ଚାଇନା ଆଲୋଚନା ପାଇଁ ଜୟଶଙ୍କରଙ୍କ ୩ ସିଦ୍ଧାନ୍ତ
ନୂଆଦିଲ୍ଲୀ,୪ା୧୨(ପି.ଟି.):ସୀମା ପ୍ରସଙ୍ଗର ଉତ୍ତମ ତଥା ଆପୋଷରେ ଗ୍ରହଣୀୟ ହେଲା ଭଳି ସମାଧାନ ପାଇଁ ଭାରତ ଚାଇନା ସହ ଆଲୋଚନା ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଲୋକ ସଭାରେ କହିଛନ୍ତି। ତେବେ ଏଥିପାଇଁ ସେ ୩ଟି ସିଦ୍ଧାନ୍ତ ରଖିଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ର ପବିତ୍ରତାକୁ ଉପଯୁକ୍ତ ସମ୍ମାନ ଏବଂ ସ୍ଥିତାବସ୍ଥା ବଦଳାଇବା ପାଇଁ ଏକପାଖିଆ ଉଦ୍ୟମ ନ କରି ସୀମା ପରିଚାଳନା ଚୁକ୍ତିକୁ ଅନୁପାଳନ କରିବା ଉପରେ ନୂଆଦିଲ୍ଲୀ-ବେଜିଂ ସମ୍ପର୍କର […] The post ଚାଇନା ଆଲୋଚନା ପାଇଁ ଜୟଶଙ୍କରଙ୍କ ୩ ସିଦ୍ଧାନ୍ତ appeared first on Dharitri Odia News.
ନୂଆଦିଲ୍ଲୀ,୪ା୧୨(ପି.ଟି.):ସୀମା ପ୍ରସଙ୍ଗର ଉତ୍ତମ ତଥା ଆପୋଷରେ ଗ୍ରହଣୀୟ ହେଲା ଭଳି ସମାଧାନ ପାଇଁ ଭାରତ ଚାଇନା ସହ ଆଲୋଚନା ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଲୋକ ସଭାରେ କହିଛନ୍ତି। ତେବେ ଏଥିପାଇଁ ସେ ୩ଟି ସିଦ୍ଧାନ୍ତ ରଖିଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ର ପବିତ୍ରତାକୁ ଉପଯୁକ୍ତ ସମ୍ମାନ ଏବଂ ସ୍ଥିତାବସ୍ଥା ବଦଳାଇବା ପାଇଁ ଏକପାଖିଆ ଉଦ୍ୟମ ନ କରି ସୀମା ପରିଚାଳନା ଚୁକ୍ତିକୁ ଅନୁପାଳନ କରିବା ଉପରେ ନୂଆଦିଲ୍ଲୀ-ବେଜିଂ ସମ୍ପର୍କର ପ୍ରାସଙ୍ଗିକତା ନିର୍ଭର କରୁଥିବା ସେ କହିଛନ୍ତି। ପୂର୍ବ ଲଦାଖରୁ ପର୍ଯ୍ୟାୟକ୍ରମେ ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ହୋଇଛି। ଭାରତ ଏବେ ଏଜେଣ୍ଡାରେ ରହିଥିବା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆଶାବାଦୀ। ଆମେ ଜାତୀୟ ସୁରକ୍ଷା ସ୍ବାର୍ଥକୁ ପ୍ରଥମ ଏବଂ ସର୍ବାଧିକ ଗୁରୁତ୍ୱ ଦେଇ ଅନ୍ୟାନ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ଚାହୁଁ ବୋଲି ଜୟଶଙ୍କର କହିଛନ୍ତି।
The post ଚାଇନା ଆଲୋଚନା ପାଇଁ ଜୟଶଙ୍କରଙ୍କ ୩ ସିଦ୍ଧାନ୍ତ appeared first on Dharitri Odia News.