ଦୁଃଖୀ ଅଛନ୍ତି ଅନନ୍ୟା

ନିକଟରେ ବିଟାଉନ୍‌ର ବେଶ୍‌ ଚର୍ଚ୍ଚିତ ଯୋଡି ଅନନ୍ୟା ଓ ଆଦିତ୍ୟଙ୍କ ଭିତରେ ବିଚ୍ଛେଦ ହୋଇଥିବାର ଖବର ଆସିଛି । ଯାହାପରେ ଅନନ୍ୟା ଖୁବ ଦୁଃଖୀ ଥିବା ଦେଖିବାକୁ ମିଳିଛି । ଯାହାର ପ୍ରଭାବ ଅନନ୍ୟା ଦେଉଥିବା ସାକ୍ଷାତକାରରେ ଦେଖିବାକୁ ମିଳୁଛି । ବିଭିନ୍ନ ସାକ୍ଷାତକାରରେ ଅନନ୍ୟା ନିଜର ଦୁଃଖ ପ୍ରକାଶ କରୁଛନ୍ତି । ବ୍ରେକଅପ ପରେ ନିଜ ଲାଇଫ୍‌କୁ ସମ୍ଭାଳିବାକୁ ଅନନ୍ୟା ଖୁବ ଚେଷ୍ଟା ଚଳାଇଥିବା ଜଣାପଡିଛି । କିଛି ବର୍ଷର ଡେଟିଂ ପରେ ଉଭୟ ଅନନ୍ୟା […]

ଦୁଃଖୀ ଅଛନ୍ତି ଅନନ୍ୟା
ଦୁଃଖୀ ଅଛନ୍ତି ଅନନ୍ୟା

ନିକଟରେ ବିଟାଉନ୍‌ର ବେଶ୍‌ ଚର୍ଚ୍ଚିତ ଯୋଡି ଅନନ୍ୟା ଓ ଆଦିତ୍ୟଙ୍କ ଭିତରେ ବିଚ୍ଛେଦ ହୋଇଥିବାର ଖବର ଆସିଛି । ଯାହାପରେ ଅନନ୍ୟା ଖୁବ ଦୁଃଖୀ ଥିବା ଦେଖିବାକୁ ମିଳିଛି । ଯାହାର ପ୍ରଭାବ ଅନନ୍ୟା ଦେଉଥିବା ସାକ୍ଷାତକାରରେ ଦେଖିବାକୁ ମିଳୁଛି । ବିଭିନ୍ନ ସାକ୍ଷାତକାରରେ ଅନନ୍ୟା ନିଜର ଦୁଃଖ ପ୍ରକାଶ କରୁଛନ୍ତି । ବ୍ରେକଅପ ପରେ ନିଜ ଲାଇଫ୍‌କୁ ସମ୍ଭାଳିବାକୁ ଅନନ୍ୟା ଖୁବ ଚେଷ୍ଟା ଚଳାଇଥିବା ଜଣାପଡିଛି । କିଛି ବର୍ଷର ଡେଟିଂ ପରେ ଉଭୟ ଅନନ୍ୟା ଓ ଆଦିତ୍ୟ ଭିନ୍ନ ହୋଇ ଯାଇଛନ୍ତି। ଜୀବନରେ ସମ୍ପର୍କର ବେଶ୍‌ ମହତ୍ତ୍ୱଥିବା ଅନନ୍ୟା ତାଙ୍କର ବିଭିନ୍ନ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତେବେ ଏତେ ଚର୍ଚ୍ଚା ଭିତରେ ବି ଅନନ୍ୟା ଓ ଆଦିତ୍ୟଙ୍କର କେଉଁ କାରଣରୁ ବ୍ରେକଅପ ହୋଇଛି, ତାହା ଜଣା ପଡିନାହିଁ । ଗୋଟିଏ ରିଲେସନ୍‌ରୁ ଅଲଗା ହେବା ପରେ ସଙ୍ଗେସଙ୍ଗେ ସେ ଖୁସି ହୋଇପାରିବେ ନାହିଁ, କିଛି ଦିନ ଲାଗିବ ଠିକ୍‌ ହେବାପାଇଁ ବୋଲି ଅନନ୍ୟା ଗଣମାଧ୍ୟମରେ ମତ ଦେଇଛନ୍ତି ।