି ଶଙ୍କର ଜୈନ ଅୱେସିଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ କରିଥିବା ବେଳେ ଓକିଲ ବିନୀତ ଜିନ୍ଦଲ ଅୱେସିଙ୍କ ବିରୋଧରେ ଦ୍ବିତୀୟ ମାମଲା ରୁଜୁ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅୱେସି ଗତକାଲି ଉର୍ଦ୍ଦୁ ଭାଷାରେ ‌ଶପଥ ନେଇଥିଲେ। ଶପଥ ଶେଷ ସମୟରେ ସେ ‘ ଜୟ ତେଲେଙ୍ଗାନା, ଜୟ ପା‌ଲେଷ୍ଟାଇନ’ କହିଥିଲେ। ଏହାକୁ ନେଇ ତୀବ୍ର ବିରୋଧ ‌‌ହୋଇଥିଲା। କିନ୍ତୁ ଅୱେସି କହିଛନ୍ତି, ‘ଜୟ ପାଲେଷ୍ଟାଇନ୍‌’ କହିବାରେ ତାଙ୍କର ଭୁଲ୍‌ କେଉଁଠି ରହିଲା।