ମାଟ୍ରିକ ପରୀକ୍ଷା: ହିନ୍ଦୀ, ସଂସ୍କୃତରେ କପି କରି ଧରାପଡ଼ିଲେ ୭
କଟକ,୨୮ା୨(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ବୁଧବାର ତୃତୀୟ ଭାଷା ପରୀକ୍ଷାରେ ୭ ଜଣ ପରୀକ୍ଷାର୍ଥୀ ଅସାଧୁ ଉପାୟ ଅବଲମ୍ବନ କରି ସ୍କ୍ବାଡ୍ ହାତରେ ଧରାପଡ଼ିଛନ୍ତି। ତେବେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ସୁଚାରୁ ରୂପେ ଶେଷ ହୋଇଛି। କୌଣସି ଜିଲା ଶିକ୍ଷାଧିକାରୀ କିମ୍ବା କୌଣସି ପ୍ରାଧିକୃତ ଅଧିକାରୀଙ୍କ ଠାରୁ କୌଣସି ଅନିୟମିତତା ସୂଚନା ଆସିନାହିଁ। କୌଣସି ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇନାହିଁ। ସମସ୍ତ ୩୦୪୭ କେନ୍ଦ୍ରରେ ପରୀକ୍ଷା ଶୃଙ୍ଖଳିତ […] The post ମାଟ୍ରିକ ପରୀକ୍ଷା: ହିନ୍ଦୀ, ସଂସ୍କୃତରେ କପି କରି ଧରାପଡ଼ିଲେ ୭ appeared first on Dharitri Odia News.
କଟକ,୨୮ା୨(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ବୁଧବାର ତୃତୀୟ ଭାଷା ପରୀକ୍ଷାରେ ୭ ଜଣ ପରୀକ୍ଷାର୍ଥୀ ଅସାଧୁ ଉପାୟ ଅବଲମ୍ବନ କରି ସ୍କ୍ବାଡ୍ ହାତରେ ଧରାପଡ଼ିଛନ୍ତି। ତେବେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ସୁଚାରୁ ରୂପେ ଶେଷ ହୋଇଛି। କୌଣସି ଜିଲା ଶିକ୍ଷାଧିକାରୀ କିମ୍ବା କୌଣସି ପ୍ରାଧିକୃତ ଅଧିକାରୀଙ୍କ ଠାରୁ କୌଣସି ଅନିୟମିତତା ସୂଚନା ଆସିନାହିଁ। କୌଣସି ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇନାହିଁ। ସମସ୍ତ ୩୦୪୭ କେନ୍ଦ୍ରରେ ପରୀକ୍ଷା ଶୃଙ୍ଖଳିତ ଭାବରେ ଶେଷ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଅନୁଷ୍ଠିତ ପ୍ରଥମ ଭାଷା ମାତୃଭାଷା ପରୀକ୍ଷାରେ ୧୦ ପରୀକ୍ଷାର୍ଥୀ, ଦ୍ୱିତୀୟ ଭାଷା ଇଂରାଜୀ ବିଷୟରେ ୪୨ ଜଣ ଓ ଗଣିତ ବିଷୟରେ ୫୧ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍ (ଏମ୍ପି)ହୋଇଥିଲେ। ପରୀକ୍ଷା ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ୪୨ଟି ସ୍ପେଶାଲ ସ୍କ୍ବାଡ୍, ୭୨ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଓ ଜିଲା ପ୍ରଶାସନ ସ୍ତରରେ ୧ଟି ଲେଖାଏ ସ୍ବତନ୍ତ୍ର ସ୍କ୍ବାଡ୍ ବ୍ୟବସ୍ଥା ହୋଇଛି। ସିସିଟିଭି ଜରିଆରେ ଆର୍ଟିଫିସିଆଲ ସର୍ଭିଲେନ୍ସ (ଏଆଇ) ଉପଯୋଗରେ ପରୀକ୍ଷା ପରିଚାଳନାକୁ ବୋର୍ଡ ମୁଖ୍ୟାଳୟରୁ ନିୟନ୍ତ୍ରଣ କରାଯାଉଛି। ମାଟ୍ରିକ ପରୀକ୍ଷା ସୂଚୀ ଅନୁଯାୟୀ ଆସନ୍ତା ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ ଓ ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନ ବିଷୟ ପରୀକ୍ଷା ହେବ।
The post ମାଟ୍ରିକ ପରୀକ୍ଷା: ହିନ୍ଦୀ, ସଂସ୍କୃତରେ କପି କରି ଧରାପଡ଼ିଲେ ୭ appeared first on Dharitri Odia News.