କୁଏତ ଆପାର୍ଟମେଣ୍ଟ ଅଗ୍ନିକାଣ୍ଡରେ ଭାରତୀୟ ପରିବାରର ୪ଜଣଙ୍କ ମୃତ୍ୟୁ

କୁଏତ ସିଟି: କୁଏତ ସିଟିରେ ବିଳମ୍ବିତ ରାତିରେ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ହେବା ଫଳରେ ୪ ଭାରତୀୟଙ୍କ ମୃତ୍ୟୁ ହୋଇଯାଇଛି। ମୃତ ୪ ଭାରତୀୟ ହେଉଛନ୍ତି କେରଳର ଏବଂ ସେମାନେ ସମସ୍ତେ ଗୋଟିଏ ପରିବାରର। ଜଣେ ଦମ୍ପତି ଏବଂ ସେମାନଙ୍କର ୨ ପିଲାଙ୍କର ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଛି। ଆରବ ଟାଇମ୍ସ ନ୍ୟୁଜପେପର୍‌ ଅନୁଯାୟୀ ମାଥ୍ୟୁସ୍‌ ମୁଲାକାଲ୍‌ ଏବଂ ତାଙ୍କ ପତ୍ନୀ ଲିନି ଆବ୍ରାହମ ଓ ସେମାନଙ୍କ ୨ ପିଲାଙ୍କ ଘର କେରଳର ଆଲାପ୍ପୁଝାରେ। ଘର ଭିତରେ […]

କୁଏତ ଆପାର୍ଟମେଣ୍ଟ ଅଗ୍ନିକାଣ୍ଡରେ ଭାରତୀୟ ପରିବାରର ୪ଜଣଙ୍କ ମୃତ୍ୟୁ

କୁଏତ ସିଟି: କୁଏତ ସିଟିରେ ବିଳମ୍ବିତ ରାତିରେ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ହେବା ଫଳରେ ୪ ଭାରତୀୟଙ୍କ ମୃତ୍ୟୁ ହୋଇଯାଇଛି। ମୃତ ୪ ଭାରତୀୟ ହେଉଛନ୍ତି କେରଳର ଏବଂ ସେମାନେ ସମସ୍ତେ ଗୋଟିଏ ପରିବାରର। ଜଣେ ଦମ୍ପତି ଏବଂ ସେମାନଙ୍କର ୨ ପିଲାଙ୍କର ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଛି। ଆରବ ଟାଇମ୍ସ ନ୍ୟୁଜପେପର୍‌ ଅନୁଯାୟୀ ମାଥ୍ୟୁସ୍‌ ମୁଲାକାଲ୍‌ ଏବଂ ତାଙ୍କ ପତ୍ନୀ ଲିନି ଆବ୍ରାହମ ଓ ସେମାନଙ୍କ ୨ ପିଲାଙ୍କ ଘର କେରଳର ଆଲାପ୍ପୁଝାରେ। ଘର ଭିତରେ ଥିବା ଏସିରେ ସର୍ଟସର୍କିଟ୍‌ ହୋଇ ନିଆଁ ଲାଗି ଯାଇଥିଲା ଏବଂ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମାଥ୍ୟୁସ୍‌ ରଏଟର୍ସ ନ୍ୟୁଜ୍‌ ଏଜେନ୍ସିରେ କାମ କରୁଥିଲେ ଏବଂ ତାଙ୍କ ପତ୍ନୀ ଆଦାନ ହସ୍ପିଟାଲରେ ଜଣେ ଷ୍ଟାଫ୍‌ ନର୍ସ ଥିଲେ। ଆରବ ରାଷ୍ଟ୍ରରେ ଭାରତୀୟଙ୍କ ମୃତ୍ୟୁ ପାଇଁ କୁଏତ୍‌ ସ୍ଥିତ ଭାରତୀୟ ଦୂତାବାସ ଗଭୀର ଶୋକ ପ୍ରକାଶ କରିଛି। ସେମାନଙ୍କ ମର ଶରୀରକୁ ଖୁବ୍‌ଶୀଘ୍ର ଭାରତ ଆଣିବାପାଇଁ ପ୍ରକ୍ରିୟ୍ରା ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।