ନେପାଳରେ ନଦୀକୁ ଖସିଲା ଭାରତୀୟ ପର୍ଯ୍ୟଟକ ବସ୍‌, ୨୬ମୃତ

କାଠମାଣ୍ଡୁ: ନେପାଳର ତାନାହୁ ଜିଲ୍ଲା ଅନ୍ତର୍ଗତ ମାର୍ସ୍ୟାଙ୍ଗଡି ନଦୀରେ ଏକ ଭାରତୀୟ ପର୍ଯ୍ୟଟକ ବସ୍‌ ଖସି ପଡ଼ିବା ଫଳରେ ୨୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ୨ ଜଣ ଲୋକ ନିଖୋଜ ଅଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଏବେ ଚିକିତ୍ସା କରାଯାଉଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ। ବସ୍‌ରେ ମହାରାଷ୍ଟ୍ରର ୪୧ ଜଣ ଯାତ୍ରୀଙ୍କ ସମେତ ମୋଟ୍‌ ୪୩ ଜଣ ଥିଲେ ଏବଂ ସେମାନେ ପୋଖରାରୁ କାଠମାଣ୍ଡୁକୁ ଯାତ୍ରା କରୁଥିବାବେଳେ ବାଟରେ ସେମାନଙ୍କ […]

ନେପାଳରେ ନଦୀକୁ ଖସିଲା ଭାରତୀୟ ପର୍ଯ୍ୟଟକ ବସ୍‌, ୨୬ମୃତ

କାଠମାଣ୍ଡୁ: ନେପାଳର ତାନାହୁ ଜିଲ୍ଲା ଅନ୍ତର୍ଗତ ମାର୍ସ୍ୟାଙ୍ଗଡି ନଦୀରେ ଏକ ଭାରତୀୟ ପର୍ଯ୍ୟଟକ ବସ୍‌ ଖସି ପଡ଼ିବା ଫଳରେ ୨୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ୨ ଜଣ ଲୋକ ନିଖୋଜ ଅଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଏବେ ଚିକିତ୍ସା କରାଯାଉଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ। ବସ୍‌ରେ ମହାରାଷ୍ଟ୍ରର ୪୧ ଜଣ ଯାତ୍ରୀଙ୍କ ସମେତ ମୋଟ୍‌ ୪୩ ଜଣ ଥିଲେ ଏବଂ ସେମାନେ ପୋଖରାରୁ କାଠମାଣ୍ଡୁକୁ ଯାତ୍ରା କରୁଥିବାବେଳେ ବାଟରେ ସେମାନଙ୍କ ଗାଡ଼ି ନଦୀକୁ ଖସି ପଡ଼ିଥିଲା। ମିଳିଥିବା ସୂଚନାନୁଯାୟୀ ଉତ୍ତରପ୍ରଦେଶର ଗୋରଖପୁର କେସରୱାନି ଟ୍ରାଭେଲ୍ସ ପକ୍ଷରୁ ମହାରାଷ୍ଟ୍ର ପର୍ଯ୍ୟଟକଙ୍କ ପାଇଁ ୩ଟି ବସ୍‌ ଦିଆଯାଇିଲା। ପର୍ଯ୍ୟଟନରେ ଯାଉଥିବା ଏହି ଯାତ୍ରୀମାନେ ମହାରାଷ୍ଟ୍ରର ଭୁସାବଳ ଜିଲ୍ଲାର ବୋଲି ଜଣାପଡ଼ିଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ରିଲିଫ୍‌ ବିଭାଗ ପକ୍ଷରୁ କୁହାଯାଇଛି ଯେ ବସ୍‌ରେ ଥିବା ମୋଟ୍‌ ୪୩ ଜଣଙ୍କ ମଧ୍ୟରୁ ୧୭ ଜଣ ପୁରୁଷ ଏବଂ ୨୬ ଜଣ ମହିଳା। ଦୁର୍ଘଟଣା ପରେ ଉତ୍ତରପ୍ରଦେଶ ସରକାର ଘଟଣା ସ୍ଥଳକୁ ମହାରାଜଗଞ୍ଜ ଏସ୍‌ଡିଏମ୍‌ଙ୍କୁ ପଠାଇଥିଲେ ଏବଂ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରାଯାଉଛି। ଦୁର୍ଘଟଣା ପରେ ନେପାଳ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ଜରୁରୀ ନମ୍ବର ଜାରି କରାଯାଇଛି। ଇତିମଧ୍ୟରେ ନେପାଳ କର୍ତ୍ତୃପକ୍ଷ ୧୧ ଗୁରୁତର ଯାତ୍ରୀଙ୍କୁ କାଠମାଣ୍ଡୁ ଏୟାରଲିଫ୍ଟ କରିଥିବା ଜଣାପଡ଼ିଛି। ସମସ୍ତ ମୃତକଙ୍କ ପରିଚୟ ଜଣାପଡ଼ିଛି।