ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବୟସ ଦ୍ୱନ୍ଦ୍ୱ : ୫ ବର୍ଷରେ ହେମନ୍ତଙ୍କ ବୟସ ବଢ଼ିଛି ୭ ବର୍ଷ
ରାଞ୍ଚି : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ଚଳିତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପରେ ତାଙ୍କ ସତ୍ୟପାଠକୁ ନେଇ ଦ୍ବନ୍ଦ ଦେଖାଯାଇଛି। ହେମନ୍ତ ସୋରେନ ତାଙ୍କ ବୟସକୁ ନେଇ ଦେଇଥିବା ତଥ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି। ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ବଢ଼ିଛି ୭ ବର୍ଷ। ଅର୍ଥାତ ୫ ବର୍ଷ ପୂର୍ବେ ତାଙ୍କୁ ୪୨ ବର୍ଷ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ଏବେ ବୟସ ୪୯ ବର୍ଷ […]

ରାଞ୍ଚି : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ଚଳିତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପରେ ତାଙ୍କ ସତ୍ୟପାଠକୁ ନେଇ ଦ୍ବନ୍ଦ ଦେଖାଯାଇଛି। ହେମନ୍ତ ସୋରେନ ତାଙ୍କ ବୟସକୁ ନେଇ ଦେଇଥିବା ତଥ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି। ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ବଢ଼ିଛି ୭ ବର୍ଷ। ଅର୍ଥାତ ୫ ବର୍ଷ ପୂର୍ବେ ତାଙ୍କୁ ୪୨ ବର୍ଷ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ଏବେ ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ।
ଆସାମ ମୁଖ୍ୟମନ୍ତୀ ତଥା ଝାଡ଼ଖଣ୍ଡ ବିଜେପି ସହ- ପ୍ରଭାରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଏପରି ଭୁଲ୍ ତଥ୍ୟ ଦେବା ସତ୍ତ୍ୱେ ହେମନ୍ତ ସୋରେନଙ୍କ ନାମାଙ୍କନ ରଦ୍ଦ ହେବା ଉଚିତ ନୁହେଁ । କାରଣ ଭୋଟର ଏହାର ଉଚିତ ଜବାବ ଦେବେ ଓ ତାଙ୍କୁ ହରାଇଦେବେ । ବିଜେପି ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମରାଣ୍ଡି କହିଛନ୍ତି ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି । ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛୁ ।
ସେପଟେ ଏହି ବିବାଦ ମଧ୍ୟରେ ଜେଏମ୍ଏମ୍ ନେତା ମନୋଜ ପାଣ୍ଡେ କହିଛନ୍ତି, ଜେଏମଏମ୍ କିଛି ଲୁଚାଏ ନାହିଁ। ଆମେ ସବୁ ଦସ୍ତାବିଜ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛୁ। ସେତେବେଳେ ନିର୍ବାଚନ ଅଧିକାରୀ ଚୁପ୍ ବସିଥିବା ବେଳେ ଏବେ ବିଜେପି ନିଜେ ହାରୁଥିବା ଜାଣି ଷଡଯନ୍ତ୍ର କରିଛି। ବିଜେପିର ବହୁ ନେତା ଫର୍ଜି ଡିଗ୍ରୀ ଦାଖଲ କରିଥିବା ଆମେ ଜାଣିଛୁ। କିନ୍ତୁ ଆମେ ଏପରି କୌଣସି ବି ଫର୍ଜି ଦସ୍ତାବିଜ ଦାଖଲ କରୁନା ବୋଲି ସେ କହିଛନ୍ତି।