ବିରାଟ କୋହଲି ଆହତ, ଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା !

ନୂଆଦିଲ୍ଲୀ,୮।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ରବିବାର ଖେଳାଯିବ। ଉଭୟ ଟିମ୍‌ ଏହାର ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇବା ଭଳି ଖବର ସାମ୍ନାକୁ ଆସିଛି। ଅଭ୍ୟାସ ସମୟରେ ବିରାଟ କୋହଲି ଆହତହୋଇଥିବା ଏକ ରିପୋର୍ଟରେ କୁହାଯାଇଛି। ପାକିସ୍ତାନୀ ଗଣମାଧ୍ୟମର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆଇସିସି ଏକାଡେମୀରେ ଅଭ୍ୟାସ ସମୟରେ ବିରାଟ ଦ୍ରୁତ ବୋଲରଙ୍କୁ ଖେଳୁଥିବା ବେଳେ ଆଣ୍ଠୁରେ ଆଘାତ ଲାଗିଛି। ଏହାପରେ […] The post ବିରାଟ କୋହଲି ଆହତ, ଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା ! appeared first on Dharitri Odia News.

ବିରାଟ କୋହଲି ଆହତ, ଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା !

ନୂଆଦିଲ୍ଲୀ,୮।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ରବିବାର ଖେଳାଯିବ। ଉଭୟ ଟିମ୍‌ ଏହାର ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇବା ଭଳି ଖବର ସାମ୍ନାକୁ ଆସିଛି। ଅଭ୍ୟାସ ସମୟରେ ବିରାଟ କୋହଲି ଆହତହୋଇଥିବା ଏକ ରିପୋର୍ଟରେ କୁହାଯାଇଛି।

ପାକିସ୍ତାନୀ ଗଣମାଧ୍ୟମର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆଇସିସି ଏକାଡେମୀରେ ଅଭ୍ୟାସ ସମୟରେ ବିରାଟ ଦ୍ରୁତ ବୋଲରଙ୍କୁ ଖେଳୁଥିବା ବେଳେ ଆଣ୍ଠୁରେ ଆଘାତ ଲାଗିଛି। ଏହାପରେ ସେ ଖେଳ ବନ୍ଦ କରିଥିବା ବେଳେ ଚିକିତ୍ସା ଚାଲିଛି। ଅନ୍ୟ ଖେଳାଳି ପରେ ଅଭ୍ୟାସ କରୁଥିବା ନଜର ଆସିଥିବା ବେଳେ ବିରାଟ ଆସି ନ ଥିବା ରିପୋର୍ଟରେ କୁହାଯାଇଛି।

ନିକଟରେ ଇଲଂଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମୁକାବିଲାରେ ଆଣ୍ଠୁରେ ଆଘାତ ଯୋଗୁ କୋହଲି ଖେଳିପାରି ନ ଥିଲେ। ଏଣୁ ଏବେର ଆଘାତ ଚିନ୍ତା ବଢ଼ାଇପାରେ। ତେବେ ଏହା ସେତେଟା ଗମ୍ଭୀର ନୁହେଁ ବୋଲି କୁହାଯାଉଛି। କୋହଲି ଫିଟ୍‌ ଅଛନ୍ତି ଏବଂ ମଇଦାନକୁ ଖେଳିବାକୁ ଆସିବେ ବୋଲି ଆଲୋଚନା ହେଉଛି।

ଚଳିତ ଟୁର୍ନାମେଣ୍ଟ ଦେଖିଲେ କୋହଲି ଭାରତ ଲାଗି ସର୍ବାଧିକ ରନ୍‌ କରିଛନ୍ତି। ପାକିସ୍ତାନ ବିପକ୍ଷ ଟାର୍ଗେଟକୁ ପିଛା କରି ସେ ଅପରାଜିତ ୧୦୦ ରନ୍‌ର ଇନିଂସ ଖେଳିଥିଲେ। କୋହଲି ଏଯାବତ ୪ ଇନିଂସରେ ୨୧୭ ରନ୍‌ କରିଛନ୍ତି।

The post ବିରାଟ କୋହଲି ଆହତ, ଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା ! appeared first on Dharitri Odia News.