ପରିବା ବ୍ୟବସାୟୀଙ୍କ ଚାଳ ଘରେ ତଳେ ବସିଲେ ମୁଖ୍ୟମନ୍ତ୍ରୀ, ଖାଇଲେ କୋଳଥ ଡାଲି, ଶାଗ ଭଜା, କଖାରୁ ଫୁଲ ଭଜା, ବଡି ଚୁରା

କଟକ : ଚାଳ ଘରେ, ତଳେ ବସି ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି କଟକ ତେଲେଙ୍ଗାପେଣ୍ଠ ଅଢ଼ଙ୍ଗଡିହ ଗ୍ରାମରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ ।  ଜଣେ ପରିବା ବ୍ୟବସାୟୀ ଅନ୍ତର୍ଯ୍ୟାମୀ ବେହେରାଙ୍କ ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ବିଜେପିର କଟକ ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି ମଧ୍ୟ ବସି ଭୋଜନ କରିଥିଲେ […] The post ପରିବା ବ୍ୟବସାୟୀଙ୍କ ଚାଳ ଘରେ ତଳେ ବସିଲେ ମୁଖ୍ୟମନ୍ତ୍ରୀ, ଖାଇଲେ କୋଳଥ ଡାଲି, ଶାଗ ଭଜା, କଖାରୁ ଫୁଲ ଭଜା, ବଡି ଚୁରା appeared first on KNews Odisha.

ପରିବା ବ୍ୟବସାୟୀଙ୍କ ଚାଳ ଘରେ ତଳେ ବସିଲେ ମୁଖ୍ୟମନ୍ତ୍ରୀ, ଖାଇଲେ କୋଳଥ ଡାଲି, ଶାଗ ଭଜା, କଖାରୁ ଫୁଲ ଭଜା, ବଡି ଚୁରା
cm-

କଟକ : ଚାଳ ଘରେ, ତଳେ ବସି ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି କଟକ ତେଲେଙ୍ଗାପେଣ୍ଠ ଅଢ଼ଙ୍ଗଡିହ ଗ୍ରାମରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ ।  ଜଣେ ପରିବା ବ୍ୟବସାୟୀ ଅନ୍ତର୍ଯ୍ୟାମୀ ବେହେରାଙ୍କ ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ବିଜେପିର କଟକ ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି ମଧ୍ୟ ବସି ଭୋଜନ କରିଥିଲେ ।

ଉଷୁନା ଭାତ, କୋଳଥ ଡାଲି, ଶାଗ ଭଜା, କଖାରୁ ଫୁଲ ଭଜା, ବଡି ଚୁରା, ବାଇଗଣ ଭଜା, ଚିକେନ, ପତ୍ର ପୋଡ଼ା ମାଛ ସାଙ୍ଗକୁ ପ୍ରସ୍ତୁତ ହୋଇଥିଲା ଅନ୍ୟାନ୍ୟ ବ୍ୟଞ୍ଜନ । ବେଶ୍ ଆଗ୍ରହର ସହିତ ଭୋଜନ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟ ମନ୍ତ୍ରୀଙ୍କୁ ନିଜ ଘରେ ଅତିଥି ଭାବରେ ପାଇ ବେଶ୍ ଖୁସି ଥିଲେ ପରିବାରବର୍ଗ ।

 

 

The post ପରିବା ବ୍ୟବସାୟୀଙ୍କ ଚାଳ ଘରେ ତଳେ ବସିଲେ ମୁଖ୍ୟମନ୍ତ୍ରୀ, ଖାଇଲେ କୋଳଥ ଡାଲି, ଶାଗ ଭଜା, କଖାରୁ ଫୁଲ ଭଜା, ବଡି ଚୁରା appeared first on KNews Odisha.