ବାଲେଶ୍ୱରରେ ଚାଲିଛି କର୍ଫ୍ୟୁ, ହେଲେ କାହିଁକି ବନ୍ଦ ହେଲା ଇଣ୍ଟରନେଟ୍
ବାଲେଶ୍ୱର,୧୯।୬(ମାନସ ବିଶ୍ୱାଳ): ଅଶାନ୍ତ ହୋଇପଡିଛି ବାଲେଶ୍ୱର। ନାଳରେ ପ୍ରବାହିତ ଲାଲ ରଙ୍ଗର ପାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହାପରେ ବାଲେଶ୍ୱରରେ ୧୪୪ ଧାରା ଜାରି କରାଯାଇଛି। ଏହି ଘଟଣା ପରେ ବିଳମ୍ବିତ ରାତିରେ ବାଲେଶ୍ୱର ଟାଉନ ଥାନାରେ ଏସପି ସାଗରିକା ନାଥ ଓ ଜିଲ୍ଲାପାଳ ଆଶିଷ ଠାକରେ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିବା ପରେ କର୍ଫ୍ୟୁ ଜାରି କରାଯାଇଛି। ବାଲେଶ୍ବର ପୌରାଞ୍ଚଳରେ ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କର୍ଫ୍ୟୁ […] The post ବାଲେଶ୍ୱରରେ ଚାଲିଛି କର୍ଫ୍ୟୁ, ହେଲେ କାହିଁକି ବନ୍ଦ ହେଲା ଇଣ୍ଟରନେଟ୍ appeared first on Dharitri Odia News.
ବାଲେଶ୍ୱର,୧୯।୬(ମାନସ ବିଶ୍ୱାଳ): ଅଶାନ୍ତ ହୋଇପଡିଛି ବାଲେଶ୍ୱର। ନାଳରେ ପ୍ରବାହିତ ଲାଲ ରଙ୍ଗର ପାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହାପରେ ବାଲେଶ୍ୱରରେ ୧୪୪ ଧାରା ଜାରି କରାଯାଇଛି। ଏହି ଘଟଣା ପରେ ବିଳମ୍ବିତ ରାତିରେ ବାଲେଶ୍ୱର ଟାଉନ ଥାନାରେ ଏସପି ସାଗରିକା ନାଥ ଓ ଜିଲ୍ଲାପାଳ ଆଶିଷ ଠାକରେ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିବା ପରେ କର୍ଫ୍ୟୁ ଜାରି କରାଯାଇଛି।
ବାଲେଶ୍ବର ପୌରାଞ୍ଚଳରେ ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି। କର୍ଫ୍ୟୁ ବୃଦ୍ଧି ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଓଟି ରୋଡ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ କଟକଣା ଯୋଗୁଁ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିବା ସହ ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ କରିଛି ପୋଲିସ ପ୍ରଶାସନ। ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ସହର ସାରା ପୁଲିସ ପଇଁତରା ମାରୁଛି । ତେବେ ଆମ ଦୈନନ୍ଦିନ ଜୀବନରେ ଇଣ୍ଟରନେଟ୍ ଜରୁରୀ ହୋଇପଡିଥିବାବେଳେ ଏହି କର୍ଫ୍ୟୁ ସମୟରେ କାହିଁକି ଇଣ୍ଟରନେଟ୍ ବନ୍ଦ ହୋଇଛି?
ଉତ୍ତେଜନାବେଳେ ଗୁଜବ ପ୍ରଚାର ହେବାର ଆଶଙ୍କାଥିବାରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଏ। ସୋସିଆଲ ମିଡିଆ ଯଥା ଫେସବୁକ୍, ଏକ୍ସ ଇତ୍ୟାଦି ଉପରେ ନିୟନ୍ତ୍ରଣ ରହିବା ସମ୍ଭବ ହୁଏନାହିଁ। ଉତ୍ତେଜନାମୂଳକ ଲେଖା, ଫଟୋ ଓ ଭିଡିଓ ପୋଷ୍ଟ ହେବାର ଆଶଙ୍କା ରହିଥାଏ। ଫେକ୍ ଭିଡିଓ ଓ ଫଟୋ ପ୍ରସାରଣର ଭୟ ରହିଥାଏ। ସେହିପରି ଉଦ୍ଦେଶ୍ୟମୂଳକ ଭାବେ ମିଛ ଖବର ପ୍ରଚାର ଭୟ ଥାଏ। ତେବେ ଯେଉଁଠି ଏପରି ଉତ୍ତେଜନାମୂଳକ କିମ୍ବା ଦଙ୍ଗା ସ୍ଥିତି ଦେଖାଯାଏ ସେଠାରେ ପ୍ରାଥମିକ ଭାବରେ ଇଣ୍ଟରନେଟ ସେବା ବନ୍ଦ କରାଯାଏ।
The post ବାଲେଶ୍ୱରରେ ଚାଲିଛି କର୍ଫ୍ୟୁ, ହେଲେ କାହିଁକି ବନ୍ଦ ହେଲା ଇଣ୍ଟରନେଟ୍ appeared first on Dharitri Odia News.