ୟୁକ୍ରେନ୍କୁ ୧୪୯ ଡ୍ରୋନ୍ ଛାଡ଼ିଲା ରୁଷିଆ
କିଭ୍,୨୮ା୪: ରୁଷିଆ ପକ୍ଷରୁ ରବିବାର ଭୋର ସମୟରେ ୟୁକ୍ରେନ୍ ଉପରେ ୧୪୯ ଡ୍ରୋନ୍ ଛଡ଼ାଯାଇଛି। ଖେର୍ସନ ସହରରେ ହୋଇଥିବା ଏହି ଆକ୍ରମଣରେ ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ତେବେ ସେଥିରୁ ୫୭ଟିକୁ ଖସାଇ ଦିଆଯାଇଥିବାବେଳେ ଅନ୍ୟ ୬୭ ଡ୍ରୋନ୍କୁ ଅବରୋଧ କରାଯାଇଥିବା କିଭ୍ କହିଛି। ଯୁଦ୍ଧାବସାନ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଆଗ୍ରହ ଉପରେ ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପ୍ ସନ୍ଦେହ ବ୍ୟକ୍ତ କରିବା ପରେ ମସ୍କୋ ଏହି ଡ୍ରୋନ୍ ଆକ୍ରମଣ […] The post ୟୁକ୍ରେନ୍କୁ ୧୪୯ ଡ୍ରୋନ୍ ଛାଡ଼ିଲା ରୁଷିଆ appeared first on Dharitri Odia News.
କିଭ୍,୨୮ା୪: ରୁଷିଆ ପକ୍ଷରୁ ରବିବାର ଭୋର ସମୟରେ ୟୁକ୍ରେନ୍ ଉପରେ ୧୪୯ ଡ୍ରୋନ୍ ଛଡ଼ାଯାଇଛି। ଖେର୍ସନ ସହରରେ ହୋଇଥିବା ଏହି ଆକ୍ରମଣରେ ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ତେବେ ସେଥିରୁ ୫୭ଟିକୁ ଖସାଇ ଦିଆଯାଇଥିବାବେଳେ ଅନ୍ୟ ୬୭ ଡ୍ରୋନ୍କୁ ଅବରୋଧ କରାଯାଇଥିବା କିଭ୍ କହିଛି। ଯୁଦ୍ଧାବସାନ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଆଗ୍ରହ ଉପରେ ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପ୍ ସନ୍ଦେହ ବ୍ୟକ୍ତ କରିବା ପରେ ମସ୍କୋ ଏହି ଡ୍ରୋନ୍ ଆକ୍ରମଣ କରିଛି। ଏହା ପୂର୍ବରୁ ରୁଷିଆ କୁର୍କସ୍କ ରିଜିଅନ୍ର ଅବଶିଷ୍ଟ ଅଂଶକୁ ପୁନଃ ଦଖଲ କରିଥିବା ଦାବି କରିଥିଲା। ଅନ୍ୟପକ୍ଷେ ସମ୍ପୃକ୍ତ ଅଞ୍ଚଳରେ ଏବେ ବି ଯୁଦ୍ଧ ଜାରି ରହିଥିବା ୟୁକ୍ରେନ୍ କହିଥିଲା।
The post ୟୁକ୍ରେନ୍କୁ ୧୪୯ ଡ୍ରୋନ୍ ଛାଡ଼ିଲା ରୁଷିଆ appeared first on Dharitri Odia News.