ବିଲରୁ ବିରି ଖାଇଦେଲା ବୋଲି ଶୁଆକୁ ଫାଶି ଦେଇ କରିଥିଲେ ରିଲ୍ସ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୬।୩ (ବନ୍ଦନା ସେଠୀ ) – ବିଲରୁ ବିରି ଖାଇଦେବାରୁ ଶୁଆକୁ ଫାଶୀ ଦେବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ ବନ ବିଭାଗ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ରିଲ୍‌ସ କରିଥିବା ଯୁବକଙ୍କୁ ଆଠମଲ୍ଲିକ ନାକଟି ଦେଉଳରୁ ବୁଧବାର ସକାଳେ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ୨୫ ବର୍ଷୀୟ ଭଗ୍ନ ପନ୍ଥେଇ। ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରାଯାଇ ଗିରଫ କରାଯାଇଥିବା […] The post ବିଲରୁ ବିରି ଖାଇଦେଲା ବୋଲି ଶୁଆକୁ ଫାଶି ଦେଇ କରିଥିଲେ ରିଲ୍ସ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.

ବିଲରୁ ବିରି ଖାଇଦେଲା ବୋଲି ଶୁଆକୁ ଫାଶି ଦେଇ କରିଥିଲେ ରିଲ୍ସ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୬।୩ (ବନ୍ଦନା ସେଠୀ ) – ବିଲରୁ ବିରି ଖାଇଦେବାରୁ ଶୁଆକୁ ଫାଶୀ ଦେବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ ବନ ବିଭାଗ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ରିଲ୍‌ସ କରିଥିବା ଯୁବକଙ୍କୁ ଆଠମଲ୍ଲିକ ନାକଟି ଦେଉଳରୁ ବୁଧବାର ସକାଳେ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ୨୫ ବର୍ଷୀୟ ଭଗ୍ନ ପନ୍ଥେଇ। ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରାଯାଇ ଗିରଫ କରାଯାଇଥିବା ଆଠମଲ୍ଲିକ ଡିଏଫ୍‌ଓ ସନ୍ତୋଷ କୁମାର କପ୍ପୁଲା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ରୋଜ୍‌ ରିଙ୍ଗ୍‌ ପାରାକିଟ୍‌ ପ୍ରଜାତିର ଏହି ଶୁଆଟି ସେଡ୍ୟୁଲ୍‌-୨ ଆନିମଲ। ଅଭିଯୁକ୍ତମାନଙ୍କ ବିରୋଧରେ ୱାଇଲ୍ଡ ଲାଇଫ ଆକ୍ଟର ଧାରା ୯ ଅନୁସାରେ ମାମଲା ରୁଜୁ କରାଯାଇଛି। ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ। ଏହି ଘଟଣାରେ ଆହୁରି ବ୍ୟକ୍ତି ସାମିଲ ଥିବା ତାଙ୍କୁ ଜେରାବେଳେ ଜଣାପଡିଛି। ଅନ୍ୟଜଣେ ଅଭିଯୁକ୍ତ ଶୁଆଟିକୁ ମାରିଥିବା ଭଗ୍ନ ପ୍ରକାଶ କରିଛନ୍ତି। ଶୁଆକୁ ସେ ହତ୍ୟା କରିନାହିଁ, କେବଳ ରିଲ୍ସ କରିଥିଲେ ବୋଲି ବୟାନ ଦେଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି। ବିଲରୁ ବିରି ଖାଇଥିବା କାରଣରୁ ଶୁଆକୁ ଧରି ଉଭୟ ହତ୍ୟା କରିଥିଲେ। ନାକଟି ଦେଉଳ ଅଞ୍ଚଳରେ ଏହି ଭିଡିଓଟି ଶୁଟିଂ କରାଯାଇଥିଲା। ହତ୍ୟା କରିବାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ମଧ୍ୟ ଉଭୟ ଅପଲୋଡ୍‌ କରିଥିଲେ ବୋଲି ଡିଏଫ୍‌ଓ କପ୍ପୁଲା କହିଛନ୍ତି।

The post ବିଲରୁ ବିରି ଖାଇଦେଲା ବୋଲି ଶୁଆକୁ ଫାଶି ଦେଇ କରିଥିଲେ ରିଲ୍ସ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.