ଦେଶର ପ୍ରଥମ ସ୍ବଦେଶୀ କାର୍‌ ଟି-ସେଲ ଥେରାପି ଲଞ୍ଚ୍‌ କଲେ ରାଷ୍ଟ୍ରପତି: କମ୍‌ ଖର୍ଚ୍ଚରେ ହେବ କ୍ୟାନସର ଚିକିତ୍ସା

ନୂଆଦିଲ୍ଲୀ,୪।୪: ବିଶ୍ୱରେ କ୍ୟାନସର ଏକ ଦ୍ରୁତ ଗତିରେ ବଢୁଥିବା ଗମ୍ଭୀର ରୋଗ। ଭାରତରେ ମଧ୍ୟ କ୍ୟାନସର ଏକ ପ୍ରମୁଖ ବିପଦ ହୋଇଛି। ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ, ପୋୱାଇ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର କ୍ୟାନସର ଚିକିତ୍ସା ପାଇଁ ବିକଶିତ ସ୍ବଦେଶୀ କାର୍‌ ଟି-ସେଲ ଥେରାପି ଆରମ୍ଭ କରିଛନ୍ତି। ଆଇଆଇଟି ବମ୍ବେ ଏବଂ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା ବିକଶିତ ଏହି ଜିନ ଆଧାରିତ ଥେରାପି ବିଭିନ୍ନ ପ୍ରକାରର କ୍ୟାନସର […] The post ଦେଶର ପ୍ରଥମ ସ୍ବଦେଶୀ କାର୍‌ ଟି-ସେଲ ଥେରାପି ଲଞ୍ଚ୍‌ କଲେ ରାଷ୍ଟ୍ରପତି: କମ୍‌ ଖର୍ଚ୍ଚରେ ହେବ କ୍ୟାନସର ଚିକିତ୍ସା appeared first on Dharitri Odia News.

ଦେଶର ପ୍ରଥମ ସ୍ବଦେଶୀ କାର୍‌ ଟି-ସେଲ ଥେରାପି ଲଞ୍ଚ୍‌ କଲେ ରାଷ୍ଟ୍ରପତି: କମ୍‌ ଖର୍ଚ୍ଚରେ ହେବ କ୍ୟାନସର ଚିକିତ୍ସା

ନୂଆଦିଲ୍ଲୀ,୪।୪: ବିଶ୍ୱରେ କ୍ୟାନସର ଏକ ଦ୍ରୁତ ଗତିରେ ବଢୁଥିବା ଗମ୍ଭୀର ରୋଗ। ଭାରତରେ ମଧ୍ୟ କ୍ୟାନସର ଏକ ପ୍ରମୁଖ ବିପଦ ହୋଇଛି। ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ, ପୋୱାଇ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର କ୍ୟାନସର ଚିକିତ୍ସା ପାଇଁ ବିକଶିତ ସ୍ବଦେଶୀ କାର୍‌ ଟି-ସେଲ ଥେରାପି ଆରମ୍ଭ କରିଛନ୍ତି। ଆଇଆଇଟି ବମ୍ବେ ଏବଂ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା ବିକଶିତ ଏହି ଜିନ ଆଧାରିତ ଥେରାପି ବିଭିନ୍ନ ପ୍ରକାରର କ୍ୟାନସର ରୋଗରୁ ଉପଶମ କରିବାରେ ସାହାଯ୍ୟ କରିବ।
କ୍ୟାନସର ରୋଗର ମୃତ୍ୟ ହାର ମଧ୍ୟ ଅଧିକ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, କ୍ୟାନସର ରୋଗରେ ମୃତ୍ୟୁ ହାର ଅଧିକ ହେବାର ଏକ ମୁଖ୍ୟ କାରଣ ହେଉଛି ଠିକ ସମୟରେ ନିରାକରଣ ଏବଂ ଚିକିତ୍ସାର ଅଭାବ। ଦେଶର ଅଧିକାଂଶ ଲୋକଙ୍କଠାରେ କ୍ୟାନସର ରୋଗ ଶେଷ ପର୍ଯ୍ୟାୟରେ ଚିହ୍ନଟ କରାଯାଏ, ଯେଉଁଠାରୁ ରୋଗୀର ଚିକିତ୍ସା ତଥା ଜୀବନ ବଞ୍ଚାଇବା କଷ୍ଟସାଧ୍ୟ ହୋଇଯାଏ।

The post ଦେଶର ପ୍ରଥମ ସ୍ବଦେଶୀ କାର୍‌ ଟି-ସେଲ ଥେରାପି ଲଞ୍ଚ୍‌ କଲେ ରାଷ୍ଟ୍ରପତି: କମ୍‌ ଖର୍ଚ୍ଚରେ ହେବ କ୍ୟାନସର ଚିକିତ୍ସା appeared first on Dharitri Odia News.