୨୩ରେ ମନ୍ତ୍ରୀ ପରିଷଦ ବୈଠକ, ୨୬ରେ ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର,୨୧ା୧୧: ଆସନ୍ତା ୨୩ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍‌ ଉପରେ ଆଲୋଚନା କରାଯିବ। ମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ବଜେଟ୍‌କୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବ। ବିଧାନସଭାର ଆଗାମୀ ଶୀତ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍‌ ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବେ। ତାହା ୫ ତାରିଖରେ ଗୃହୀତ ହେବ ବୋଲି ସୂଚନା ମିଳିଛି। […] The post ୨୩ରେ ମନ୍ତ୍ରୀ ପରିଷଦ ବୈଠକ, ୨୬ରେ ଅତିରିକ୍ତ ବଜେଟ୍‌ appeared first on Dharitri Odia News.

୨୩ରେ ମନ୍ତ୍ରୀ ପରିଷଦ ବୈଠକ, ୨୬ରେ ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର,୨୧ା୧୧: ଆସନ୍ତା ୨୩ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍‌ ଉପରେ ଆଲୋଚନା କରାଯିବ। ମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ବଜେଟ୍‌କୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବ। ବିଧାନସଭାର ଆଗାମୀ ଶୀତ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍‌ ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବେ। ତାହା ୫ ତାରିଖରେ ଗୃହୀତ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ।

The post ୨୩ରେ ମନ୍ତ୍ରୀ ପରିଷଦ ବୈଠକ, ୨୬ରେ ଅତିରିକ୍ତ ବଜେଟ୍‌ appeared first on Dharitri Odia News.